ନିଜ ବିଷୟରେ ମୁଁହ ଖୋଲି କହିଲେ ଅଭିନେତ୍ରୀ ମନସ୍ୱନୀ , ପିଲା ଦିନରୁ ମୁଁ ହିରୋଇନ୍

ଓଡ଼ିଆ ଫିଲ୍ମ ଜଗତରେ ଆମେ ଏପରି ଅନେକ ଅଭିନେତ୍ରୀ ମାନଙ୍କୁ ଦେଖିଛୁ , ଯେଉଁ ମାନେ ଗଣମାଧ୍ୟମ ଆଗରେ ସବୁ କଥା ଖୋଲି କରି କହି ନଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ବାସ୍ତବରେ ଯାହା ତାକୁ ହିଁ ଉପସ୍ଥାପନ କରିଛନ୍ତି । ଏକ ରିଆଲିଟି ଶୋ ମାଧ୍ୟମରେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିବା ମନସ୍ଵିନୀଙ୍କ ପରିବାରରେ ଆଗରୁ କେହି ବି ଏହି ଲାଇନରେ ନଥିବା କଥା ସେ କହିଛନ୍ତି । ବାପା ମାଆ ତାଙ୍କର ଶିକ୍ଷକ ଅଟନ୍ତି । ତେଣୁ ଏ ଲାଇନରେ ସେ ଆସିବା କଥା କେବେ ଭାବି ନଥିଲେ ।

କିନ୍ତୁ ହଠାତ୍ ଭାଗ୍ୟ ତାଙ୍କୁ ଏହି ବାଟକୁ ନେଇ ଆସିଥିଲା । ତେବେ ସେ କହିଛନ୍ତି କି , ଯେତିକି ବି ସିନେମାରେ ସେ କାମ କରିଛନ୍ତି ସେ ସବୁ ବଛା ବଛା ଅଟେ । ସେ କେବେ କାହାର ଗୋଡ ଧରି ନାହାଁନ୍ତି କାମ କରିବା ପାଇଁ । ବାସ୍ ତାଙ୍କ ଟେଲେଣ୍ଟକୁ ଦେଖି ତାଙ୍କୁ କାମ କରିବାକୁ ସୁଯୋଗ ମିଳିଥାଏ । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ମନ ଭିତରେ ସେ ଛୋଟ ବେଳରୁ ହିରୋଇନ୍ ଥିଲେ । କାହିଁକି ନା ସେ ଦେଖିବାକୁ ସୁନ୍ଦର ବୋଲି ତାଙ୍କୁ ସମସ୍ତେ ହିରୋଇନ୍ ବୋଲି କହି ଡାକିଥାନ୍ତି । ତେଣୁ କରି ସେ ସଦାବେଳେ ଭାବୁଥିଲେ କି , ସେ ଗୋଟିଏ ହିରୋଇନ୍ ବୋଲି ।

ଅନେକ ସମୟରେ ତାଙ୍କୁ ରୋଷ୍ଟିଂ କରାଯାଏ ବୋଲି ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା , ଯାହା ପରେ ସେ କହିଥିଲେ କି ଏହାକୁ କେବେ ସେ ଖରାପ ହିସାବରେ ନେଇ ନାହାଁନ୍ତି । ଏପରି ବି ହେବା ଦରକାର , ଯାହାଦ୍ଵାରା ମଣିଷ ନିଜର ଠିକ୍ ଆଉ ଭୁଲ ସବୁକିଛି ଜାଣି ପାରିବ । ଅନ୍ୟ ପକ୍ଷରେ ଓଡ଼ିଆ ସିନେମା ଜଗତରେ କାଷ୍ଟିଂ କାଉଚ୍ ବିଷୟରେ ସେ କହିଛନ୍ତି କି , ନିଜର ଯଦି ସେତିକି ଟେଲେଣ୍ଟ ଥିବ , ତେବେ ନିଜକୁ କାମ ମିଳିଯିବ , କେବେ କାହାର ପାଦ ତଳେ ପଡ଼ିବା ଦରକାର ନାହିଁ ।

ସେ ଆଜି ଯାଏଁ କେବେ ଏପରି ପରିସ୍ଥିତିର ସାମ୍ନା କରି ନାହାଁନ୍ତି । ତେଣୁ କରି ସେ ଏ ବାବଦରେ ଜାଣି ନାହାଁନ୍ତି । ଅନ୍ୟ ମାନଙ୍କୁ ମଧ୍ୟ ଏଭଳି କାମରୁ ଦୂରେଇ ରହିବା ପାଇଁ ସେ କହିଛନ୍ତି । ଜଣେ ଭଲ ଅଭିନେତ୍ରୀ ହେବା ପୂର୍ବରୁ ଜଣେ ଭଲ ମଣିଷ ହେବା ପାଇଁ ସେ ସଦାବେଳେ ଚେଷ୍ଟା କରିଥାନ୍ତି ବୋଲି କହିଛନ୍ତି । ଅନେକ ସମୟରେ ଦେଖା ଯାଇଛି କି , ତାଙ୍କୁ ତାଙ୍କ ପୋଷାକ ପାଇଁ ଟ୍ରୋଲ କରାଯାଇଛି । ତେବେ ଏ ବାବଦରେ ସେ କହିଛନ୍ତି କି , ପୋଷାକ ପିନ୍ଧିବା ନିଜ ଉପରେ ନିର୍ଭର କରେ , ଲୋକଙ୍କ କହିବା ଉପରେ କିଛି ତାଙ୍କର ଫରକ ପଡେ ନାହିଁ ।

Leave a Reply

Your email address will not be published. Required fields are marked *