ସେଦିନ ଦେବାଶିଷ କରିଥିଲେ ଶେଷ ଫୋନ୍ କଲ୍ , କିନ୍ତୁ ଝିଅକୁ ପାରି ନଥିଲେ ଦେଖି

ସମସ୍ତଙ୍କ ଆଖିରେ ଲୁହର ବର୍ଷା କରି ଦେଇ ଆର ପାରିକୁ ଚାଲି ଯାଇଛନ୍ତି ବୀର ଯବାନ ଦେବାଶିଷ ବିଶ୍ଵାଳ । ତାଙ୍କ ଯିବାର ଏତେ ଦିନ ବିତି ଗଲାନି କିନ୍ତୁ କାହାରି ଓଠରେ ନାହିଁ ଟିକିଏ ହସ , ବାସ୍ ସମସ୍ତେ ଆଖିରୁ ଝରାଇ ଚାଲିଛନ୍ତି ଲୁହ । ଆଜି ଯାଏଁ ତାଙ୍କ ଘରେ କଣ ତାଙ୍କ ଗାଆଁରେ ମଧ୍ୟ କେହି ଶାନ୍ତିରେ ଦୁଇ ମୁଠା ଖାଇ ପାରୁ ନାହାନ୍ତି ଆଉ କେମିତି ବା ଖାଇବେ । ବିର ଯବାନକୁ ହରାଇ ସମସ୍ତେ ସତରେ ଅବାକ୍ ହୋଇ ଯାଇଛନ୍ତି । ହଠାତ୍ ତାଙ୍କର ଆରପାରିକୁ ଚାଲି ଯିବା ସମସ୍ତଙ୍କୁ କରି ଦେଇଛି ଆଶ୍ଚର୍ଯ୍ୟ । ତେଣୁ ସମସ୍ତେ ନୀରବ ହୋଇ ବସି ରହିଛନ୍ତି ।

ଅନ୍ୟ ପକ୍ଷରେ ଦେବାଶିଷଙ୍କ ପରିବାରରେ ସମସ୍ତେ କାନ୍ଦ ବୋବାଳିରେ ଫଟାଇ ଦେଉଥିବା ବେଳେ ତାଙ୍କ ସ୍ତ୍ରୀ ଆଜି ବି ଗୁମସୁମ୍ ହୋଇ ବସି ରହିଛନ୍ତି । ସ୍ଵାମୀଙ୍କ ଯିବାର ଦୁଃଖ ସତରେ ସେ ସହି ପାରି ନାହାଁନ୍ତି । ହଠାତ୍ ଏପରି ଆଘାତ ଲାଗିବ ବୋଲି ସେ ସ୍ବପ୍ନରେ ମଧ୍ୟ ଭାବି ନଥିବେ । ତେବେ କୁହାଯାଏ ନା , ଯାହା ଭାବି ନଥିବ ତାହା ହିଁ ହେବ । ତାଙ୍କ ସହିତ ତାହା ହିଁ ହୋଇଥିଲା , ଯାହାକୁ ସେ ଆଦୌ କେବେ କଳ୍ପନା କରି ନଥିଲେ । ଆଉ ଏପଟେ କୋଳରେ ଅଛି ସାତ ମାସର କନ୍ୟା ସନ୍ତାନ । ତା ମୁହଁକୁ ଦେଖି ଦେବା ପରେ ଆଖିରୁ ଆହୁରି ଲୁହ ଆପେ ଆପେ ଝରି ଆସୁଛି ।

ତେବେ ଏହାରି ମଧ୍ୟରେ ଗୋଟିଏ କଥା ଶୁଣିବା ପରେ ସମସ୍ତଙ୍କ ମନ ଭିତରେ ରହିଥିବା କୋହ ବାହାରକୁ ବାହାରି ଆସୁଛି । ଆଉ ତାହା ହେଉଛି ସେଦିନ ଅର୍ଥାତ୍ ଯେଉଁ ଦିନ ଦେବାଶିଷ ଆରପାରିକୁ ଚାଲିଗଲେ , ନିଜ ଝିଅକୁ ଟିକେ ଦେଖିବା ପାଇଁ ଭିଡିଓ କଲ୍ କରିଥିଲେ । କିନ୍ତୁ କୁହାଯାଏ ନା ବିଧିର ବିଧାନ କେ କରିବ ଆନ , ଯାହା ଭାଗ୍ୟରେ ଲେଖା ରହିଥିଲା ତାହା ହିଁ ହେଲା । ଶେଷ ଭିଡିଓ କଲ୍ ତାଙ୍କ ଝିଅ ପାଖକୁ ପହଞ୍ଚି ପାରି ନଥିଲା ଆଉ ଦେବାଶିଷ ଆଖି ପୁରାଇ ନିଜ ଝିଅକୁ ଟିକିଏ ଦେଖି ପାରି ନଥିଲେ । କାହିଁକି ନା ସ୍ତ୍ରୀ ତାଙ୍କର କଲେଜ କାମରେ ବ୍ୟସ୍ତ ରହି ଯାଇଥିଲେ ।

ତେଣୁ ସେ କହିଥିଲେ କି , ଘରକୁ ଗଲେ ସେ ଝିଅକୁ ଦେଖିବେ ଆଉ ମନ ଭରି ଝିଅ ସହିତ କଥା ହେବେ । କିନ୍ତୁ ସେତେ ଦୂର ପର୍ଯ୍ୟନ୍ତ କଥା ଆଉ ଯାଇ ପାରି ନଥିଲା । କାମକୁ ବାହାରି ଯାଇଥିଲେ ଦେବାଶିଷ। ଆଉ ତାପରେ ଶତ୍ରୁ ଦେଶ ପାକିସ୍ତାନ ତାଙ୍କୁ କରି ଦେଇଥିଲା ଶେଷ । ନିଜ ଝିଅକୁ ଶେଷ ଥର ପାଇଁ ବି ଦେଖି ପାରିଲେ ନାହିଁ । ଏହି କଥା ଭାବି ଭାବି ପରିବାର ଲୋକ ଆହୁରି କାନ୍ଦିବାରେ ଲାଗିଛନ୍ତି । କାହିଁକି ନା ପୁଅର ଶେଷ ଇଚ୍ଛା ମଧ୍ୟ ସେମାନେ ପୁରଣ କରି ପାରିଲେ ନାହିଁ ଆଉ ପୁଅ ଦେଶ ପାଇଁ ସହିଦ ହୋଇଗଲା । ତେବେ ଏହାରି ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ଉପରେ ପ୍ରତିଶୋଧ ନେବା ପାଇଁ ଆଗେଇ ଆସିଛି ଆଉ ତାକୁ ଛାଡ଼ିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନେଇ ଯାଇଛି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *