ଜାମ୍ମୁରୁ ଆସିଲା ଶହୀଦ ଦେବାଶିଷ ବିଶ୍ୱାଳଙ୍କ କଳା ବାକ୍ସ । ବାକ୍ସରେ କଣ ଥିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ସବୁଠି ଶହୀଦ ଦେବାଶିଷଙ୍କ ଦେଶ ପ୍ରତି ଉତ୍ସର୍ଗର ଆଲୋଚନା ହେଉଛି । କିଭଳି ଯେ ଦେଶର ରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଜୀବନ ଦେଇଦେଲେ ତାହାକୁ ଲୋକେ ମନେ ପକାଉଛନ୍ତି । ପରିବାର ଲୋକଙ୍କ ଆଖିରେ ଅଶ୍ରୁ ସହିତ ସାରା ଦେଶ ସାରା ଓଡ଼ିଶା ଲୋକଙ୍କ ଆଖିରେ ତାଙ୍କ ପାଇଁ ଅଶ୍ରୁ ଆସିଛି ।

ସମସ୍ତେ ତାଙ୍କର ବଳିଦାନ ପାଇଁ ଗର୍ବିତ ହେଉଛନ୍ତି । ଦେବାଶିଷ ବିଶ୍ୱାଳଙ୍କ ମରଶରୀରକୁ ଯେତେବେଳେ ଗାଁ କୁ ଅଣାଯାଇଥିଲା ସେତେବେଳେ ଯେମିତି ତାଙ୍କୁ ଦେଖିବା ପାଇଁ ଖୁବ ଭିଡ଼ ଲାଗିଥିଲା । ଲୋକେ ଦେବାଶିଷଙ୍କ ନାମ ସହିତ ଯବାନ ମାନଙ୍କ ନାମରେ ଜୟଜୟ କାର କରୁଥିଲେ ।

କିନ୍ତୁ ବର୍ତ୍ତମାନ ଦେବାଶିଷଙ୍କର ବ୍ୟବହୃତ ଏକ କଳା ବାକ୍ସ ଆସିଛି । ଦେବାଶିଷଙ୍କ ଶହୀଦ ହେବାର କିଛିଦିନ ବିତି ଯାଇଥିବା ସତ୍ତ୍ୱେ ପରିବାର ଲୋକେ ନିଜ ମନକୁ ଖୁବ ବୁଝେଇ ଧୌର୍ଯ୍ୟ ଧରି ଯେତେ ଦୃଢ଼ ଭାବରେ ରହିବାକୁ ଚେଷ୍ଟା କଲେବି ସୁଦ୍ଧା , ପୁଣିଥରେ ଆଖିରୁ ଅଶ୍ରୁ ବୋହିଛି । କାରଣ ଜାମ୍ମୁରୁ ଶହୀଦ ଦେବାଶିଷଙ୍କର ଏକ କଳା ରଙ୍ଗର ବାକ୍ସ ଆସିଛି ।

କଳା ରଙ୍ଗର ଦସ୍ତା ବାକ୍ସଟି ହଠାତ ଆସି ଘରେ ପହଞ୍ଚିଛି । ବାକ୍ସ ଭିତରେ ଦେବାଶିଷ ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ ସବୁ ରହିଛି । ଯେତେବେଳେ ବାକ୍ସଟିକୁ ଖୋଲା ଯାଇଥିଲା ସେତେବେଳେ ପରିବାର ଲୋକେ ଆଦୋୖ କୋହ ସମ୍ଭାଳି ପାରି ନଥିଲେ ।

ସାନ ଭାଇ ବିଜ୍ଞାନ , ମା’ ଏବଂ ସ୍ତ୍ରୀ କାନ୍ଦିବାରେ ଲାଗିଲେ । ତେବେ ଏହି ବାକ୍ସରେ ଦେବାଶିଷଙ୍କ ନାମ ମଧ୍ୟ ଲେଖା ଯାଇଛି । ଏହି ବାକ୍ସକୁ ଦେଖିବା ପରେ ଲୁହ ଶୁଖି ଯାଇଥିବା ପରିବାର ଆଖିରେ ପୁଣି ଲୁହ ଆସି ଯାଇଛି । ଗତ କିଛିଦିନ ତଳେ ଶହୀଦ ପୁଅର ମର ପାର୍ଥିବ ଶରୀର ଆସିଥିଲା ଯାହାର ସତ୍କାର ମଧ୍ୟ ସରଥିଲା ।

ଆଉ ଆଜି ପୁଣି ଘରେ ଆସି ପହଞ୍ଚିଛି ଏକ କଳା ରଙ୍ଗର ବାକ୍ସ ଯେଉଁଥିରେ ଦେବାଶିଷଙ୍କର ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ ସବୁ ରହିଛି । ଜିନିଷ କହିବାକୁ ଗଲେ କିଛି ପୋଷାକ ଏବଂ ହ୍ୟାଙ୍ଗର ରହିଛି । ଯାହାକୁ ଦେଖି ପରିବାର ଲୋକେ କୋହ ସମ୍ଭାଳି ପାରି ନାହାଁନ୍ତି । ଆଉ ବର୍ତ୍ତମାନ ପରିବାର ଲୋକେ ତାହାକୁ ଶେଷ ସନ୍ଥନ ଭାବି ରଖିନେବେ ।

Leave a Reply

Your email address will not be published. Required fields are marked *