ଯୌତୁ-କରେ କାର୍ ନ ଆଣିବାରୁ ଚଳନ୍ତା କାରରୁ ସ୍ତ୍ରୀକୁ ଠେଲିଦେଲା ସ୍ବାମୀ।

ଆଜିର ଦିନରେ ଯୌ-ତୁକ ହେଲା ସବୁଠାରୁ ବଡ ସମସ୍ୟା। ବିନା ଯୌତୁ-କରେ ଆଉ କେହି ବାହା ହେବାକୁ ଚାହୁଁ ନାହାଁନ୍ତି। ଗୋଟେ ଝିଅ ବାହା ହେବା ପରେ ନିଜ ଘର ଏବଂ ବାପାମାଆଙ୍କୁ ପରକରି ଶାଶୁ ଘର ଚାଲିଆସେ। ସେ ବାହାଘରକୁ ନେଇ ମନରେ ଅସୁମାରୀ ସ୍ବପ୍ନ ଦେଖିଥାଏ। ସେ ଭାବେ ନିଜ ବାପାମାଆଙ୍କୁ ଛାଡ଼ି ଶାଶୁଘରେ ଶାଶୂ ଶ୍ଵଶୁର ରୂପରେ ଆଉ ଗୋଟେ ବାପାମାଆ ପାଇବ। ସ୍ଵାମୀ ରୂପରେ ଗୋଟେ ଭଲ ସାଙ୍ଗ ପାଇବ। ଯିଏ ତାର ସବୁବେଳେ ଯତ୍ନ ନେବ ଏବଂ ତା ମନ କଥା ବୁଝିବ। କିନ୍ତୁ ସେ ତା ସ୍ବପ୍ନରେ ବି କେବେ ଭାବି ନଥିବ ମାତ୍ର ବାହାଘରର କିଛି ଦିନ ପରେ ଯୌତୁକ ପାଇଁ ତାକୁ ଏତେ ଦୁଃ-ଖ କଷ୍ଟ ସହିବାକୁ ପଡ଼ିବ।

ବିହାରର ମୁଜାଫରପୁରର ଚନ୍ଦା କୁମାରୀ ବୈଶାଲି ଜିଲ୍ଲା ହାଜିପୁରର ଦୀପକ ସିଂଙ୍କୁ ୨୦୨୦ ମସିହାରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ସମୟରେ ଦୀପକଙ୍କ ଘର ଲୋକ ଯାହା ଯୌ-ତୁକ ମାଗିଥିଲେ ଚନ୍ଦା କୁମାରୀଙ୍କ ବାପା ସବୁ ଦେଇଥିଲେ। କିନ୍ତୁ କିଛି ବର୍ଷ ଯିବା ପରେ ଦୀପକ ଗୋଟେ କାର ଯୌତୁକ ବାବଦକୁ ଆଣିବା ପାଇଁ ଚନ୍ଦାଙ୍କୁ କହିଲେ। କିନ୍ତୁ ଚନ୍ଦା ମନା କରି ଦେବାରୁ ଦୀପକ ତାଙ୍କୁ ବହୁତ୍ ମାନସିକ ଏବଂ ଶାରି-ରୀକ ନିର୍ଯା-ତନା ଦେବା ଆରମ୍ଭ କଲେ।

ତାଙ୍କୁ ଗୋଟେ ଘରେ ତାଲା ପକାଇ ଦୁଇ ଦିନ ଖାଇବା ଏବଂ ପିଇବା ବନ୍ଦ କରିଦେଲେ। ସେ ଏ ବିଷୟରେ ନିଜ ବାପାମାଆଙ୍କୁ କହିଲେ। ଯେତେବେଳେ ଚନ୍ଦାଙ୍କ ବାପା ଆସି ଝିଅର ଶାଶୂ ଘରେ ପହଁଚିଲେ ସେତେବେଳେ ତାଙ୍କୁ ଝିଅ ସହିତ ଦେଖା କରିବାକୁ ଦେଇ ନଥିଲେ।

ଜୁନ୍ ୪ ରେ ଦୀପକ ଏବଂ ତାଙ୍କ ଘର ଲୋକ ଚନ୍ଦାଙ୍କୁ ମାଡ ମାରି ଗୋଟେ ଘରେ ତାଲା ପକାଇ ଦେଲେ ଏକଥା ଜାଣିବା ପରେ ଚନ୍ଦାଙ୍କ ବାପା ସାଦର ପୋ-ଲିସ ଷ୍ଟେସ-ନରେ ଅଭି-ଯୋଗ କରିଥିଲେ। ପୋ-ଲିସ୍ ଚନ୍ଦାଙ୍କୁ ନିଜ ବାପଘରେ ରହିବାକୁ କହିଥିଲେ ଚନ୍ଦା ଯେତେବେଳେ ଏଫଆ-ଇଆର ପଞ୍ଜିକରଣ କରିବାକୁଗଲେ ସେତେବେଳେ ଶାଶୂ ଘର ଲୋକ ଏବଂ ସ୍ବାମୀ ତାଙ୍କୁ କ୍ଷମା ମାଗି ଘରକୁ ଫେରେଇ ନେବାକୁ କହିଲେ। ଚନ୍ଦା ତାଙ୍କ କଥାରେ ରାଜି ହେଇଗଲେ।

କିଛି ଦିନ ପରେ ସ୍ବାମୀ ଏବଂ ଶାଶୂ ଶଶୁର ତାଙ୍କୁ କାରରେ ଶାଶୂ ଘରକୁ ନେବା ପାଇଁ ଆସିଲେ କିନ୍ତୁ ଅଧା ବାଟରେ ସ୍ବାମୀ ତାଙ୍କୁ କାର ଭିତରେ ବାଡେଇ ବାଡେଇ ଚଳନ୍ତା କାରରୁ ବାହାରକୁ ଠେଲିଦେଲେ। ଘଟ-ଣା ସ୍ଥଳରେ ତାଙ୍କ ଚେ-ତାଶୂ-ନ୍ୟ ହେଇଗଲେ। ତାପରେ ସ୍ଥାନୀୟ ଲୋକେ ତାଙ୍କୁ ମେଡ଼ିକାଲ ନେଇଗଲେ। ଏବେ ସେ ଗୁରୁ-ତ୍ୱର ଅବସ୍ତାରେ ଚିକିତ୍ସିତ ହେଉଛନ୍ତି। ହାଜିପୁର ପୋ-ଲିସ୍ ଅଧିକାରୀ ସତ୍ୟେନ୍ଦ୍ର କୁମାର ମିଶ୍ର ଘଟ-ଣାର ତ-ଦନ୍ତ କରି ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *