ଗଣମାଧ୍ୟମରେ ଦୀପଞ୍ଜଳି କହିଲେ ନିଜ ସାଧାରଣ ଜୀବନ । ବିବାହ ପରେ ଏମିତି ରହିଥିଲେ ଶାଶୁ ଘରେ ।

ଆପଣ ମାନେ ନିଶ୍ଚିତ ଭାବରେ ଦୀପଞ୍ଜଳି ବ୍ଲଗ ନାମକ ଚ୍ୟାନେଲରେ ନିଜର ସାଧାରଣ ଜୀବନ ବିଷୟରେ ସେୟାର କରୁଥିବା ଦୀପଞ୍ଜଳିଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଅନେକ ସମୟରେ ସେ ନିଜ ସ୍ୱାମୀ ଏବଂ ଶାଶୁଙ୍କ ସହିତ ମଜାଦାର ଭିଡ଼ିଓ କରି ମଧ୍ୟ ଲୋକଙ୍କ ମନରଞ୍ଜନ କରାଇଥାନ୍ତି । ୟୁଟ୍ୟୁବରେ ତାଙ୍କର ସବସକ୍ରାଇବାର ମଧ୍ୟ ବେଶ ଅଧିକ । ତାଙ୍କର ପ୍ରଶଂସକ ମାନେ ତାଙ୍କ ଭିଡ଼ିଓକୁ ଖୁବ ଲାଇକ କରୁଥିବାର ମଧ୍ୟ ଦେଖା ଯାଇଛି । ତେବେ ଯେତେବେଳେ ଦୀପଞ୍ଜଳିଙ୍କୁ ତାଙ୍କ ବିବାହ ବିଷୟରେ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୁହାଯାଇଛି ସେ ଖୁବ ସୁନ୍ଦର ଭାବରେ ନିଜର ଅନୁଭୂତିକୁ ସେୟାର କରିଛନ୍ତି ।

ବିବାହକୁ ୬ ବର୍ଷରୁ ଅଧିକ ହୋଇ ଯାଇଥିବା ଦୀପଞ୍ଜଳି ଶାଶୁ ଘରେ ସମସ୍ତଙ୍କର ଖୁବ ପ୍ରିୟ । ବିବାହ ବିଷୟରେ କହିବାକୁ ଗଲେ ବାପା ମା’ ତାଙ୍କୁ ସରକାରୀ ଚାକିରୀ ଥିବା ପିଲାକୁ ହିଁ ବିବାହ କରାଇଥିଲେ । ତାଙ୍କ ସ୍ୱାମୀ ମଧ୍ୟ ବେଶ ଖୁସି ମିଜାଜର । ଯିଏକି ଚାକିରୀ ସହିତ ଭଲ ଗୀତ ଗାଇ ପାରନ୍ତି ।

ଏପଟେ ଦୀପଞ୍ଜଳି ବ୍ଲଗ କରି ସବୁଠି ବେଶ ପରିଚିତ । ଦୀପଞ୍ଜଳିଙ୍କୁ ଯେତେବେଳେ ପରିବାର ଚଳାଇବା ଏବଂ ଜୀବନରେ ଅନେକ ସମୟରେ ଆସୁଥିବା ଉନ୍ନତି ଅବନତି ବିଷୟରେ ପଚରା ଯାଇଛି ସେତେବେଳେ ସେ କହିଛନ୍ତି ଯେ ପରିବାର ଜଣେ ବ୍ୟକ୍ତିର ଭରସାରେ କେବେ ଚାଲି ନଥାଏ ।

ପରିବାର ଏକାଧିକ ସଦସ୍ୟଙ୍କୁ ନେଇ ହୋଇଥାଏ । ତେଣୁ ପରିବାରକୁ ଭଲ ଭାବରେ ପରିଚାଳନା କରିବାର ଦାୟିତ୍ବ ସମସ୍ତଙ୍କର ରହିଛି । କେବଳ ଜଣେ ସବୁବେଳେ ସମସ୍ତଙ୍କ ପାଇଁ କମ୍ପ୍ରମାଇଜ କରି ପାରିବେ ନାହିଁ । ବିଶେଷ କରି ଯେତେବେଳେ ଜଣେ ଝିଅ ନୂଆ ବିବାହ କରି ଶାଶୁ ଘରକୁ ଯାଇଥାଏ ସେତେବେଳେ ପରିବାରର ସମସ୍ତେ ତାଙ୍କ ସହିତ ମ୍ୟାନେଜ କରି ରହିବା ଉଚିତ । ନଚେତ ସେହି ପରିବାର କେବେବି ତିଷ୍ଠି ରହି ପାରିବ ନାହିଁ । ଆଉ ସମୟ ଆସିଲେ ଝିଅଟିଏ ଧୀରେ ଧୀରେ ନୂଆ ପରିବାର ସହିତ ଖାପ ଖୁଆଇ ଚଳି ପାରିବ । ଉଭୟଙ୍କର ଏହି କଥାକୁ ତାଙ୍କ ପ୍ରଶଂସକ ମାନେ ମଧ୍ୟ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *