ସ୍ତ୍ରୀର ଖୁସି ପାଇଁ ସ୍ଵାମୀ କଲା ଏମିତି , କରାଇ ଦେଲା ନିଜ ପ୍ରେମିକ ସହିତ ବିବାହ

ଏପରି ସ୍ଵାମୀ ଭାଗ୍ୟରେ ଥିଲେ ମିଳିଥାଏ । ଏପରି ସ୍ଵାମୀ ସମସ୍ତଙ୍କୁ ମିଳେ ନାହିଁ , ଯିଏ ନିଜ ସ୍ତ୍ରୀର ଖୁସି ପାଇଁ କିଛି ବି କରିବାକୁ ରାଜି ଥାଆନ୍ତି । ଆଉ ଶେଷରେ ନିଜର ସବୁ ଦୁଃଖ କଷ୍ଟ ଲୁଚାଇ ସ୍ତ୍ରୀର ଖୁସି ଆଗରେ ହାର ମାନି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ସ୍ଵାମୀଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି । ନିଜର ସବୁ ଦୁଃଖ କଷ୍ଟକୁ ଛାତିରେ ଲୁଚାଇ ରଖି ଶେଷରେ ସ୍ତ୍ରୀ ପାଇଁ ନେଇଛନ୍ତି ଏପରି କିଛି ବଡ ପଦକ୍ଷେପ । ଯାହା ପୁରା ଗ୍ରାମବାସୀଙ୍କୁ କରି ଦେଇଥିଲା ଚକିତ ।

ସୂଚନା ଅନୁସାରେ , ବିବାହ ପରେ ମଧ୍ୟ ସ୍ତ୍ରୀ ନିଜ ପୂର୍ବ ପ୍ରେମିକଙ୍କୁ ଭୁଲି ପାରି ନଥିଲେ । ଯାହା ଫଳରେ ସ୍ଵାମୀ ନିଜ ସ୍ତ୍ରୀର ଖୁସି ପାଇଁ ନିଜ ପ୍ରେମିକ ସହିତ ତାଙ୍କୁ ବିବାହ କରାଇ ଦେଇଥିଲେ । କହିରଖୁଛୁ ଯେ , ଏପରି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ତ୍ରିପୁରିଆ ଜିଲ୍ଲାର କରିଅପୁରନଗର ପଞ୍ଚାୟତରେ । ସୂଚନା ଅନୁସାରେ , କିଛି ବର୍ଷ ଆଗରୁ ଆକାଶ ଶାହା ନାମକ ଜଣେ ବ୍ୟକ୍ତିଙ୍କ ବିବାହ ବିହାର ଜିଲ୍ଲାର ଜଣେ ଯୁବତୀଙ୍କ ସହିତ ହୋଇଥିଲା । ଆଉ ବିବାହ ପରେ ମଧ୍ୟ ସବୁକିଛି ଠିକ୍ ଠାକ୍ ଚାଲିଥିଲା ।

ସ୍ଵାମୀ ନିଜ ସ୍ତ୍ରୀ ସହିତ ସାରା ଜୀବନ ଖୁସିରେ ବିତାଇବା ପାଇଁ ଦେଖିଥିଲେ ଅନେକ ସ୍ବପ୍ନ । ଭାବିଥିଲେ ଘରକୁ ତାଙ୍କ ସ୍ତ୍ରୀ ଆସିଲେ ଘର ଗୋଟିଏ ସ୍ବର୍ଗ ପାଲଟି ଯିବ ଆଉ ଜୀବନର ଯେତିକି ଦିନ ରହିବ ସେ ହସ ଖୁସିରେ ନିଜ ସ୍ତ୍ରୀ ସହିତ କାଟିବେ । କିନ୍ତୁ କିଛି ହେବା ଆଗରୁ ସବୁକିଛି ସରି ଯାଇଥିଲା । କାହିଁକି ନା ସ୍ତ୍ରୀ ବିବାହ ସିନା ଆକାଶଙ୍କୁ କରି ନେଇଥିଲେ କିନ୍ତୁ ତାଙ୍କ ମନ ଭିତରେ ଆଉ କାହାର ନାମ ଲେଖା ହୋଇଥିଲା । ଅର୍ଥାତ ସ୍ତ୍ରୀ ଆଉ ଜଣଙ୍କୁ ଭଲ ପାଉଥିଲେ ।

ତେବେ ଏକଦା ଘରକୁ ସ୍ତ୍ରୀଙ୍କ ପ୍ରେମିକ ଆସିଥିଲେ ଆଉ ତାଙ୍କୁ ଦେଖି ସ୍ତ୍ରୀ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ । ତେବେ ଖୁସି ହେବା ସହିତ ସେ ଭୟଭୀତ ମଧ୍ୟ ହୋଇ ଯାଇଥିଲେ , କାହିଁକି ନା ତାଙ୍କ ସ୍ବାମୀ ନିଜ ପ୍ରେମିକଙ୍କୁ ଦେଖି ନେଇଥିଲେ । ତେବେ ଏହାପରେ ଆକାଶ ଏପରି କିଛି ନିଷ୍ପତ୍ତି ନେଇଥିଲେ । ସ୍ତ୍ରୀର ଖୁସି ପାଇଁ ଗାଆଁ ଲୋକଙ୍କ ସହିତ କଥା ହୋଇଥିଲେ । ଆଉ ଗାଆଁ ଲୋକ ରାଜି ହେବା ପରେ ନିଜ ପ୍ରେମିକ ସହିତ ସ୍ତ୍ରୀର ବିବାହ କରାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *