ନିଲାମ ହେଲା ବାହାନଗା ଠାରେ ପଡ଼ି ରହିଥିବା ଟ୍ରେନ ବଗି , ମନେ ପକାଇ ଦେଉଛି ସେଦିନର ଘ-ଟଣା

ଆଜି ବି ସେଦିନର କଥା ମନେ ପଡିଗଲେ ଦେହ ହାତ ଶୀତେଇ ଉଠୁଛି । ସେଦିନ ବାହାନଗା ଠାରେ ଘଟି ଯାଇଥିବା ଏତେ ବଡ ଟ୍ରେନ ଦୁର୍ଘ-ଟଣା ସାରା ଭାରତର ଲୋକଙ୍କୁ ଶୋଇବାକୁ ଦେଇ ନଥିଲା । ସମସ୍ତେ ନିଜ ଲୋକଙ୍କୁ ହରାଇବା ଭଳି ଅନୁଭବ କରିଥିଲେ । ଆଉ ଏଥିରେ ଚାଲି ଯାଇଥିଲା ୩୦୦ ରୁ ଅଧିକ ଲୋକଙ୍କ ଜୀବନ । କେବଳ ଏତିକି ନୁହେଁ ହଜାର ହଜାର ଲୋକ ଆ-ହତ ହେବା ସହିତ ଅନେକ ଲୋକ ନି-ଖୋଜ ମଧ୍ୟ ହୋଇଥିଲେ । କେତେ ଲୋକଙ୍କୁ ନିଜ ପରିବାର ଲୋକ ଖୋଜି ପାଇ ନଥିଲେ ।

ତେବେ ସେଦିନ ସେହି କରମଣ୍ଡଳ ଟ୍ରେନ ଦୁର୍ଘ-ଟଣା ପରେ ଆଜି ବି ଲୋକେ ସେହି ଟ୍ରେନରେ ଯାତ୍ରା କରିବାକୁ ଭ-ୟ କରୁଛନ୍ତି । ତେବେ ଟ୍ରେନ ଦୁର୍ଘ-ଟଣା ଘଟିବା ପରେ ଅନେକ ଲୋକ ସହିତ ନେତା ମନ୍ତ୍ରୀ ମାନେ ଏପରିକି ପ୍ରଧାନମନ୍ତ୍ରୀ ନିଜେ ସେହି ସ୍ଥାନକୁ ପରିଦର୍ଶନରେ ଆସିଥିଲେ । ତେବେ ସେହି ଦୁର୍ଘ-ଟଣାର କରାଳ ଭ-ୟ ସିନା ଧିରେ ଧୀରେ ଲୋକଙ୍କ ମନରୁ ଚାଲି ଯାଉଥିଲା କିନ୍ତୁ ବାହାନଗା ଠାରେ ପଡ଼ି ରହିଥିବା ସେହି କରମଣ୍ଡଳର ବଗି ସହିତ ଯଶୋବନ୍ତପୁର ହାୱଡା ଟ୍ରେନର ଦୁଇଟି ବଗି ମନେ ପକାଇ ଦେଉଥିଲା ଲୋକଙ୍କୁ ସେହି ଦିନର ଦୃ-ଶ୍ୟ ।

ତେବେ ଏହାରି ମଧ୍ୟରେ ଓଡ଼ିଶା ହାଇକୋର୍ଟ କୋଚ ଗୁଡ଼ିକ ନି-ଲାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଯାହା ପରେ ସେହି ବଗି ଗୁଡ଼ିକୁ ୩ କୋଟି ୮୨ ଲକ୍ଷ ଟଙ୍କା ଦେଇ କିଣି ନେଇଛି କୋଲକାତାର ମୋହିତ ଷ୍ଟିଲ କମ୍ପାନୀ । ତେବେ ଏହି ବଗି ଗୁଡ଼ିକୁ କଟିଂ କରି ନିଆଯାଉଛି । ଆଉ ଏହି କାମ ଶେଷ କରିବାର ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟ ରଖାଯାଇଛି ଆଉ ତାହା ହେଉଛି ଡିସେମ୍ବର ୫ । ଏହି ତାରିଖ ସୁଦ୍ଧା ସବୁ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି କାମ ଶେଷ ହେଲେ ଆଉ ବଗି ହଟାଇ ଦିଆଗଲେ ଲୋକେ ଟିକିଏ ଶାନ୍ତି ଅନୁଭବ କରିବେ ।

କାହିଁକି ନା ଧିରେ ଧିରେ ଲୋକେ ସେଦିନର କଥା ଭୁଲି ପାରିବେ । ସେଦିନ ଏତେ ବଡ ଅଘ-ଟଣ ଘଟିଗଲା ଯେ ଲୋକେ ଶାନ୍ତିରେ ଖାଇବେ କଣ ଶୋଇବା ମଧ୍ୟ ଭୁଲି ଯାଇଥିଲେ । ଏପରିକି ଲୋକେ ସେହି ବାଟ ଦେଇ ଯିବା ଆସିବା କରିବାକୁ ମଧ୍ୟ ଭ-ୟ କରୁଥିଲେ । ଏବେ ଲୋକେ ଟିକିଏ ଆଶ୍ୱସ୍ତି ଅନୁଭବ କରୁଥିବା କଥା କହିଛନ୍ତି । ଅନ୍ୟ ପକ୍ଷରେ କଟିଂ କାମ କରୁଥିବା ମିସ୍ତ୍ରୀ ମାନେ କହିଛନ୍ତି ଯେ , ଟ୍ରେନକୁ ଦେଖି ସେମାନଙ୍କୁ ବହୁତ ଦୁଃ-ଖ ଲାଗିବା ସହିତ ଭ-ୟ ମଧ୍ୟ ଲାଗୁଛି ।

Leave a Reply

Your email address will not be published. Required fields are marked *