ଅଜବ ପ୍ରେମ , ପୁଅ ବୟସର ପ୍ରେମିକ ସହ ଏକାଠି ରହିବାକୁ କୋ-ର୍ଟରେ ଆବେଦନ କଲେ ୬୭ ବର୍ଷୀୟ ମହିଳା

ଦିନକୁ ଦିନ ଏ ପୃଥିବୀରେ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଘ-ଟଣା ଘଟୁଅଛି ଆଉ ଆମକୁ ସେ ବିଷୟରେ ଶୁଣିବାକୁ ମିଳୁଅଛି । ସୋସିଆଲ ମିଡିଆରେ ଏଭଳି ଅନେକ ଖବର ଘୁରି ବୁଲୁଛି , ଯାହା ଚମକାଇ ଦେଉଛି । ତେବେ ଅନ୍ୟପକ୍ଷରେ ଏଭଳି ଏକ ଖବର ବିଷୟରେ ଶୁଣିବାକୁ ମିଳୁଅଛି , ଯାହାକୁ କେହି ବି ସହଜରେ ବିଶ୍ୱାସ କରିପାରିବେ ନାହିଁ । ଆମେ ସମସ୍ତେ ଜାଣିଅଛେ କି ଦୁନିଆଁର ପ୍ରାୟତଃ ଅନେକ ଲୋକ ପ୍ରେମ କରିଥାନ୍ତି । ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଏ ମଣିଷ ଆଉ କାହାକୁ ଭଲ ପାଇ ବସିଥାଏ ।

ଆଉ ତାର ମନର ମଣିଷକୁ ପାଇବା ପାଇଁ ସବୁକିଛି କରିବାକୁ ମଧ୍ୟ ପ୍ରସ୍ତୁତ ରହିଥାଏ । ଯେତେ ବି କଷ୍ଟ ହେଉ ନା କାହିଁକି , ମଣିଷ ତା ପ୍ରେମ ପାଇଁ ଅନେକ ଚେଷ୍ଟା କରିଥାଏ । ପ୍ରେମ ପାଇଁ ତାର ଘର ସହ ଲଢ଼ିଯାଏ ତ ଆଉ କେତେବେଳେ ପ୍ରେମ ପାଇଁ ଦୁନିଆଁ ସହ । ତେବେ ସରଳ ଭାଷାରେ କହିବାକୁ ଗଲେ ପ୍ରେମ ଅନ୍ଧ ଅଟେ । ପ୍ରେମ କିଛି ମଧ୍ୟ ମାନେ ନାହିଁ । କାହାକୁ କେତେବେଳେ ବି ପ୍ରେମ ହୋଇ ଯାଇପାରେ । ଏହା ଏକ ସୁନ୍ଦର ଅନୁଭବ ହୋଇଥାଏ । ତେବେ ପ୍ରେମ କରିବା ତ ସାଧାରଣ କଥା ଅଟେ କିନ୍ତୁ ପୁଅ ଝିଅମାନେ ବର୍ତ୍ତମାନ ସମୟରେ ବୟସକୁ ମଧ୍ୟ ମାନୁ ନାହାଁନ୍ତି । ନିଜ ଠାରୁ ଅନେକ ବର୍ଷର ବଡ଼ କିମ୍ବା ଛୋଟ ପୁଅ ଝିଅକୁ ଭଲ ପାଇ ବସୁଛନ୍ତି ଆଉ ବିବାହ ମଧ୍ୟ କରିନେଉଛନ୍ତି ।

ତେବେ ଖାଲି ପୁଅ ଝିଅ ନୁହେଁ , ବୁଢ଼ାବୁଢ଼ୀ ମାନେ ମଧ୍ୟ ବର୍ତ୍ତମାନର ଦୁନିଆଁରେ ଛୋଟ ବୟସର ପିଲାର ପ୍ରେମରେ ପଡି ଯାଉଛନ୍ତି । ଆଜିକାଲିର ଦୁନିଆଁର ଏଭଳି ଖବର ସାଧାରଣ କଥା ଅଟେ । ପ୍ରତିଦିନ ଏଭଳି ଖବର ସାମ୍ନାକୁ ଆସୁଅଛି । ତେବେ ଏଭଳି ଏକ ନିଆରା ପ୍ରେମ କାହାଣୀ ଉତ୍ତରପ୍ରଦେଶର ଗ୍ଵାଲିୟରରୁ ଆସିଅଛି । ଏଠାରେ ଜଣେ ଏଠାରେ ଜଣେ ୬୭ ବର୍ଷୀୟା ମହିଳା ୨୮ ବର୍ଷର ପୁଅକୁ ଭଲ ପାଇ ବସିଛନ୍ତି । ତେବେ ଏହି ପ୍ରେମ ଏକ ପାଖିଆ ନୁହେଁ । ଉଭୟେ ପରସ୍ପରକୁ ଭଲ ପାଉଛନ୍ତି । ଆଉ ତାପରେ ଦୁହେଁ କୋ-ର୍ଟରେ ମଧ୍ୟ ପହଞ୍ଚି ଯାଇଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ , ଉଭୟେ ଲିଭ ଇନ ଅର୍ଥାତ ଉଭୟେ ଗୋଟିଏ ଘରେ ଏକାଠି ରହିବା ପାଇଁ କୋ-ର୍ଟ ପେପରରେ ଦସ୍ତଖତ କରିଛନ୍ତି ।

ତେବେ ପ୍ରେମ ପାଇଁ ଏମାନେ କିଛି ବି କରିବାକୁ ରାଜି ଅଛନ୍ତି । ବୟସର ଲାଜ ନାହିଁ କିମ୍ବା ସମାଜର ଖରାପ କଥାକୁ ଏମାନେ ଖାତିର କରିନାହାଁନ୍ତି । କେବଳ ପ୍ରେମ ପାଇଁ ଉଭୟେ ସାରାଜୀବନ ଏକାଠି ରହିବାପାଇଁ ଶ-ପ-ଥ ନେଇଛନ୍ତି । ତେବେ ସୂଚନା ମୁତାବିକ , ୬୭ ବର୍ଷୀୟା ମହିଳା ରାମକିଲ ନିଜ ପୁଅ ବୟସର ୨୮ ବର୍ଷୀୟ ଭୋଲୁଙ୍କୁ ଭଲ ପାଇ ବସିଥିଲେ । ଆଉ ପରସ୍ପରକୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ତେବେ ଉଭୟେ ବିବାହ କରିବାକୁ ନୁହେଁ , ଖାଲି ଏକାଠି ରହିବାପାଇଁ କୋ-ର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ସେମାନେ କୋ-ର୍ଟରେ ନୋଟାରୀ କରାଇଛନ୍ତି ଆଉ ସେଥିରେ ଦସ୍ତଖତ କରିଛନ୍ତି । ଭବିଷ୍ୟତରେ ଯେମିତି କିଛି ଅସୁବିଧା ନ ହେଉ , ସେଥିପାଇଁ ସେମାନେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ।

Leave a Reply

Your email address will not be published. Required fields are marked *