ମା ତୁ ତୋ ପ୍ରେମିକ ସହିତ ରହପଛେ, ହେଲେ ମତେ ତୁ ପଢ଼ିବାକୁ ଟଙ୍କା ଦେ !

କୁହାଯାଏ ମାଆଟିଏ ନିଜ ସନ୍ତାନ ପାଇଁ କିଛି ବି କରିପାରେ । ସେ ଜୀବନ ଦେଇ ବି ପାରେ ଆଉ ନେଇ ବି ପାରେ । କିନ୍ତୁ ବର୍ତ୍ତମାନ ସମୟରେ ଏପରି ଜଣେ ମାଆଙ୍କ ବିଷୟରେ ଆମେ କହିବାକୁ ଯାଉଛୁ , ଯିଏ ନିଜ ପିଲା କଣ ନିଜ ପରିବାର କଥା ମଧ୍ୟ ଭାବି ନାହାନ୍ତି ଆଉ ଚାଲି ଯାଇଛନ୍ତି ପର ପୁରୁଷ ସହିତ । ଜଣେ ଉଚ୍ଚ ଶିକ୍ଷିତା ନାରୀ , ନିଜ ପରିବାରକୁ ଆଉ ପିଲାକୁ ଛାଡି କିପରି ଆଉ ଜଣେ ପର ପୁରୁଷ ସହିତ ଚାଲି ଯାଇ ପାରନ୍ତି , ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ । ଏହି ଉପଖଣ୍ଡର ଏକ ଗାଆଁରେ ବାପା ମାଆ ଆଉ ତାଙ୍କ ଝିଅ ରହୁଥିଲେ । ତେବେ ।ମାଆ ଜଣକ ଏକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟୀତ୍ରୀ ଭାବରେ କାମ କରୁଥିଲେ । ସେଥିରେ ପରିବାର ଭଲରେ ଭଲରେ ଚଳି ଯାଉଥିଲା । ପରିବାରରେ କେବଳ ତିନି ପ୍ରାଣୀ ତେଣୁ ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ତେବେ ଏ ମଧ୍ୟରେ ମାଆଙ୍କର ଫେସବୁକରେ ଜଣେ ବ୍ୟକ୍ତିଙ୍କ ସହିତ ସମ୍ପ-ର୍କ ଗଢ଼ି ଉଠିଥିଲା ଆଉ ସେ ଦୁଇ ବର୍ଷ ପୂର୍ବରୁ ସେହି ବ୍ୟକ୍ତିଙ୍କ ସହିତ ଘର ଛାଡ଼ି ପଳାଇ ଯାଇଥିଲେ ।

ଏପଟେ ଘରେ ବାପ ଝିଅ ରହୁଥିଲେ । ତେବେ ଝିଅର ପାଠ ପଢା ପାଇଁ ବାପା ବ୍ୟସ୍ତ ହୋଇ ଯାଇଥିଲେ । କାହିଁକି ନା ବାପା ଏତେ ଟଙ୍କା କମାଉ ନଥିଲେ କି , ଝିଅକୁ ଭଲ ଶିକ୍ଷା ପ୍ରଦାନ କରିପାରିବେ । ଅନ୍ୟ ପକ୍ଷରେ ବିଦ୍ୟାଳୟଟି ଘର ଠାରୁ ଅନେକ ଦୂରରେ ହୋଇଥିବାରୁ ଝିଅକୁ ହଷ୍ଟେଲରେ ଛାଡିଥିଲେ ବାପା ଆଉ ମାସକୁ ପାଞ୍ଚ ହଜାର ଟଙ୍କା ମଧ୍ୟ ବାପା ଦେଇ ପାରୁ ନାହାଁନ୍ତି ବୋଲି ବର୍ତ୍ତମାନ ବାପା କହିଛନ୍ତି । ଝିଅ ହାଟଡ଼ିହି ବ୍ଲକ ସୁନ୍ଦରପାଳ ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଛି । ତେବେ ସେଠାରେ ତାର ପଇସା ପାଇଁ ଏତେ ଅସୁବିଧା ହେବାରୁ ସେ ବର୍ତ୍ତମାନ ସରକାରଙ୍କୁ ଚିଠି ଲେଖି ଜଣାଇଛି ।

ସେ ନିଜ ଚିଠିରେ ଏହା ଲେଖିଛି କି , ତାର ବାପା ତାର ସମସ୍ତ ଖର୍ଚ୍ଚ ବହନ କରିବାକୁ ସାମର୍ଥ୍ୟ ନୁହଁନ୍ତି । କାହିଁକି ନା ତାର ବାପା ଏତେ ଟଙ୍କା ବି ରୋଜଗାର କରୁ ନାହାଁନ୍ତି । ତେଣୁ ସେ ସରକାରଙ୍କୁ ଏହା ନିବେଦନ କରୁଅଛି କି , ତାଙ୍କ ମାଆ ଯିଏକି ଜଣେ ଶିକ୍ଷୟତ୍ରୀ ଅଛନ୍ତି , ସେ ତାକୁ ମାସକୁ ମାସ ଟଙ୍କା ଦିଅନ୍ତୁ , ଯାହା ଫଳରେ ସେ ନିଜର ପାଠ ପଢା ପୂରଣ କରିପାରିବ । ତେବେ କହିବାକୁ ଗଲେ ପିଲା ମାନେ କେବଳ ବାପାଙ୍କ ଦାୟୀତ୍ଵ ନୁହଁନ୍ତି , ମାଆଙ୍କର ବି ଦାୟିତ୍ଵ । ତେଣୁ ସରକାରଙ୍କୁ ଝିଅର ଅନୁରୋଧ ର-କ୍ଷା କରିବା ଉଚିତ୍ ବୋଲି ସମସ୍ତେ କହିଛନ୍ତି ।

Leave a Reply

Your email address will not be published. Required fields are marked *