ପୁଣିଥରେ ୧୧ ଯବାନ ଶହୀଦ । ଇତିହାସ ଦହରାଇଲା ନକ୍ସଲ ଆଟାକ ।

ବୋର୍ଡରରେ ହେଉ କିମ୍ବା ଦେଶ ଭିତରେ ହେଉ ଯବାନ ମାନଙ୍କର ବଳିଦାନ ପ୍ରଶଂସା ଯୋଗ୍ୟ ଅଟେ । ନିଜ ଘର ପରିବାରର ଲାଳସାକୁ ହଟାଇ ବୋର୍ଡରରେ ଯବାନ ମାନେ ପ୍ରତ୍ୟେକ ମୁହୂର୍ତ୍ତକୁ ନିଜର ଶେଷ ମୁହୂର୍ତ୍ତ ଭାବି ଦେଶକୁ ସୁର-କ୍ଷା ଦେଇଥାନ୍ତି । ଆଉ ଯେତେବେଳେ ଯବାନ ମାନଙ୍କ ଉପରେ କଷ୍ଟ ଆସିଥାଏ ସାରା ଦେଶ ସେମାନଙ୍କ ବ-ଳିଦା-ନ ପାଇଁ ଗର୍ବ ଅନୁଭବ କରନ୍ତି । ଏଇ କିଛିଦିନ ତଳେ କିଛି ବୀରପୁତ୍ରଙ୍କ ଦେଶ ପାଇଁ ବ-ଳିଦା-ନ ଖବର ସାମ୍ନାକୁ ଆସିଥିଲା । ଯାହାକି ଦେଶବାସୀଙ୍କୁ ଦୁଃ-ଖରେ ଭସାଇ ଦେଇଥିଲା । ତେବେ କହି ରଖବୁ ଯେ ରାଜନୈତିକ ତି-କ୍ତତା କାରଣରୁ ଅନ୍ୟ ଦେଶ ଭାରତ ସହିତ ଶ-ତ୍ରୁତା କରିପାରେ ।

କିନ୍ତୁ ଯଦି ଦେଶ ଭିତରେ ହିଁ ଏଇ ମାଟିର ଲୋକ ନ-କ୍ସଲ ସାଜନ୍ତି ତେବେ ତାଠାରୁ ଦୁଃ-ଖଦ ଖବର ଆଉ କଣ ହୋଇପାରେ । କେତେ କେତେ ଯବାନ ଯେ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କଲେଣି ତାହାର ଆକଳନ କରିବା ମଧ୍ୟ ସମ୍ଭବ ନୁହେଁ । ତଥାପି କେତେ କେତେ ପରିବାର ନିଜ ପୁଅ ଭାଇ ଏବଂ ସ୍ୱାମୀକୁ ଦେଶର ସୁର-କ୍ଷା ପାଇଁ ତ୍ୟା-ଗ ଦେଉଛନ୍ତି । ସେମାନଙ୍କ ତ୍ୟା-ଗ ମଧ୍ୟ ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ତେବେ କହି ରଖିବୁ ଯେ ବର୍ତ୍ତମାନ ସମୟରେ ଆଉ ଏକ ଘ-ଟଣା ସାମ୍ନାକୁ ଆସିଛି ।

ଯେଉଁ ଘଟ-ଣାରେ ୧୦ ଜଣ ଯବାନ ସମେତ ଜଣେ ଡ୍ରାଇଭରର ଜୀବନ ଯାଇଛି । ଏଭଳି ଏକ ଦୁଃ-ଖଦ ଖବର ସାରା ଦେଶକୁ ସ୍ତବ୍ଧ କରିଛି । ଛତିଶଗଡ଼ର ଦାନ୍ତିବଡ଼ା ଅନ୍ତର୍ଗତ ଆରଏଚପୁର ଠାରେ ଆଇଇଡି ବ୍ଲାଷ୍ଟ କରି ଡିଆରଜି ଯବାନଙ୍କ ଗାଡ଼ିକୁ ନକ୍ସଲବାଦୀ ମାନେ ଉଡ଼ାଇ ଦେଇଛନ୍ତି ।

କିନ୍ତୁ ଏଠାରେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏତେ ବଡ଼ କା-ଣ୍ଡ ଘଟାଇବାରେ ନକ୍ସଲ ମାନେ କିଭଳି ସଫଳ ହେଲେ ? ଛତିଶଗଡ଼ରେ ନକ୍ସଲଙ୍କ ଉତ୍ପାତକୁ ଦୃଷ୍ଟିରେ ରଖି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି । ସବୁଦିନ ଭଳି ଆଜି ମଧ୍ୟ ଯବାନ ମାନେ କମିଙ୍ଗ ଅପରେସନ କରିଥିଲେ । କିନ୍ତୁ ର-କ୍ତ ମୁଖା ପାଲଟି ଯାଇଥିବା ନକ୍ସଲ ମାନେ ପୂର୍ବରୁ ରାସ୍ତା ମଝିରେ ବିପୁଳ ପରିମାଣର ଆଇଇଡି ପୋତି ଦେଇଥିଲେ । କାରଣ ଅନେକ ଦିନ ହେବ ନକ୍ସଲ ମାନେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ସୁଯୋଗ ଖୋଜୁଥିଲେ

ନକ୍ସଲଙ୍କ ବିରୋ-ଧରେ ଉଗ୍ର ରୂପ ଧାରଣ କରିଥିବା ଡିଆରଜି କିମ୍ବା ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ଏକ ଟିମ ଅରୋବପୁର ବାଟ ଦେଇ କମିଙ୍ଗ ଅପରେସନରେ ଫେରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଯବାନଙ୍କ ଭ୍ୟାନକୁ ଉଡ଼ାଇ ଦିଆଯାଇଥିଲା । ରାସ୍ତା ମଝିରେ କେତେ ପରିମାଣର ବିସ୍ଫୋ-ରକ ସାମଗ୍ରୀ ପୋତା ଯାଇଥିଲା ତାହା ଘଟ-ଣାସ୍ଥ-ଳରେ ସୃଷ୍ଟି ହୋଇଥିବା ଖାଲରୁ ଜଣା ପଡ଼ୁଛି ।

ଗାତକୁ ଦେଖିଲେ ଜଣା ପଡ଼ୁଛି ଯେ ନକ୍ସଲ ମାନେ ଅନେକ ଦିନ ହେବ ଏହି ଯୋଜନା କରି ଅସୁଥିଲେ । ଶହୀଦ ହୋଇଥିବା ୧୧ ଜଣ ଡିଆରଜି ଯବାନଙ୍କ ମଧ୍ୟରେ ଜଣେ ଡ୍ରାଇଭର ମଧ୍ୟ ରହିଛନ୍ତି । ଶହୀଦ ହୋଇଥିବା ଯବାନ ମାନଙ୍କ ନାମ ହେଉଛି ଜଗା ସୋଢି , ମୁନା ରାମ କୋଟତି , ସନ୍ତୋଷ ତାମ , ଦୁଲଗୋ ମଣ୍ଡାବି , ଲକ୍ଷମୂ ମରକାମ , ଜଗା କୱାସି , ହରିରାମ ମଣ୍ଡାବି , ରାଜୁରାମ କରଟମ , ଜୟରାମ ପଡ଼ିଆମ , ଜଗଦୀଶ କବାସି ଏବଂ ଡ୍ରାଇଭର ଧନୀରାମ ଯାଦବ ।

Leave a Reply

Your email address will not be published. Required fields are marked *