ଦୀପାଞ୍ଜଳୀ ପରେ ଚାନ୍ଦିନୀ , ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ଝିଅର ଶୁ-ଦ୍ଧିକ୍ରି-ୟା କଲେ ବାପା ମାଆ

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ସବୁଠାରୁ ଚର୍ଚ୍ଚାର ଖବର ରହିଥିଲା ଝିଅ ଅନ୍ୟ ଜାଗାରେ ପ୍ରେମ ବିବାହ କରିବାରୁ ବାପା ମାଆ ତାର ଶୁ-ଦ୍ଧିକ୍ରି-ୟା କରି ଦେଇଥିଲେ । ହଁ ଆଜ୍ଞା ଆମେ କହୁଛୁ ସେହି ଦୀପାଞ୍ଜଳୀଙ୍କ କଥା । ଯିଏ ନିଜ ପ୍ରେମୀକଙ୍କୁ ବିବାହ କରିବା କାରଣରୁ ବାପା ମାଆ ତାଙ୍କ ପାଇଁ ଶୁଦ୍ଧି ହୋଇ ଯାଇଥିଲେ । ଆଉ ଯାହା ପରେ ବେଶ୍ ଆଲୋଚନାରେ ରହିଥିଲା ଏହି ବିଷୟ । ଆଉ ଅନେକ ନୂଆ ନୂଆ କଥା ତାଙ୍କୁ ନେଇ ସାମ୍ନାକୁ ଆସୁଛି । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ କିଛି ଘଟଣା ।

ଦୀପାଞ୍ଜଳୀଙ୍କ ପରେ ଏବେ ଚାନ୍ଦିନୀଙ୍କ ପାଇଁ ଶୁ-ଦ୍ଧିକ୍ରି-ୟା କରିଛନ୍ତି ବାପା ମାଆ । ଆଉ ଏହା ପୁଣିଥରେ ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ଚାନ୍ଦିନୀ ପରିବାର ବିରୁ-ଦ୍ଧରେ ଯାଇ ପ୍ରେମ ବିବାହ କରିବାରୁ ଶେଷରେ ତାଙ୍କୁ ମଧ୍ୟ ଦେଖିବାକୁ ପଡ଼ିଲା ଏପରି ଦିନ । ତେବେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁର ଗାଁରେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ , ଏହି ଗାଁର ସହଦେବ ସାହୁଙ୍କ ଝିଅ ଚାନ୍ଦିନୀ ଘରୁ ଫେ-ରାର ହୋଇ ଯାଇଥିଲା ।

ହେଲେ ପରିବାର ଲୋକ ସୋସିଆଲ ମିଡ଼ିଆରେ ପରେ ଦେଖିଥିଲେ ଯେ , ତାଙ୍କ ଝିଅ ପ୍ରେମ ବିବାହ କରି ନେଇଛି । ଯାହା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଯାହା ସେମାନେ କେବେ ସ୍ବପ୍ନରେ ଭାବି ନଥିଲେ , ତାହା ତାଙ୍କ ସହିତ ହୋଇ ଯାଇଥିଲା । ତାଙ୍କ ଝିଅ ତାଙ୍କୁ ଧୋ-କା ଦେଇ ପ୍ରେମିକ ସହିତ ଚାଲି ଯାଇଥିଲା । ଅନ୍ୟ ଜାତିରେ ଝିଅ ବିବାହ କରିଥିବା ଯୋଗୁଁ ତାଙ୍କର ମାନ ସମ୍ମାନ ସବୁ ଗାଁରେ ଚାଲିଗଲା ବୋଲି କହିଛନ୍ତି ଚାନ୍ଦିନୀଙ୍କ ବାପା । ଯେଉଁ ଝିଅକୁ ସେ ଏତେ ପାଠ ପଢ଼ାଇ ଥିଲେ ଆଉ ତାଙ୍କୁ ଛୋଟରୁ ବଡ କରିଥିଲେ ସେ ଶେଷରେ ଏମିତି କରିବେ ବୋଲି ବାପା କେବେ ଭାବି ନଥିଲେ ।

ଅନ୍ୟ ପକ୍ଷରେ ଏହି ବାବଦରେ ଚାନ୍ଦିନୀଙ୍କ ଭାଇ କହିଛନ୍ତି କିଁ , କାହିଁକି ତାଙ୍କ ବାପା ଏପରି ପଦକ୍ଷେପ ନେଲେ ତାହା ସେ ଜାଣି ନାହାଁନ୍ତି । ଝିଅ ଅନ୍ୟ ଘରକୁ ଯାଇଥିଲେ ଖୁସିରେ ରହି ନଥାନ୍ତା । ତେଣୁ ସେ ନିଜ ଇଚ୍ଛାରେ ଯେଉଁ ଘରକୁ ଯାଇଛି ସେଠାରେ ଖୁସିରେ ରହିବ ଆଉ ଭଲରେ ରହିବ । ତେଣୁ ଏହା କିଛି ଖରାପ କଥା ନୁହେଁ । କିନ୍ତୁ ତାଙ୍କ ବାପା ଯାହା କରିଛନ୍ତି , ସେଥିରେ ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ସେପଟେ ଝିଅ ଚାନ୍ଦିନୀ ନିଜ ପ୍ରେମିକଙ୍କୁ ବିବାହ କରି ସୋସିଆଲ ମିଡ଼ିଆରେ ଫୋଟ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *