ଦେଖନ୍ତୁ ଭିଡ଼ିଓ:- ସମସ୍ତ ସୀମା ପାର କଲେ ଶଶୁର ଆଉ ଦେଢଶୁର, ରାସ୍ତା ମଝିରେ ବୋହୂକୁ ଗୋଡେଇ ଗୋଡେଇ ମାଡ଼ ମାରିଲେ। ଲୋକମାନେ ଦେଖିଲେ ଓ ଭିଡ଼ିଓ କଲେ।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ମଜାଦାର ଭିଡ଼ିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଲଜ୍ୟାଜନକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ପୁରୁଷ ଜାତିକୁ ନିନ୍ଦା କରିବେ। ତେବେ ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ପ୍ରେମରୁ ହଙ୍ଗାମା ଆରମ୍ଭ। ଆଉ ଆପଣ ମାନେ ଭଲ ଭାବରେ ମଧ୍ୟ ଜାଣିଥିବେ ଯେ ବର୍ତ୍ତମାନ ସମାଜରେ ପ୍ରେମକୁ ନେଇ କଁଣ ସବୁ ଚାଲିଛି।

ପ୍ରେମ ଏକ ଅଧ୍ୟାୟ ଅଟେ। ପ୍ରେମ କେତେବେଳେ କାହାକୁ ହେଇ ଯାଏ ସେହି ବିଷୟରେ କେହି କହି ପାରିବେ ନାହିଁ। ହେଲେ ବର୍ତ୍ତମାନ ସମୟରେ ପ୍ରେମର କୌଣସି ମୂଲ୍ୟ ନାହିଁ। ପ୍ରେମ ଏକ ପିଲା ଖେଳ ପାଲଟିଛି। ବର୍ତ୍ତମାନ ସମୟରେ ପ୍ରେମ ମାନେ ଶାରୀରିକ ସମ୍ପର୍କ ବୋଲି ମନେ କରୁଛନ୍ତି। ପ୍ରଥମେ ଯୁବକ ଯୁବତୀ ଦୁହେଁ ପ୍ରେମରେ ପଡୁଛନ୍ତି ଏବଂ ଏହାପରେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଆଉ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏହାପରେ ବିଚ୍ଛେଦ ହେଉଛନ୍ତି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଦୁଇ ଜଣ ଯୁବକ ଏକ ଯୁବତୀଙ୍କୁ ସର୍ବସାଧାରଣଙ୍କ ସାମ୍ନାରେ ମାଡ଼ ମାରୁଥିବାର। ତେବେ ଏହାପଛରେ ମୁଖ୍ୟ କାରଣ ହେଉଛି ପ୍ରେମ। ଯୁବତୀ ଜଣକ ଏକ ବିବାହିତା ମହିଳା ଅଟନ୍ତି। ଆଉ ତାଙ୍କୁ ପର ପୁରୁଷ ସହ ପ୍ରେମ ହୋଇଗଲା। କେବଳ ପ୍ରେମ ନୁହେଁ ସେ ବିବାହ କରିବା ପାଇଁ ମଧ୍ୟ ଜିଦ ଧରି ବସିଲେ। ଯାହା ଫଳରେ ସେ ନିଜ ଶଶୁର ଏବଂ ଦେଢଶୁର ଙ୍କ ଠାରୁ ମାଡ଼ ଖାଉଥିବାର ଦେଖିବାକୁ ପାଇବେ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଯୁବତୀ ଜଣକ ବିବାହିତା ମହିଳା ଅଟନ୍ତି। ମହିଳା ଜଣକ ଫେସବୁକରେ ଯୁବକଙ୍କ ସହିତ ବନ୍ଧୁତା ବାନ୍ଧିଥିଲେ। ଏହାପରେ ଦୁହେଁ ପ୍ରେମରେ ପଡି ଯାଇଥିଲେ। ଫୋନ କଲ୍ ଓ ମେସେଜରେ କଥା ବାର୍ତ୍ତା ହେବାକୁ ଲାଗିଲେ। ହେଲେ ସତ ଅନେକ ଦିନ ଲୁଚି ରହି ପାରିଲା ନାହିଁ। ଏ କଥା ସ୍ୱାମୀ ଜାଣିବାକୁ ପାଇଲେ ଏବଂ ସ୍ୱାମୀ ନିଜ ବାପା ଓ ଭାଇଙ୍କୁ ସ୍ତ୍ରୀର କାରନାମରେ ବିଷୟରେ କହିଥିଲେ। ତେବେ ସ୍ତ୍ରୀ ଯୁବକକୁ ବିବାହ କରିବା ପାଇଁ ଜିଦ ଧରି ବସିଲେ।

ଯାହାଫଳରେ କ୍ରୋଧରେ ଦେଢଶୁର ଓ ଶଶୁର ମିଶିକରି ମାଡ଼ ମାରିଲେ। ହେଲେ ଯୁବକ ଜଣକ ଯେତେବେଳେ ଜାଣିବାକୁ ପାଇଲେ ଯେ ମହିଳା ଜଣକ ବିବାହିତା ସେ ଆଉ ବିବାହ କରିବାକୁ ରାଜି ହେଲେ ନାହିଁ। ଯାହାଫଳରେ ବର୍ତ୍ତମାନ ଏହି ପରିସ୍ଥିତି ଉପୁଜି ଥିଲା। ତେବେ ଏହି ସମସ୍ତ ଦୃଶ୍ୟକୁ କେହି ଜଣେ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ସେୟାର କରି ଦେଇଥିଲେ। ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *