ପରକୀୟା ପ୍ରୀତି କଥା ଉଠିଲେ ଡିଭୋର୍ସ ଫାଇନାଲ ….

ଦୀର୍ଘ ଦିନ ଧରି ବାଟରେ ପଡ଼ି ହାଟରେ ଗଡିଲାନି ଓଲିଉଡ ଜଗତର ପ୍ରସିଦ୍ଧ ତଥା ଲୋକପ୍ରୀୟ ଗାୟକ ହ୍ୟୁମାନ ସାଗରଙ୍କ ଘରୋଇ ମାମଲା। ପାରିବାରିକ ବିବାଦ ପାଇଁ କିଛି ଦିନ ପୂର୍ବରୁ ଥାନାର ଦ୍ୱାରସ୍ଥ ହୋଇ ଥିଲେ ହ୍ୟୁମାନ ସାଗରଙ୍କ ପତ୍ନୀ ତଥା ଓଲିଉଡ ଜଗତର ଗାୟିକା ଶ୍ରୀୟା ମିଶ୍ର । ନିଜ ସ୍ଵାମୀଙ୍କ ନାମରେ ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନା ସହିତ ପରକୀୟା ପ୍ରୀତିକୁ ନେଇ ଅଭିଯୋଗ ଆଣିଥିଲେ । ତେବେ ଏହାପରେ ଥାନାର ଦ୍ଵାରସ୍ଥ ହୋଇଥିଲେ ହ୍ୟୁମାନ ସାଗର । ନିଜ ସ୍ତ୍ରୀଙ୍କ ସମସ୍ତ କଥାକୁ ଖଣ୍ଡନ କରିଥିଲେ ସେ । ଆଉ ଏପରି କିଛି କଥା କହିଥିଲେ ଯାହା ପରେ ସମସ୍ତେ ହ୍ୟୁମାନ ସାଗରଙ୍କ ସପକ୍ଷରେ ହୋଇଥିଲେ ।

ତେବେ ଖାଲି ଏତିକି କଥା ନୁହେଁ , ଏପରି ଅନେକ ଲୋକ ଥିଲେ ଯେଉଁ ମାନେ ତାଙ୍କ ସ୍ତ୍ରୀଙ୍କ କଥାରେ ମଧ୍ୟ ସମ୍ମତ ପ୍ରକାଶ କରିଥିଲେ ଆଉ ତାଙ୍କ ପକ୍ଷରେ ହୋଇଥିଲେ । ତେବେ ଶ୍ରୀୟାଙ୍କ ବିରୁଦ୍ଧରେ ତାଙ୍କ ଶାଶୁ ତଥା ହ୍ୟୁମାନ ସାଗରଙ୍କ ମାଆ ମଧ୍ୟ ଅଭିଯୋଗ ଆଣିଥିଲେ । ତାଙ୍କ କହିବା ଅନୁଯାୟୀ , ବୋହୂ ତାଙ୍କର ମଦ ପିଇବା ସହିତ ଅଭଦ୍ର ଭାଷାରେ ମଧ୍ୟ କଥାବାର୍ତ୍ତା କରିଥାନ୍ତି ।

କେବଳ ଏତିକି ନୁହେଁ , ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ତାଙ୍କ ଶଶୁର ମଧ୍ୟ ଅଭିଯୋଗ ଆଣିଥିଲେ କି , ଜ୍ବାଇଁ ତାଙ୍କର ଯୌତୁକ ମାଗିଛନ୍ତି । ଆଉ ଝିଅକୁ କାର୍ ମାଗିବା ସହିତ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ନେଇଛନ୍ତି । ତେବେ ଏହି ସବୁ କଥାକୁ ଭୁଲ ବୋଲି କହିଛନ୍ତି ହ୍ୟୁମାନ ଆଉ ଏହାକୁ ପ୍ରମାଣ କରି ଦେଖାଇବେ ବୋଲି କହିଛନ୍ତି ।

ତେବେ ବର୍ତ୍ତମାନ ଏହି କଥା ଉପରେ ମୁଁହ ଖୋଲିଛନ୍ତି ବରିଷ୍ଠ ଓକିଲ ବ୍ୟୋମକେଶ ତ୍ରିପାଠୀ। ତାଙ୍କ କହିବା ଅନୁଯାୟୀ ସ୍ତ୍ରୀ ମାନେ ବାହାନା ଖୋଜିଥାନ୍ତି , ସ୍ଵାମୀ ମାନଙ୍କ ଠାରୁ ଦୂରେଇ ଯିବା ପାଇଁ । ପରକୀୟା ପ୍ରୀତି ମାମଲାରେ ନିଜ ସ୍ଵାମୀ ମାନଙ୍କୁ ଫସାଇବାକୁ ଚାହିଁଥାଆନ୍ତି । ସେମାନେ ଜାଣିଥାନ୍ତି ପରକୀୟା ପ୍ରୀତି ମାମଲା ଆଣିଲେ ଛାଡ଼ପତ୍ର ବାଟ ଫିଟି ଯିବ ।

ତେଣୁ ସେମାନେ ଏହାକୁ ନେଇ ଯୋଜନା କରିଥାନ୍ତି । ଆଉ ଠିକ୍ ସେହି ବାଟ ଆପଣାଇଛନ୍ତି ଶ୍ରୀୟା । ହ୍ୟୁମାନ ସାଗରଙ୍କ ଠାରୁ ଦୂରେଇ ଯିବା ପାଇଁ ଏହା ତାଙ୍କ ଯୋଜନା । ସେ ଅନ୍ୟ ଏକ ବାଟ ଆପଣାଇ ନିଜ ସ୍ୱାମୀଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ଯଦି ସ୍ଵାମୀଙ୍କର ଭୁଲ ଥିବ , ତେବେ କୋର୍ଟର ନିୟମ ଅନୁଯାୟୀ , ତାଙ୍କୁ ଶାସ୍ତି ମିଳିବ ।

କିନ୍ତୁ ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଯଦି ସ୍ଵାମୀଙ୍କର ଭୁଲ ନଥିବ ତେବେ ସ୍ତ୍ରୀ ନିଶ୍ଚିତ ଭାବରେ ଦଣ୍ଡ ପାଇବେ । ଆଉ ତାଙ୍କୁ ଏଇ ଜିନିଷ ବହୁତ ମହଙ୍ଗା ପଡ଼ିବ । ଆହୁରି ମଧ୍ୟ ଛାଡ଼ପତ୍ର ହେଲେ ନିଶ୍ଚିତ ଭାବରେ ସମସ୍ତ ସମ୍ପତ୍ତି ବିଷୟରେ ଦେଖାଯିବ , ସେତେବେଳେ ଶ୍ରୀୟା ଫସିବେ । ଏପରି କିଛି କଥା ବର୍ତ୍ତମାନ ବରିଷ୍ଠ ଓକିଲ କୋର୍ଟର ନିୟମ ଅନୁଯାୟୀ କହିଛନ୍ତି ।

ଆଉ ଆଗକୁ କଣ କଣ ହେବ , ସେ ବିଷୟରେ କହିଛନ୍ତି । ହ୍ୟୁମାନ ସାଗର ଅନ୍ୟ ପକ୍ଷରେ କହିଥିଲେ କି , ତାଙ୍କର ଆଉ ପ୍ରେମ କରିବାକୁ ବୟସ ନାହିଁ । ତେଣୁ ନିଶ୍ଚିତ ଭାବରେ ଯାହା ଲାଗୁଛି ସେ କିଛି ଭୁଲ କରି ନାହାଁନ୍ତି । ତେବେ ଦେଖାଯାଉ ସମୟ କଣ କହୁଛି ଆଉ ଆଗକୁ କଣ ଜଣା ପଡୁଛି ।

Leave a Reply

Your email address will not be published. Required fields are marked *