ଚାନ୍ଦ ପୂଜା କରିବା ପୂର୍ବରୁ ଚାଲିଗଲା ଚାନ୍ଦିନୀ , ଝିଅକୁ ଝୁରି ହେଉଛି ଗାଆଁ

କାଲି ଥିଲା କୁଆଁର ପୂର୍ଣ୍ଣିମା । ଗାଆଁର ସବୁ ଝିଅ ମାନେ ପୂଜା କରିବା ପାଇଁ ହୋଇ ଯାଇଥିଲେ ତତ୍ପର । କାହିଁକି ନା କାଲି ଗ୍ରହଣ ଲାଗିବାର ଥିଲା । ଆଉ ଯେଉଁଥିପାଇଁ ଗ୍ରହଣ ଲାଗିବା ପୂର୍ବରୁ ପୂଜା କରିବାର ବିଧି ରହିଥିଲା । ତେବେ ସମସ୍ତେ ପୂଜା କରିବା ପାଇଁ ସକାଳୁ ଉଠି ଗାଧୋଇ ପାଧୋଇ ସବୁ କାମ ସାରି ଦେଇଥିଲେ । ଆଉ ପୂଜା କରିବା ପାଇଁ ସବୁ ପ୍ରସ୍ତୁତି ମଧ୍ୟ ସାରି ଦେଇଥିଲେ । କିନ୍ତୁ ଏତିକି ଭିତରେ ଘଟି ଯାଇଥିଲା ଅଘ-ଟଣ । କାହିଁକି ନା ଅଲିଅଳି ଝିଅକୁ ଜମ ନେଇଗଲା ଆରପାରିକୁ ।

ଯାହାକୁ କେହି ବିଶ୍ୱାସ ମଧ୍ୟ କରି ପାରୁ ନାହାନ୍ତି । ତେବେ ଏପରି ଏକ ହୃଦୟ ବିଦାରକ ଘ-ଟଣା ଦେଖିବାକୁ ମିଳିଛି , କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସୈଳଙ୍ଗ ଗାଁରେ । ସୂଚନା ଅନୁଯାୟୀ , ପୂଜା କରିବା ପାଇଁ ସବୁ ପ୍ରସ୍ତୁତି କରି ଦେଇଥିଲେ ଚାନ୍ଦିନୀ ଅରଫ୍ ରଶ୍ମିତା ଜେନା । ବୟସ ମାତ୍ର ୨୫ ବର୍ଷ । ଆଉ ଏହାରି ମଧ୍ୟରେ ନାଚ ଗୀତ କରିବା ପାଇଁ ସାଉଣ୍ଡ ସିଷ୍ଟମ ଆଣିଥିଲେ । କିନ୍ତୁ ଏହି ସାଉଣ୍ଡ ସିଷ୍ଟମ ହିଁ ତାଙ୍କ ଜୀବନକୁ ନେଇ ଯିବ କିଏ ଜାଣିଥିଲା । ସେ ବି ଜାଣି ନଥିଲେ କି ଆଜି ତାଙ୍କର ଜୀବନ ଚାଲିଯିବ ।

ତେବେ ପୂଜା କରିବା ପାଇଁ ନିଜ ସାଙ୍ଗ ସାଥି ମାନଙ୍କୁ ଡ଼ାକି ଆଣିଥିଲେ ସେ । ଝିଅ ମଧ୍ୟ କୁଆଁର ପୁନେଇ କରୁଥିବାର ଦେଖି ସମସ୍ତେ ଖୁସି ହୋଇ ଯାଇଥିଲେ । କାହିଁକି ନା ଝିଅ ସକାଳେ କେହି ନ ଉଠିବା ପୂର୍ବରୁ ଉଠି ଯାଇଥିଲା ଆଉ ଗାଧୋଇ ସାରିଥିଲା । ସଜବାଜ ହୋଇ ଯାଇଥିଲା ଆଉ ସାଙ୍ଗ ମାନଙ୍କୁ ଘରକୁ ଆସିବାକୁ କହିଥିଲା । ଆଉ କିଛି ସମୟ ପରେ ସେମାନେ ପୂଜା ମଧ୍ୟ କରିଥାନ୍ତେ । କିନ୍ତୁ କିଏ ଜାଣିଥିଲା ଏମିତି ହେବ ।

ତେବେ ଠିକ୍ ଚାନ୍ଦ ପୂଜା କରିବା ପୂର୍ବରୁ ଚାନ୍ଦିନୀର ଜୀବନ ଦୀପ ଲିଭି ଯାଇଥିଲା। ଆଉ ଚାନ୍ଦିନୀ ଚାଲି ଯାଇଥିଲା ଆରପାରିକୁ। ତେବେ କେଉଁ ପ୍ରକାରର କ-ରେଣ୍ଟ ଲାଗି ଯାଇ ଚାନ୍ଦିନୀର ଜୀବନ ଚାଲି ଯାଇଥିଲା । କେହି ଦେଖିଲା ବେଳକୁ ସବୁକିଛି ସରି ଯାଇଥିଲା । ଆଉ ଏହାପରେ ପରିବାର ଲୋକେ ତାଙ୍କୁ ଉ-ଦ୍ଧାର କରି ପ୍ରଥମେ କେଉଁଝର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷିତ କରିଥିଲେ । ଏହାପରେ ପରିବାର ଲୋକେ ଭା-ଙ୍ଗି ପଡ଼ିବା ସହିତ ଗାଆଁ ଦାଣ୍ଡ କା-ନ୍ଦ ବୋବାଳିରେ ଫାଟି ଯାଇଥିଲା।

Leave a Reply

Your email address will not be published. Required fields are marked *