ବୋହୂ କିଛି କରେନି, ୮୨ ବର୍ଷରେ ପୁରା ଘର ସମ୍ଭାଳୁଛନ୍ତି ସୁନ୍ଦରୀ ମାଉସୀ

ଏପରି କୁହାଯାଏ ଯେ ବୟସ ବାସ ଏକ ନମ୍ବର । ମନୋବଳ ଦୃଢ଼ ଥିଲେ ବୟସବି ହାର ମାନିଯାଏ । ବୟସ ସେହି ମଣିଷକୁ କେବେ ରୋକି ପାରେନା ଯାହା ଭିତରେ କିଛି କରିବାର ଆତ୍ମବିଶ୍ୱାସ ଥାଏ । ବୃଦ୍ଧ ବୟସରେ ବି ଝୁଡ଼ି କୋଦାଳ ଧରି କାମ କରିବା କୌଣସି ଆଶ୍ଚର୍ଯ୍ୟ ଜନକ କଥା ନୁହେଁ । ଠିକ ସେମିତି ହିଁ ସୁନ୍ଦରୀ ପରିଡ଼ା ପ୍ରମାଣ କରି ଦେଖାଇଛନ୍ତି । ୮୨ବର୍ଷ ପରେ ଏବେବି ସକ୍ଷମ ଅଛନ୍ତି ସୁନ୍ଦରୀ ପରିଡ଼ା । ବୟସର ପାଦ ଦେଶରେ ଥାଇ ସୁଦ୍ଧା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କୁହୁଡ଼ି ପଞ୍ଚାୟତ ବସ୍ତା ଗାଁ ର ସୁନ୍ଦରୀ ପରିଡ଼ା ବୟସର ଅପରାହ୍ନରେ ବେଶ ସୁଦୃଢ଼ ଅଛନ୍ତି ଯେମିତି ଆଗରୁ ଥିଲେ । ସ୍ୱାମୀ ଧ୍ରୁବ ପରିଡ଼ା ମୃତ୍ୟୁ ବରଣ କରିବାର ଦୀର୍ଘ ୨୦ ବର୍ଷ ପରେବି ସେ ଆଦୋୖ ଭାଙ୍ଗି ପଡ଼ି ନାହାଁନ୍ତି । ବିନା ସହାୟତାରେ ସିଧା ଅଣ୍ଟା ସଳଖି ଚାଲିବା ସହିତ ଗୃହର ଯାବତୀୟ କାର୍ଯ୍ୟ ମଧ୍ୟ କରୁଛନ୍ତି । ସ୍ୱଳ୍ପ ଆହରୀ ବୃଦ୍ଧା ଆମିଷ ପ୍ରିୟ ହୋଇବି ସୁଦ୍ଧା ଆଜି ଯାଏ ମାଛ ବ୍ୟତୀତ ଅନ୍ୟ କିଛି ଖାଇ ନାହାଁନ୍ତି । ମାଂସ ଅଣ୍ଡା କିମ୍ବା କୌଣସି ହୋଟେଲ ଫୁଡ଼ ଆଜି ପର୍ଯ୍ୟନ୍ତ ଖାଇ ନାହାଁନ୍ତି । ଖାଲି ଏତିକି ନୁହେଁ ଅତ୍ୟାଧୁନିକ ସାବୁନ , ତେଲ , ସେମ୍ପୋ ଏବଂ ଅନ୍ୟ କସମେଟିକ ଜିନିଷ ମଧ୍ୟ ବ୍ୟବହାର କରି ନାହାଁନ୍ତି ।

କେବଳ ଘରେ ପ୍ରସ୍ତୁତ ହେଉଥିବା ନଡ଼ିଆ ତେଲ ଲଗାଉ ଥିବାବେଳେ ଔଷଧ ସେବନ ଠାରୁ ପୁରାପୁରି ଦୂରରେ ଅଛନ୍ତି । ସୁନ୍ଦରୀ ପରିଡ଼ା କହନ୍ତି ଯେ ସେ ଯେତେବେଳେ ବିବାହ କରି ଆସିଥିଲେ ସେତେବେଳେ ନିଜ ସହିତ ଆଣିଥିବା କସମେଟିକ ଜିନିଷ ସବୁ କିଛିଦିନ ପରେ ନିଜ ପଡ଼ୋଶୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ଆଜି ପର୍ଯ୍ୟନ୍ତ ବାହାରକୁ ଗଲେ ହୋଟେଲ ଖାଦ୍ୟ ଖାଆନ୍ତି ନାହିଁ ସେମିତି ଉପାସ ଚାଲି ଆସନ୍ତି । ମାତ୍ର ସେ ଖୁବ ମାଛ ପ୍ରିୟ ଅଟନ୍ତି । ସେଥିପାଇଁ ସେ ଆଜିବି ବିନା ବାଡ଼ି ସାହାରାରେ ବେଶ ଦୃଢ଼ ଭାବରେ ଚାଲି ପାରୁଛନ୍ତି ଏବଂ ସବୁ କାମ କରି ପାରୁଛନ୍ତି ।

ଘରେ ମରା ନଡ଼ିଆ ତେଲ ଲଗାଉ ଥିବାରୁ ତାଙ୍କ କେଶ ଆଜି ପର୍ଯ୍ୟନ୍ତ ପାଚି ନାହିଁ । ବିବାହ ସମୟରେ ଯେମିତି ସୁନ୍ଦର ଥିଲେ ଆଜିବି ସେମିତି ସୁନ୍ଦର ଅଛନ୍ତି ସୁନ୍ଦରୀ ପରିଡ଼ା । ଖାଲି ସେତିକି ନୁହେଁ ସୁନ୍ଦରୀ ପରିଡ଼ାଙ୍କ ଭଉଣୀ ଯାହାଙ୍କ ମୃତ୍ୟୁ ୮୫ ବର୍ଷ ବୟସରେ ହୋଇଥିଲା ସେ ମଧ୍ୟ ମୃତ୍ୟୁ ବେଳକୁ ତାଙ୍କ କେଶ କଳା ଥିଲା । ଆଜିକା ସମୟରେ ଯେଉଁଠି ଅଳ୍ପ ବୟସରେ ଲୋକଙ୍କ କେଶ ପାଚି ଯାଏ , ଏଠାରେ ୮୨ ବର୍ଷ ବୟସରେ ସୁନ୍ଦରୀ ପରିଡ଼ାଙ୍କ ଘନ କେଶ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୁନ୍ଦରୀ କହନ୍ତି ଯେ ଆଜିବି କୁଆଡ଼େ ସେ ନିଜେ ରୋଷେଇ କରନ୍ତି ।

Leave a Reply

Your email address will not be published. Required fields are marked *