ସ୍ତ୍ରୀର ଗହଣା ବିକି ପୁଅ ଫସି ରହିଥିବା ଟନେଲ ପାଖରେ ପହଞ୍ଚିଲେ ବାପା । ଉ-ଦ୍ଧାର ପାଇଁ ଆଗେଇଛି ଭାରତୀୟ ସେନା ।

ବର୍ତ୍ତମାନ ସମୟରେ ଟନେଲ ଟ୍ରେଜେଡି ମାମ-ଲା ସବୁଠି ଚର୍ଚ୍ଚାର ବିଷୟ ଅଟେ । କାରଣ ଏହି ମାମଲାକୁ ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଏବେ ସୁଦ୍ଧା ଫସି ରହିଥିବା ଶ୍ରମିକଙ୍କୁ ଉ-ଦ୍ଧାର କରାଯାଇ ପାରିନାହିଁ । ଏମିତିକି ପ୍ରଶାସନ ମଧ୍ୟ ୪୧ ଜଣ ଶ୍ରମିକଙ୍କୁ ଉ-ଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିଛି ।

ତେବେ ଏଭଳି ଅନୁମାନ କରାଯାଉଛି ଯେ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉ-ଦ୍ଧାର ପାଇଁ ଲମ୍ବା ସମୟ ଲାଗିପାରେ ବୋଲି । ବର୍ତ୍ତମାନ ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗି ଯାଇଥିବା ଅଗର ମସିନ । ତେବେ ଘ-ଟଣା ସ୍ଥଳରେ ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ଘ-ଟଣା ଘଟି ଯାଇଛି । ଆଉ ଶ୍ରମିକଙ୍କୁ ଉ-ଦ୍ଧାର ପାଇଁ ଭାରତୀୟ ସେନା ମଧ୍ୟ ଆଗେଇ ଆସିଛି । ଏହାସହିତ ଭାରତୀୟ ସେନା ଅନ୍ୟ ଟେକ୍ନିକାଲ ଟିମ ସହିତ ମିଶି ମାଲୁୱାଲ ଡ୍ରିଲିଂ କରିବ ବୋଲି ସୂଚନା ମିଳିଛି।

ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉ-ଦ୍ଧାର ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ ଜାରି ରହିଛି । ଉତ୍ତରକାଶିର ସିଲକୟାରା ଟନେଲ ଭିତରେ ଫ-ସି ରହିଥିବା ୪୧ ଜଣ ଶ୍ରମୀଙ୍କ ମଧ୍ୟରୁ ଜଣେ ମଞ୍ଜିତ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଅଛନ୍ତି । ସେ ମଧ୍ୟ ଆଜକୁ ୧୫ ଦିନ ହେବ ସେହି ଟନେଲ ମଧ୍ୟରେ ଫ-ସି ରହିଛନ୍ତି । ଏହାକୁ ନେଇ ତାଙ୍କ ବାପା ମା’ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ମଞ୍ଜିତଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିରେ ।

ଟନେଲ ଦୁର୍ଘ-ଟଣା ଖବର ପାଇବା ମାତ୍ରେ ଫସିଥିବା ଶ୍ରମିକଙ୍କ ପରିବାର ଲୋକେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ପହଞ୍ଚିଥିଲେ । କିନ୍ତୁ ମଞ୍ଜିତଙ୍କ ପରିବାର ପାଖରେ ଲକ୍ଷ୍ମୀପୁର ଖେରିରୁ ଟନେଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଏତେ ଟଙ୍କା ନଥିଲା । କିନ୍ତୁ ମଞ୍ଜିତଙ୍କ ବାପା ପୁଅ ପାଖରେ ପହଞ୍ଚିବା ପାଇଁ ନିଜ ସ୍ତ୍ରୀର କାନଫୁଲ ଏବଂ ପାଉଁଜି ବନ୍ଧା ପକାଇ ଅର୍ଥ ଯୋଗାଡ଼ କରିଥିଲେ ।

ଗହଣା ବନ୍ଧା ପକାଇ ଯେଉଁ ଅର୍ଥ ମିଳିଥିଲା , ତାହାକୁ ନେଇ ବାପା ଟନେଲ ପାଖକୁ ପହଞ୍ଚିଥିଲେ । ଏହି ମାମଲା ପରେ ମଞ୍ଜିତଙ୍କ ବାପା କହିଛନ୍ତି ଯେ ତାଙ୍କର ଦୁଇ ପୁଅ ଏବଂ ପୂର୍ବରୁ ବଡ଼ ପୁଅର ଏକ ଦୁର୍ଘ-ଟଣା କାରଣରୁ ମୃ-ତ୍ୟୁ ହୋଇ ଯାଇଛି । ସାନ ପୁଅକୁ ଦେଖି ସ୍ୱାମୀ ସ୍ତ୍ରୀ ଦିନ କା-ଟୁଛନ୍ତି । ଯେଉଁ ଦିନ ସ୍ୱାମୀ ସ୍ତ୍ରୀ ଏହି ଘ-ଟଣା ଶୁଣିଛନ୍ତି ସେହି ଦିନ ଠାରୁ ଉଭୟେ ଯେମିତି ସ୍ଥାଣୁ ପାଲଟି ଯାଇଛନ୍ତି । ଦୁଃ-ଖରେ ଭାଙ୍ଗି ପଡ଼ିଥିବା ମଞ୍ଜିତଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯେ ଖାଇବା ପିଇବା ଏବଂ ଦିନରାତି ପୁଅର ଚିନ୍ତା ଘାରୁଛି ।

ଖାଲି ସେତିକି ନୁହେଁ , ସେ ଆହୁରି ମଧ୍ୟ କହିଛନ୍ତି ଯେ , ପୁଅ ଟନେଲ ଭିତରୁ ବାହାରିଲେ ତାକୁ ଆଉ ସେଠାକୁ ପଠାଇବେ ନାହିଁ । ଗାଁରେ ଏକ ଛୋଟ ଦୋକାନ କରି ସେ ପେଟ ପୋଷିବ । ତେବେ କହି ରଖିବୁ ଯେ ଟନେଲ ଭିତରେ ଥିବା ମଞ୍ଜିତ ନିଜ ବାପାଙ୍କ ସହିତ କଥା ହୋଇଛନ୍ତି । ସେ ନିଜ ବାପାଙ୍କୁ ଚିନ୍ତା କରିବାକୁ ମନା କରିଛନ୍ତି ଏବଂ ନିଜେ ଭଲରେ ଥିବା କହି କ-ନ୍ଦାକ-ଟା ନକରିବାକୁ ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *