ଗଣମାଧ୍ୟମରେ ମନର କଥା ଖୋଲି କହିଲେ ଖଳନାୟକଙ୍କ ସ୍ତ୍ରୀ , ସ୍ଵାମୀଙ୍କ ବୟସ ନାହିଁ ଆଉ ଯେଉଁ ଝିଅ ମାନେ ଡାକିଲେ …. ।

ଅଲିଉଡ଼ରେ ଏବେ ସୁଦ୍ଧା ଅନେକ ପୁରୁଣା କଳାକାର ଅଛନ୍ତି ଯେଉଁମାନଙ୍କ ଅଭିନୟ ଦର୍ଶକଙ୍କୁ ଏବେ ସୁଦ୍ଧାବି ପସନ୍ଦ ଆସିଥାଏ । ସେ ସମୟକୁ ଗୋଲଡେନ ଟାଇମ କୁହାଯାଉଥିଲା ଏବଂ ସେତେବେଳର କଲକାରଙ୍କ ଅଭିନୟ ମଧ୍ୟ କିଛି ଅଲଗା ଧରଣର ଥିଲା । ତେବେ ଦୁଃ-ଖର କଥା ଏହା ଯେ କରୋନା ମହାମାରୀ ଆରମ୍ଭ ସହିତ ଯେମିତି କଳାକାର ଦୁନିଆ ଉପରେ କଳା ବାଦଲ ଛାଇ ଯାଇଥିଲା ।

ଜଣେ ପରେ ଜଣେ କଳାକାର ଇଣ୍ଡଷ୍ଟ୍ରି ଛାଡ଼ି ଏବଂ ଏ ଦୁନିଆ ଛାଡ଼ି ଗଲେଣି । ସବୁ ପରେ ବି ପ୍ରଶଂସକ ସେମାନଙ୍କୁ ମନେ ପକାନ୍ତି କାରଣ ସେମାନେ ଅଦ୍ୱିତୀୟ ଥିଲେ । ତେବେ ଆଜି କିନ୍ତୁ ଆମେ ଆପଣଙ୍କୁ ଜଣେ ଏଭଳି କଳାକାରଙ୍କ ବିଷୟରେ କହିବୁ ଯିଏକି ସେହି ସମୟରେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ । ଯାହାଙ୍କ ଖଳନାୟକ ଅଭିନୟକୁ ଲୋକେ ବେଶ ପସନ୍ଦ ମଧ୍ୟ କରୁଥିଲେ ।

ତେବେ ସେ ହେଉଛନ୍ତି ଲୋକପ୍ରିୟ ଖଳନାୟକ ଭିକାରୀ ସ୍ୱାଇଁ । ଯେତେବେଳେ ତାଙ୍କୁ ନିଜ କ୍ୟାରିଅର ଏବଂ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ପ-ଚରା ଯାଇଛି ସେତେବେଳେ ସେ ଅନେକ କିଛି ମଜାଳିଆ ଉତ୍ତର ଦେଇଛନ୍ତି । କହିବାକୁ ଗଲେ ସେ ଏବଂ ତାଙ୍କ ସ୍ତ୍ରୀ ବେଶ ଖୋଲା ହୃଦୟର ମଣିଷ କହିଲେ ଚଳେ । ୧୫ ବର୍ଷ ବୟସରେ ବିବାହ କରିଥିଲେ ଭିକାରୀ ସ୍ୱାଇଁ । ସ୍ତ୍ରୀ ମଧ୍ୟ ଖୁବ କମ ବୟସର ଥିଲେ । କିନ୍ତୁ ପରିବାର ଲୋକେ ବେଶ ଭଲ ଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କର ସବୁ ଯତ୍ନ ନେଉଥିଲେ ବୋଲି କହିଛନ୍ତି ଭିକାରୀଙ୍କ ସ୍ତ୍ରୀ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବେଶ ପ୍ରଗାଢ଼ ଭଲ ପାଇବା । ଏମିତିକି ଏତେ ବର୍ଷ ପର୍ଯ୍ୟନ୍ତବି ଏପରି ଭଲ ପାଇବା ରହିଛି ଯେ ଯେତେବେଳେ ଭିକାରୀ ଅନ୍ୟ ଝିଅ ସହିତ କଥା ହୁଅନ୍ତି ତାଙ୍କୁ ସ୍ତ୍ରୀକୁ ଈର୍ଷା ହୋଇଥାଏ ।

ତାଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି ଯେ , ” ଫିଲ୍ମରେ ଅଭିନୟ କରିବା ସମୟରେ ସେ କେଉଁ ଝିଅ ସହିତ କଥା ହେଲେ ସେ ଈର୍ଷା କରୁ ନଥିଲେ କିନ୍ତୁ ବର୍ତ୍ତମାନ ଯେଉଁ ଝିଅ ଡାକିଲେ ସେ କୁଆଡ଼େ ଚାଲି ଯାଉଛନ୍ତି , ଆଉ ଏଥିପାଇଁ ସେ ଈର୍ଷା ଅନୁଭବ କରନ୍ତି ” । ତେବେ ଭିକାରୀ ସ୍ୱାଇଁଙ୍କ ଅଭିନୟ କ୍ୟାରିଅର ବିଷୟରେ କହିବାକୁ ଗଲେ ତାଙ୍କର ପ୍ରଥମ ଫିଲ୍ମ ‘ କଣ୍ଢେଇ ଥିଲା ‘ ।

ଯେଉଁଥିରେ ସେ ଶ୍ରୀରାମ ପଣ୍ଡାଙ୍କ ସହିତ କାମ କରିଥିଲେ । ତାପରେ ପରେ ପରେ ସେ ଅନ୍ୟାନ୍ୟ କାଳକାରଙ୍କ ସହିତ ମଧ୍ୟ ଏକାଧିକ ଫିଲ୍ମ କରିଥିଲେ । ଓଡ଼ିଶାର ଘରେ ଘରେ ତାଙ୍କୁ ଖଳନାୟକ ଭାବରେ ହିଁ ଜାଣୁଥିଲେ । ତାଙ୍କ ଅଭିନୟବି ଥିଲା ଠିକ ସେହିପରି । ବାସ୍ତବ ଜୀବନରେ ସେ ଯେତିକି ଶାନ୍ତ ସରଳ , ଅଭିନୟ ଜଗତରେ ସମ୍ପୂର୍ଣ୍ଣ ଓଲଟା ନିଜକୁ ପ୍ରକାଶ କରନ୍ତି ।

ଯାହାକୁ ଦେଖିଲେ କେହିବି କହିବେ ନାହିଁ ଯେ ସେ ଅଭିନୟ କରୁଛନ୍ତି ବୋଲି । ତେବେ ବର୍ତ୍ତମାନ କିନ୍ତୁ ସେ ଅଭିନୟ ଜଗତ ଠାରୁ ଦୂରରେ ଅଛନ୍ତି । କରୋନା ଆସିବା ପରେ ପରେ ଯେତେବେଳେ ଇଣ୍ଡଷ୍ଟ୍ରିରୁ ସବୁ ନାମୀ ଦାମୀ କଳାକାରଙ୍କ ନିଧନ ହେଲା , ସେତେବେଳେ ଅଭିନୟ ଉପରୁ ଯେମିତି ତାଙ୍କର ମନ ଉଠିଗଲା । ସୁଟିଂ ସେଟକୁ ଗଲେ ତାଙ୍କର ସେହିସବୁ ପୁରୁଣା ଅଭୁଲା ସ୍ମୃତି ମନକୁ ଆସୁଥିଲା । ଯେଉଁଥିପାଇଁ ସେ ଖୁବ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । କିନ୍ତୁ ନିଜ ସରଳ ଜୀବନ ଏବଂ ନିଜ ଛୋଟ ପରିବାରରେ ସେ ବେଶ ଖୁସିରେ ଥିବା ତାଙ୍କ ସ୍ତ୍ରୀ ଙ୍କ କଥାରୁ ଜଣା ପଡ଼ିଛି । ଆଜିବି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏଭଳି ପ୍ରେମ ଦେଖିଲେ ଯେକେହିବି ଈର୍ଷା କରିବେ ।

Leave a Reply

Your email address will not be published. Required fields are marked *