ବିବାଦରେ ଏଲିନା ଏବଂ ଅମ୍ଳାନଙ୍କ ନୂଆ ଫିଲ୍ମ । ଝିଲିକ , ସୁଧାଂଶୁ ଏବଂ ଏଲିନାଙ୍କ ନାମରେ ହେଲା ଥା-ନାରେ ଅଭି-ଯୋଗ ।

ଆପଣ ମାନେ ଜାଣିଥିବେ ଯେ ଗତ କିଛିଦିନ ତଳେ ଅର୍ଥାତ ଜୁନ ୨୯ ରେ ଏଲିନା ଏବଂ ଅମ୍ଳାନଙ୍କ ଫିଲ୍ମ ” ପ୍ରିୟେ ତୁ ମୋ ସିଏ ” ଫିଲ୍ମ ରିଲିଜ ହୋଇଥିଲା । ଯାହାକୁ ଦେଖିବା ପରେ ଦର୍ଶକ ଫିଲ୍ମ ସହିତ ଅଭିନେତା ଅଭିନେତ୍ରୀଙ୍କର ମଧ୍ୟ ପ୍ରଶଂସା କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ବିବା-ଦରେ ରହିଛି ଏବଂ ଫିଲ୍ମ କଳାକାର ଏଲିନା ଏବଂ ଝିଲିକଙ୍କ ସମେତ ସୁଧାଂଶୁଙ୍କ ନାମରେ ମଧ୍ୟ ଥା-ନାରେ ଅଭି-ଯୋଗ ହୋଇଛି ।

ତେବେ ସେମାନଙ୍କ ନାମରେ ଅନୁସୂଚିତ ଜାତିର ଚରିତ୍ର ସଂହାର କରୁଥିବାର ଅଭି-ଯୋଗ ହୋଇଛି । ଝିଲିକ , ଏଲିନା ଏବଂ ସୁଧାଂଶୁଙ୍କ ନାମରେ କ୍ୟାପିଟାଲ ଥା-ନାରେ ଏ-ତଲା ହୋଇଛି । ତେବେ ଫିଲ୍ମ ” ପ୍ରିୟେ ତୁ ମୋ ସିଏ ” ରେ କିଛି ଏଭଳି ଚିତ୍ରଣ ହୋଇଥିଲା ଯାହାକୁ ଅନୁସୂଚିତ ଜାତିକୁ ଖୁବ ଆ-ଘାତ ଦେଇଛି ।

କହିରଖିବୁ ଯେ ଏହି ଫିଲ୍ମରେ ଏଲିନା ସାଆନ୍ତାଣୀ ଭୂମିକାରେ ନଜର ଆସିଥିବା ବେଳେ ଅମ୍ଳାନ ନିଚ୍ଚ ଜାତିର ହୋଇଥିବା ଅଭିନୟ କରିଛନ୍ତି । ଏହି ଫିଲ୍ମରେ ବାରମ୍ବାର ଛୋଟ ଜାତିକୁ ପ୍ରୟୋଗ କରାଯାଉଥିବା ଏବଂ ଛୋଟ ପିଲା ମାନଙ୍କୁ ଛୁଆଁ ଅଛୁଆଁ , ମୁଣ୍ଡରେ ଚପଲ ରଖିବା ଏବଂ ଅନୁସୂଚିତ ଜାତିକୁ ଖରାପ ବ୍ୟବହାର କରୁଥିବା ଦୃ-ଶ୍ୟ ଦେଖାଯାଇଥିବାରୁ ଓଡ଼ିଶାରେ ଏହି ଫିଲ୍ମର ନିର୍ମାତାଙ୍କ ନାମରେ କ୍ୟାପିଟାଲ ଥା-ନାରେ ଏକ ଅଭି-ଯୋଗ ହୋଇଛି ।

ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ ଏନେଇ ଅଭି-ଯୋଗ ଆଣିଛନ୍ତି । ତେବେ ଏନେଇ ଲିଟୁ ଦାସ ପ୍ରତିକ୍ରିୟା ରଖିଛନ୍ତି ଯେ ଓଡ଼ିଶାରେ ୨୦ ଭାଗ ଅନୁସୂଚିତ ଜାତି ରହୁଥିବା ବେଳେ ଏହି ଫିଲ୍ମରେ ସମ୍ପୂର୍ଣ୍ଣ ଜାତିକୁ ଆ-ଘାତ ଦେବାଭଳି ଶବ୍ଦ ବ୍ୟବହାର ହୋଇଛି ଏବଂ ଖୁବ ଅପ-ମାନିତ କରାଯାଇଛି ।

ଜଣେ ଅନୁସୂଚିତ ଜାତିର ପିଲା ଉଚ୍ଚ ଜାତିର ଝିଅକୁ ଭଲ ପାଇଥିବାରୁ ତାକୁ ମୁଣ୍ଡରେ ଜୋତା ରଖି ଭୁଲ ମାଗିବାକୁ କୁହାଯାଉଛି । ଯାହା ବାସ୍ତବରେ ନିନ୍ଦ-ନୀୟ । ଏହି କାରଣରୁ ଝିଲିକ ଭଟ୍ଟାଚାର୍ଯ୍ୟ , ଏଲିନା ସାମନ୍ତରାୟ ଏବଂ ଫିଲ୍ମ ନିର୍ମାତା ସୁଧାଂଶୁଙ୍କ ନାମରେ ଅଭି-ଯୋଗ କରାଯାଇଛି । ଆଉ ଏଭଳି ଅନୁସୂଚିତ ଜାତି କହି ବାରମ୍ବାର ଅପ-ମାନିତ କରାଯାଉଥିବା ଅଭି-ଯୋଗ ଆଣିଛନ୍ତି ଲିଟୁ ଦାସ । ତେବେ ଏହି ଅଭି-ଯୋଗ ପରେ ଏଲିନା କିମ୍ବା ଝିଲିକଙ୍କ ଠାରୁ କୌଣସି ପ୍ରତି-କ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *