ସାମ୍‌ନାକୁ ଆସିଲା ଅକ୍ଳାନ୍ତଙ୍କ AIIMS ରେ ଚିକିତ୍ସା ସମୟର ପୂରା ଘଟଣା.. ସବୁ ଖୋଲି କହିଲେ ଡାକ୍ତର

ମାତ୍ର ବର୍ଷଟେ ପୂର୍ବରୁ ଆମ ସମସ୍ତଙ୍କୁ ସବୁଦିନ ପାଇଁ ଛାଡି ଯାଇଥିଲେ ଓଲିଉଡର ବରିଷ୍ଠ କଳାକାର ତଥା ସମସ୍ତଙ୍କ ହୃଦୟରେ ଘର କରି ନେଇଥିବା ମିହିର ଦାସ । ଯାହାଙ୍କ ଅଭିନୟର ଯାଦୁ ସମସ୍ତଙ୍କୁ ଟାଣି ନେଇ ଥିଲା ଆଉ ଆଜି ବି ସମସ୍ତଙ୍କ ମନ ମଧ୍ୟରେ ସେ ଜୀବିତ ରହିଛନ୍ତି । କୋଟି କୋଟି ଓଡିଆଙ୍କ ମନରେ ତାଙ୍କ ପାଇଁ ଆଜି ବି ସେହି ସମାନ ଭଲ ପାଇବା ରହିଛି । ଆଜି ବି ଏମିତି ଲୋକ ଅଛନ୍ତି , ଯିଏ ତାଙ୍କ ଚଳଚିତ୍ର ଦେଖିବା ପରେ ଆଖିରୁ ଲୁ-ହ ଝରାଇ ଦେଇଥାନ୍ତି । କାହିଁକି ନା ସେ ଏମିତି ଜଣେ କଳାକାର ଥିଲେ , ଯାହାଙ୍କୁ ସବୁ ପ୍ରକାରର ଅଭିନୟ ଆସୁଥିଲା ଆଉ ସେ ସବୁଥିରେ ମାହିର୍ ଥିଲେ । ତେଣୁ ତାଙ୍କୁ ସହଜରେ ଭୁଲିବା ଅସମ୍ଭବ । ଆଉ ତାଙ୍କ ଅଭିନୟକୁ ତ ଭୁଲିବା ଆଦୌ ସହଜ ନୁହେଁ ।

ତେବେ ଜଣେ ଭଲ କଳାକାର ସହିତ ସେ ଥିଲେ ଜଣେ ଭଲ ବାପା । ତାଙ୍କର ଦୁଇ ପୁଅ ଅମ୍ଳାନ ଦାସ ଆଉ ଅକ୍ଲାନ୍ତ ଦାସ । ତେବେ ବର୍ଷଟେ ପୂର୍ବରୁ ଯେତେବେଳେ ମିହିର ଦାସ ଆରପାରିକୁ ଚାଲି ଯାଇଥିଲେ , ସେତେବେଳେ ପୁରାପୁରି ଭା-ଙ୍ଗି ପଡ଼ିଥିଲେ ତାଙ୍କର ଦୁଇ ପୁଅ । ଆଉ ସବୁଠାରୁ ଅଧିକ ଭା-ଙ୍ଗି ପଡ଼ିଥିଲେ ବାପାଙ୍କୁ ଭଲ ପାଉଥିବା ଅକ୍ଲାନ୍ତ । ଦିନ ତାଙ୍କର ବାପାଙ୍କ ବିନା କଟୁ ନଥିଲା କିନ୍ତୁ ଯେତେବେଳେ ବାପା ଚାଲି ଗଲେ ସେ ଆଉ କଣ କରିବେ ଭାବି ପାରି ନଥିଲେ । ପୁରାପୁରି ପାଗଳ ଭଳି ହୋଇ ଯାଉଥିଲେ ସେ । ଆଉ ବାପାଙ୍କ ପରେ ପରେ ବି ସେ କିଛି ଦିନ ପୂର୍ବରୁ ଆରପାରିକୁ ଚାଲି ଗଲେ । କିଛି ମାସ ପୂର୍ବରୁ ଲିଭର୍ ରୋ-ଗରେ ପୀ-ଡିତ ହୋଇ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ସେ ।

ଆଉ ହଠାତ୍ ସେ କିଛି ଦିନ ଆଗରୁ ଚାଲି ଗଲେ । ତେବେ ତାଙ୍କର ମୃ-ତ୍ୟୁ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥିଲା । ବହୁ କଳାକାର ମଧ୍ୟ ଭାଙ୍ଗି ପଡ଼ିଥିଲେ । ନିଜ ପୁଅ ବୟସର ଅକ୍ଲାନ୍ତଙ୍କ ଚାଲିଥିବା ସମସ୍ତଙ୍କ ପାଇଁ ଗ୍ରହଣୀୟ ନଥିଲା । ତେବେ ତାଙ୍କୁ ଚିକିତ୍ସା କରୁଥିବା ଏମ୍ସର ଡାକ୍ତର ଖୋଲାଖୋଲି ଭାବରେ ଅକ୍ଲାନ୍ତଙ୍କ ମୃ-ତ୍ୟୁ ପଛର ରହ-ସ୍ୟ କହିଛନ୍ତି । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ , ତାଙ୍କ ଲିଭର ପୁରାପୁରି ଖରାପ ହୋଇ ଯାଇଥିଲା । ଆଉ ତାଙ୍କର ର-କ୍ତ ଇନଫେକ୍ସନ୍ ମଧ୍ୟ ହୋଇ ଯାଇଥିବା ସହିତ ଦୁଇଟି ଫୁସଫୁସ ମଧ୍ୟ ଖରାପ ହୋଇ ଯାଇଥିଲା । ତେବେ ଏପରି ପରିସ୍ଥିତିରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ସେ ନିଜ କାମ ନିଜେ କରି ପାରୁ ନଥିଲେ । ତେଣୁ ତାଙ୍କୁ ସବୁ ପ୍ରକାରର କେୟାର ମଧ୍ୟ ଦିଆ ଯାଉଥିଲା ।

ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ସବୁ ସମୟରେ ନଜର ମଧ୍ୟ ରଖା ଯାଇଥିଲା । ଡାକ୍ତର ଏବଂ ନର୍ସ ମାନେ ସମସ୍ତେ ନିଜ ନିଜର ବେଷ୍ଟ ମଧ୍ୟ ଦେଉଥିଲେ। ତେବେ ଡାକ୍ତର କହିଛନ୍ତି କି , ମଝିରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର ମଧ୍ୟ କରାଯାଇ ଥିଲା ଆଉ ଦେଖା ଯାଉଥିଲା କି , ସେ ବାହାର ପରିବେଶରେ ରହି ପାରୁଛନ୍ତି କି ନାହିଁ । କିନ୍ତୁ ସବୁ ବିଫଳ ହୋଇଥିଲା । ତାଙ୍କୁ ପୁଣିଥରେ ଭେଣ୍ଟିଲେଟରେ ରଖା ଯାଇଥିଲା । ତେବେ ଦେଖା ଯାଇଥିଲା କି , ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବିଗିଡିବାରେ ଲାଗିଛି । ଆଉ ଶେଷରେ ତାହା ହୋଇଥିଲା ଯାହା କେହି ଭାବି ନଥିଲେ । ସମସ୍ତେ ଭାବିଥିଲେ ଅକ୍ଲାନ୍ତ ଠିକ୍ ହୋଇଯିବେ । କିନ୍ତୁ ତାହା ସମ୍ଭବ ହୋଇ ପାରି ନଥିଲା । ଶେଷରେ ସେ ୨୫ ତାରିଖ ରାତି ୧୨ ଟା ୦୩ ସମୟରେ ନିଜର ଶେଷ ନିଃ-ଶ୍ୱାସ ତ୍ୟା-ଗ କରି ଦେଇଥିଲେ।

Leave a Reply

Your email address will not be published. Required fields are marked *