ଡେକଚି ଭିତରେ ପଡ଼ି ଚାଲିଗଲା କୁନି ଝିଅର ଜୀବନ , ପରିବାର ଲୋକ ଆଖିରୁ ଶୁଖୁନାହିଁ ଲୁହ

କୁନି ଅତିଥିଟିଏ ଘରକୁ ଆସିଥିଲା ଆଉ ପୁରା ଘରେ ଖେଳି ଯାଇଥିଲା ଖୁସିର ମାହୋଲ । ନୂଆ ଅତିଥିକୁ ସାଥିରେ ପାଇ ସମସ୍ତେ ନିଜ ନିଜ ଦୁଃ-ଖ ବି ଭୁଲି ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ସେହି କୁନି ଅତିଥି ବେଶୀ ଦିନର ସାଥି ନୁହେଁ । ମାତ୍ର ଅଳ୍ପ କେଇ ଦିନରେ ଝିଅଟି ସମସ୍ତଙ୍କୁ ଛାଡି ଚାଲିଯିବ । ଆଉ ସମସ୍ତଙ୍କ ହୃଦୟ ଭା-ଙ୍ଗିଯିବ । ତେବେ ହଁ ଆଜ୍ଞା ଏପରି ଏକ ଘଟଣା ଯାହା ବର୍ତ୍ତମାନ ସମୟରେ ଗୋଟିଏ ପରିବାରକୁ ଭା-ଙ୍ଗି ଦେଇଛି । ଆଉ କେହି ନିଜକୁ ସମ୍ଭାଳି ପାରୁ ନାହାଁନ୍ତି ।

ତେବେ ଏପରି ଏକ ଦୁଃ-ଖଦ ଘ-ଟଣା ଘଟି ଯାଇଛି , ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସିର ଦେହୁରୀ ସାହିରେ । ସୂଚନା ଅନୁସାରେ ଗୋଟିଏ ଡେକଚି କୁନି ଝିଅର ଜୀବନ ନେଇ ଯାଇଛି । ଯାହା ପରେ ପୁରା ପରିବାରରେ ଶୋକର ଛାୟା ଖେଳି ଯାଇଛି । କେବଳ ପରିବାର ନୁହେଁ ସେହି ଅଞ୍ଚଳରେ ସମସ୍ତଙ୍କ ମନରେ ଅନେକ ଦୁଃ-ଖ । ଆଉ କେହି କାହାରି କୋହ ମଧ୍ୟ ସମ୍ଭାଳି ପାରୁ ନାହାଁନ୍ତି । କାହିଁକି ନା କୁନି ଝିଅ ଏ ଦୁନିଆଁରୁ ବି-ଦାୟ ନେଇ ଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ , ଡେକଚି ଭିତରେ ପାଣି ଥିଲା ଆଉ ଝିଅଟି ଖେଳୁଥିବା ସମୟରେ ସେହି ପାଣି ଭିତରେ ପଡ଼ି ଯାଇଥିଲା । ଆଉ ପାଣି ଭିତରେ ତାର ଜୀବନ ଛଟପଟ ହେଉଥିଲା । ସେ ବଞ୍ଚିବାକୁ ଅନେକ ଚେଷ୍ଟା କରୁଥିଲା । ଆଉ ତାର ଜୀବନ ଦୀପ ଧିରେ ଧିରେ ଲିଭି ଯାଉଥିଲା । ସେପଟେ ପରିବାର ଲୋକ ତାକୁ ଚାରିଆଡ଼େ ଖୋଜିବାକୁ ଲାଗିଥିଲେ । କିନ୍ତୁ କାହାର ନଜର ବି ସେହି ଡେକଚିର ପାଣି ଭିତରକୁ ଯାଇ ନଥିଲା । ତଥାପି ପରିବାର ଲୋକ ଖୋଜି ଖୋଜି ଶେଷରେ ସଫଳ ହୋଇଥିଲେ ଆଉ ଝିଅକୁ ସେହି ପାଣି ଭିତରେ ପାଇ ଥିଲେ ।

ସେତେବେଳେ କିନ୍ତୁ ସବୁକିଛି ଶେଷ ହୋଇ ଯାଇଥିଲା । କାହିଁକି ନା ଝିଅର ନିଃ-ଶ୍ୱାସ ଅଟକି ଯାଇଥିଲା । ତଥାପି ପରିବାର ଲୋକ ଝିଅକୁ ପାଖ ହସ୍ପିଟାଲକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ତାକୁ ସେଠାରେ ମୃ-ତ ଘୋଶିତ କରିଥିଲେ । ତେବେ ମୃ-ତ ଝିଅଟି ହେଉଛି ବିବେକାନନ୍ଦ ବେଉରା ଏବଂ ଶୁଭସ୍ମିତା ବେଉରାଙ୍କ ଝିଅ ନବ୍ୟ ନିବେଦିତା । ନିଜ ଜୀବନ ଧନକୁ ହରାଇ ବାପା ମାଆ ଆଉ କଥା ବି କହି ପାରୁ ନାହାଁନ୍ତି । ନିଜର ଗୋଟିଏ ଛୋଟିଆ ଭୁଲ ଝିଅର ଜୀବନ ନେଇଗଲା ବୋଲି ସେମାନେ କହୁଛନ୍ତି ।

Leave a Reply

Your email address will not be published. Required fields are marked *