ପ୍ରେମିକାଙ୍କୁ ଥା-ନାରେ ବିବାହ କଲେ.. ମଥାରେ ସିନ୍ଦୁର ହାତକୁ ନାଲି ଶଙ୍ଖା ଦେଇ ନିଜର କଲେ ପ୍ରେମିକ

ପ୍ରେମ ପାଇଁ ସମସ୍ତେ ପାଗଳ । ଛୋଟ ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରେମର ମାନେ ଜାଣିଛନ୍ତି । ଏହି ପ୍ରେମ ସମସ୍ତଙ୍କୁ ବାୟା କରି ସାରିଛି । ଆଜିର ସମାଜର ପ୍ରେମକୁ ସ୍ବୀକୃତି ମିଳି ଯାଉଛି । ତେଣୁ ସମସ୍ତେ ପ୍ରାୟତଃ ଏହା କରିବାରେ ଲାଗିଛନ୍ତି । ତେବେ କୁହାଯାଏ ନା ପ୍ରକୃତ ପ୍ରେମ ସଂଖ୍ୟା ଏ ଦୁନିଆଁରେ କମ୍ । ଆଉ ତାହା ହିଁ ସତ ।

ଲୋକ ବର୍ତ୍ତମାନ ସମୟରେ ପ୍ରକୃତ ପ୍ରେମ କରିବା ଅପେକ୍ଷା ମି-ଛ ପ୍ରେମ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ଆଉ ସେଥିରେ ନିଜକୁ ଜଡିତ କରୁଛନ୍ତି । ତେବେ ଏହାରି ମଧ୍ୟରେ ଏପରି ବି ଲୋକ ଅଛନ୍ତି , ଯେଉଁ ମାନେ ପ୍ରେମ ପାଇଁ ନିଜ ଜୀବନ ମଧ୍ୟ ଦେଇ ଦେଉଛନ୍ତି । ତେବେ ଏପରି ପରିସ୍ଥିତିରେ ଆମେ ଏପରି ଦୁଇ ପ୍ରେମୀ ଯୁଗଳ କଥା କହିବୁ , ଯାହାଙ୍କ ପ୍ରେମକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା।

ପ୍ରେମ ପାଇଁ ସେମାନେ ସମସ୍ତଙ୍କ ସହିତ ଲ-ଢ଼ିବାକୁ ପ୍ରସ୍ତୁତ ଥିଲେ ଆଉ ସେଥିପାଇଁ ତ ଆଜି ସେମାନେ ଏକ ହୋଇ ଯାଇଛନ୍ତି । ତେବେ ଏପରି ପ୍ରେମ କାହାଣୀ ଦେଖିବାକୁ ମିଳିଚି ସୁବର୍ଣ୍ଣପୁର ଜିଲ୍ଲାରେ । ଦୁଇ ପ୍ରେମୀ ଯୁଗଳଙ୍କ ଘର ସିନା ଅଲଗା ଥିଲା କିନ୍ତୁ ମନ ଏକାଠି ରହୁଥିଲା । ଦୁହେଁ ପ୍ରେମ କରି ଅନେକ ସ୍ବପ୍ନ ଦେଖିଥିଲେ ।

ଜିବନରେ ବହୁତ ଆଗକୁ ଏକାଠି ଯିବାର ସ୍ବପ୍ନ ଦେଖିଥିଲେ ପ୍ରେମୀ ଯୁଗଳ । କିନ୍ତୁ ଏ ସବୁ ମଧ୍ୟରେ ବାଧା ସାଜିଥିଲା ତାଙ୍କ ପରିବାର । ପରିବାର ଲୋକ ମାନିବେ ନାହିଁ ବୋଲି ଗୋଟିଏ କଥା ସେମାନଙ୍କ ମନରେ ଭ-ୟ ସୃଷ୍ଟି କରିଥିଲା । ତଥାପି ହାର ମାନି ନଥିଲେ ଦୁହେଁ । ତେବେ ଏପରି ଏକ ବିରଳ ପ୍ରେମ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ । ଯେଉଁଠି ଥା-ନାରେ ଦୁଇ ପ୍ରେମିକ ପ୍ରେମିକା ବିବାହ କରିଛନ୍ତି ।

ସୂଚନା ଅନୁଯାୟୀ , ଦୀର୍ଘ ଦେଢ଼ ବର୍ଷ ହେବ ପରସ୍ପରକୁ ଭଲ ପାଇ ଆସୁଥିଲେ ସୁବର୍ଣ୍ଣପୁର ଅଞ୍ଚଳର ଶିଳ୍ପା ନାୟକ ଏବଂ ସମ୍ବଲପୁର ଅଞ୍ଚଳର ଆକାଶ ନାୟକ । ଏମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଥିଲା ତାଙ୍କ ପରିବାର । ଦୁହେଁ ଯେତେ ଏକାଠି ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ପାଇଁ ସେମାନେ ଦେଖା ହୋଇ ପାରୁ ନଥିଲେ ।

ସମାଜର ସମସ୍ତ ନିୟମ କାନୁନ୍ ଆଗରେ ସେମାନେ ପ୍ରେମକୁ ରଖିଥିଲେ ଆଉ ପ୍ରେମ ପାଇଁ ସେମାନେ ଜୀବନ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ତେଣୁ ଶେଷରେ ଏକାଠି ହେବା ପାଇଁ ନିଷ୍ପତ୍ତି ନେଇଥିଲେ ଆକାଶ ଏବଂ ଶିଳ୍ପା । ଦୁହେଁ ଯୋଜନା କରିଥିଲେ କିପରି ଭାବରେ ଆଉ କେଉଁଠି ଦୁହେଁ ବିବାହ କରିବେ । ଆଉ ଶେଷରେ କୋର୍ଟ ମ୍ୟାରେଜ୍ କରିବା ପାଇଁ ଦୁହେଁ ଧାର୍ଯ୍ୟ କରିଥିଲେ ।

ତେବେ ବର୍ତ୍ତମାନ ସମୟରେ ଉଭୟ ଥା-ନା ପରିସରରେ ସମସ୍ତଙ୍କ ଉପସ୍ଥିତିରେ ବିବାହ କରି ନେଇଛନ୍ତି । ଦୁହେଁ ଦୁହିଁଙ୍କୁ ନିଜ ଜୀବନସାଥି ଭାବରେ ପାଇ ଅନେକ ଖୁସି ଥିବା କଥା ବ୍ୟକ୍ତ କରିଛନ୍ତି । ଜୀବନରେ ନିଜ ପ୍ରେମକୁ ସାଥିରେ ପାଇବା ଠାରୁ ବଡ ଖୁସି ଆଉ କିଛି ନାହିଁ ବୋଲି ସେମାନେ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ସେମାନଙ୍କର ଗୋଟିଏ ଲକ୍ଷ୍ୟ ହେଉଛି ପରିବାର ଲୋକଙ୍କୁ ବୁଝାଇବା ।

ତେଣୁ ସେମାନେ ପରିବାର ପାଇଁ ସବୁକିଛି କରିବେ ବୋଲି କହିଛନ୍ତି । ଆଉ ନିଜ ପରିବାର ବିରୁ-ଦ୍ଧରେ ଯାଇ ଆଉ କିଛି କାମ କରିବେ ନାହିଁ ବୋଲି କହିଛନ୍ତି ଆକାଶ ଏବଂ ଶିଳ୍ପା। ତେବେ ନାତୁଣୀଙ୍କ ବିବାହରେ ଉପସ୍ଥିତ ରହିଥିଲେ ଜେଜେ । ଯିଏ ନାତୁଣୀର ଖୁସିରେ ଖୁସି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *