ଶାଶୁ ଘର ଲୋକ ସାଜିଲେ ରା-କ୍ଷସ , ବା-ଣ ଫୁଟାଇ ଝିଅକୁ ଘରକୁ ଆଣିଲେ ବାପା

ସବୁ ଝିଅଙ୍କ ଭଳି ନିଜ ଝିଅର ବିବାହ କରାଇବା ପାଇଁ ଆଉ ପୁରା ଦୁନିଆଁର ଖୁସି ନିଜ ଝିଅର ପାଦ ତଳେ ଓଜାଡ଼ିବା ପାଇଁ ଜଣେ ବାପା ଚେଷ୍ଟା କରିଥାନ୍ତି । ନିଜ ଝିଅକୁ ଏତେ ଭଲ ଘରେ ବାହା ଦେବାକୁ ବାପା ଚେଷ୍ଟା କରିଥାନ୍ତି କି , ଝିଅର ଯେମିତି କିଛି ବି ଅଭାବ ନ ରହୁ । କିନ୍ତୁ ବେଳେ ବେଳେ ସମୟ ଠିକ୍ ରହେ ନାହିଁ ଆଉ ସବୁକିଛି ବଦଳି ଦେଇଥାଏ ସମୟ । ଆଉ ଝିଅକୁ ସହିବାକୁ ପଡ଼ିଥାଏ ଅନେକ ନିର୍ଯ୍ୟା-ତନା । ଏଇ ଯେମିତି ସା-କ୍ଷୀ ନାମକ ଜଣେ ଝିଅ ଭୋଗିଥିଲେ ଅନେକ କଷ୍ଟ ଆଉ ଯ-ନ୍ତ୍ରଣା ।

ଆଉ ସବୁକିଛି ସହି ନ ପାରି ନିଜ ବାପାଙ୍କୁ କହି ଦେଇଥିଲେ । ଆଉ ତାପରେ ହୋଇଥିଲା ଏମିତି କିଛି , ଯାହାକୁ ନେଇ ବର୍ତ୍ତମାନ ପୁରା ଦୁନିଆଁରେ ଚର୍ଚ୍ଚା । ବାପା ନିଜ ଝିଅକୁ ବାଣ ରୋଷଣୀ ନେଇ ଘରକୁ ଫେରାଇ ଆଣିଥିଲେ । ତେବେ ୧୫ ଅକ୍ଟୋବରରେ ନିଜ ଫେସବୁକ୍ ଆକାଉଣ୍ଟରେ ବାପା ଜଣକ ସବୁକିଛି ସେୟାର କରିବା ପରେ ଜଣା ପଡିଥିଲା । ଝିଅର ବାପା ପ୍ରେମ୍ ଗୁପ୍ତାଙ୍କ କହିବା ଅନୁସାରେ , ସାକ୍ଷୀଙ୍କୁ ସେ ସଚିନ କୁମାର ନାମକ ଜଣେ ଯୁବକ ସହିତ ବିବାହ କରାଇ ଦେଇଥିଲେ ।

ତେବେ ସଚିନ ବିଦ୍ୟୁତ୍ ବିଭାଗରେ କାମ କରୁଥିଲେ । ଘରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଥିଲା । ଅର୍ଥାତ୍ କେବଳ ନିର୍ଯା-ତନା ନୁହେଁ , ସଚିନ ପୂର୍ବରୁ ଆହୁରି ଦୁଇଟି ବିବାହ କରିଥିବା କଥା ଯେତେବେଳେ ବାପା ଜାଣିବାକୁ ପାଇଥିଲେ , ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଆଉ ସେ ପାଗଳ ହୋଇ ଯାଇଥିଲେ । ସେ କଣ କରିବେ ବୋଲି ଭାବି ପାରି ନଥିଲେ । ଆଉ ଶେଷରେ ଏପରି କିଛି ନିଷ୍ପତି ନେଇଥିଲେ ।

ଶେଷରେ ନିଜ ଝିଅକୁ ଘରକୁ ଫେରାଇ ଆଣିବା ପାଇଁ ବାପା ନିଷ୍ପତ୍ତି ନେଇଥିଲେ । ଆଉ ତାହା ପୁଣି ଖାଲିରେ ନୁହେଁ , ବାଣ ରୋଷଣୀ ଫୁ-ଟାଇ ଆଉ ନିଜ ବନ୍ଧୁ ବାନ୍ଧବ ମାନଙ୍କୁ ନେଇ ଝିଅକୁ ନିଜ ଶାଶୁ ଘରକୁ ଆଣିବାକୁ ଯାଇଥିଲେ ବାପା ଜଣକ । ଆଉ ଝିଅକୁ ସମ୍ମାନର ସହିତ ଘରକୁ ଫେରାଇ ଆଣିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏପରି ବାପାକୁ ବହୁତ ମାତ୍ରାରେ ପ୍ରଶଂସା କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *