ବିବାହକୁ ଦୁଇ ବର୍ଷ । କିନ୍ତୁ ଦୁଇଟି ଯାକ କିଡନୀ ଖରାପ ସ୍ୱାମୀଙ୍କର । ଆଉ ବର୍ତ୍ତମାନ ସ୍ତ୍ରୀ……

ବିବାହ ହୋଇଥିଲା ଦୁଇବର୍ଷ ତଳେ । କୋଳରେ ତିନି ମାସର ପୁଅ । ଆଉ ବାପା ବର୍ତ୍ତମାନ ବିଛଣାରେ । ହସ ଖୁସିରେ ଜୀବନ ବିତାଉଥିବା ପରିବାର ଯେମିତି ଆଖି ପିଛୁଳାକେ ନ-ଷ୍ଟ ହେବାକୁ ବସିଛି । କାରଣ ଯେଉଁ ପୁଅ ଏବଂ ଯେଉଁ ସ୍ୱାମୀ ଉପରେ ନିର୍ଭର କରି ପୁରା ପରିବାର ବଞ୍ଚି ଆସୁଥିଲା , ସେହି ବ୍ୟକ୍ତି ବର୍ତ୍ତମାନ ମୃ-ତ୍ୟୁ ସହିତ ଲ-ଢ଼େଇ କରୁଛି ।

ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅଧୀନ ମହୁରା ପାଟଣା ସାହିର ହିମାଂଶୁ ମିଶ୍ରଙ୍କ ପରିବାରରେ ଘଟି ଯାଇଛି । ହିମାଂଶୁ ହେଉଛନ୍ତି ଘରର ଏକମାତ୍ର ରୋଜଗାରିଆ ପୁଅ । କିନ୍ତୁ ବର୍ତ୍ତମାନ ତାଙ୍କର ଶରୀର ଅସୁସ୍ଥ ଏବଂ ଦୁଇଟି ଯାକ କିଡନୀ ନ-ଷ୍ଟ ହୋଇ ଯାଇଛି ।

ଖବର ଅନୁଯାୟୀ ହିମାଂଶୁଙ୍କ ବିବାହ ଗତ ଦୁଇ ବର୍ଷ ତଳେ ସ୍ଵାଗତିକାଙ୍କ ସହିତ ହୋଇଥିଲା । ଉଭୟଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଅଛି । ୧୫ ଦିନ ପୂର୍ବରୁ ହିମାଂଶୁଙ୍କୁ ଜ୍ୱର ହୋଇଥିଲା । ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ନେଇ ଯାଇଥିଲେ । ସେଠାରେ ପରୀକ୍ଷା ପରେ ଜଣା ପଡ଼ିଥିଲା ଯେ , ହିମାଂଶୁଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇ ଯାଇଛି ।

ଏହାପରେ ସେ କଟକ ବଡ଼ ମେଡ଼ିକାଲକୁ ଯାଇଥିଲେ । ସେଠାରେ ପରୀକ୍ଷା ହେବା ପରେ ମଧ୍ୟ ସେହି ସମାନ ରି-ପୋର୍ଟ ଆସିଥିଲା । ଆଉ ଏହି ଖବର ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଛି । ଡାକ୍ତର କହିଛନ୍ତି ଯେ , ହିମାଂଶୁଙ୍କର ଗୋଟିଏ କିଡନୀ ଲାଗିଲେ ସେ ସାଧାରଣ ଭାବରେ ଜୀବନ ଯାପନ କରି ପାରିବେ ।

ଆଉ ହିମାଂଶୁଙ୍କୁ ତାଙ୍କ ମା’ କିଡନୀ ଦେବାକୁ ମଧ୍ୟ ରାଜି ଅଛନ୍ତି । ସବୁ ପରୀକ୍ଷା ମଧ୍ୟ ସରିଛି । ହେଲେ କିଡନୀ ପ୍ରତିରୋ-ପଣ ପାଇଁ ୩୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଯାହାକି ପରିବାର ପାଖରେ ନାହିଁ । ଏହି ଚିନ୍ତାରେ ପୁରା ପରିବାର ଦିନ କା-ଟୁଛନ୍ତି । ବର୍ତ୍ତମାନ ପରିବାର ଲୋକେ କା-ନ୍ଦି କା-ନ୍ଦି ସରକାରୀ ସହାୟତା ମାଗୁଛନ୍ତି ଏବଂ ସ୍ଥାନୀୟ ବାସିନ୍ଦା ମଧ୍ୟ ସହାୟତା ମାଗିଛନ୍ତି । ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ କିଛି ସହାୟତା ଦେବାକୁ ଅନୁରୋଧ କରିଛନ୍ତି । ଯାହାଦ୍ୱାରା ହିମାଂଶୁଙ୍କର ଜୀବନ ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *