ବିଡି ର-କ୍ଷା କରିଦେଲା ଶ୍ରମିକଙ୍କ ଜୀବନ , ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଉତ୍ତରକାଶୀର ଟନେଲ ଘ-ଟଣା କଥା ମନେ ପକାଇଲେ ଏବେ ବି ଲୋମ ଟାଙ୍କୁରି ଉଠୁଛି । କାହିଁକି ନା ସେହି ଟନେଲ ଭିତରେ ଫସି ରହିଛନ୍ତି ଆମ ଭଳି ୪୧ ଜଣ ମଣିଷ । ଯେଉଁ ମାନେ ଅନେକ ଦିନ ବିତି ଗଲାଣି କିନ୍ତୁ ବାହାର ଦୁନିଆଁ ଦେଖି ନାହାଁନ୍ତି । ସୂର୍ଯ୍ୟ କିରଣ ଟିକିଏ ଅନୁଭବ କରି ନାହାଁନ୍ତି କି ନିଜ ପରିବାର ଲୋକଙ୍କ ସହିତ ଦେଖା କରି ପାରି ନାହାଁନ୍ତି । ସେମାନଙ୍କୁ ବାହାର କରିବା ପାଇଁ ଅନେକ ଚେଷ୍ଟା ଚଳା ଯାଇଛି କିନ୍ତୁ ଅନେକ ଚେଷ୍ଟା ପରେ ବି ସବୁକିଛି ବି-ଫଳ ହେବାରେ ଲାଗିଛି ।

ତେବେ ଗତକାଲି ଏକ ମେସିନ ସାହାଯ୍ୟରେ ଗାତ କରି କରି ବାଟ ଫିଟାଇବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କିଛି ସଫଳତା ମିଳି ପାରି ନଥିଲା । ଟନେଲ ଭିତରେ ଫସି ରହି ଯାଇଥିଲା ଡ୍ରିଲିଂ ମେସିନ । ଆଉ ଯେଉଁଥିପାଇଁ ପାଇଁ ଉ-ଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ଏବେ ବି ହାର ମାନି ନାହାଁନ୍ତି ଟିମ । ଅନେକ ଉଦ୍ଧା-ରକାରୀ ଟିମ ସେଠାରେ ପହଞ୍ଚି ଯାଇଛି ଆଉ ଉ-ଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛି ଆଉ ବାହାରେ ମଧ୍ୟ ଜଗି ରହିଛି ଡାକ୍ତରୀ ଦଳ । କିନ୍ତୁ ଏ ପର୍ଯ୍ୟନ୍ତ ସଫଳତା ମିଳି ପାରି ନାହିଁ ।

ତେବେ ଏହା ମଧ୍ୟରେ ଏପରି ଏକ କଥା ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣ ଏହାକୁ ଆଦୌ ବିଶ୍ୱାସ କରିପାରିବେ ନାହିଁ । ତେବେ ସେହି କଥାଟି ହେଉଛି ବିଡି ଟାଣିବା ଜଣେ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି । ତେବେ ହଁ ଆଜ୍ଞା କଥାଟି ବିଶ୍ୱାସ ନ ହେଉଥିଲେ ମଧ୍ୟ ସତ । ଜଣେ ବ୍ୟକ୍ତିଙ୍କୁ ତାଙ୍କ ବିଡି ଟାଣିବା ଅଭ୍ୟାସ ବଞ୍ଚାଇ ଦେଇଛି । ତେବେ ସେହି ସୌଭାଗ୍ୟବାନ ବ୍ୟକ୍ତି ଜଣକ ହେଉଛନ୍ତି ୪୦ ବର୍ଷୀୟ ମଦନ ସିଂ । ତାଙ୍କର ନାଇଟ ସିଫ୍ଟ ପଡ଼ିଥିଲା ।

ତେବେ ଟନେଲ କାମ ଚାଲିଥିବା ସମୟରେ ହଠାତ ତାଙ୍କର ବିଡି ଟାଣିବା ପାଇଁ ଇଚ୍ଛା ହୋଇଥିଲା । ଆଉ ସେ ବିଡି ଧରି ଟନେଲ ବାହାରକୁ ପଳାଇ ଆସିଥିଲେ । ଆଉ ବିଡି ଟାଣି ସାରି ସେ ଯେତେବେଳେ ଭିତରକୁ ପ୍ରବେଶ କରୁଥିଲେ ହଠାତ ତାଙ୍କୁ ଭୂମିକମ୍ପ ହେବା ଭଳି ଅନୁଭବ ହୋଇଥିଲା । ଆଉ ତାପରେ ଟନେଲ ବାଟ ଧସି ଯାଇଥିଲା । ଯାହା ଫଳରେ ତା ଭିତରେ ଫ-ସି ରହି ଯାଇଥିଲେ ୪୧ ଜଣ ଶ୍ରମିକ । ତେବେ ବର୍ତ୍ତମାନ ସେହି ଶ୍ରମିକ ମାନଙ୍କ ପରିବାର ସେମାନଙ୍କୁ ଭେଟିବା ପାଇଁ ଅନାଇ ବସିଛି ।

Leave a Reply

Your email address will not be published. Required fields are marked *