କେନ୍ଦ୍ରର ବଡ ନିଷ୍ପତ୍ତି:- ବଢ଼ିଲା ମାଗଣାରେ ରାସନ ବଣ୍ଟନର ଯୋଜନା ଅବଦ୍ଧି। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ତାହା କୃଷକ ମାନଙ୍କ ପାଇଁ ହେଉ ଅବା ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣି ଉପକୃତ କରାଇଛନ୍ତି। ବର୍ତ୍ତମାନ ସମୟରେ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ଅଧୀନରେ ଗରିବ ଲୋକଙ୍କୁ ମାଗଣା ପ୍ରଦାନ କାରାଯାଉଥିବା ରାସନ ଅବଦ୍ଧିକୁ ବୃଦ୍ଧି କରାଯାଇଛି।

ସରକାରୀ ଘୋଷଣା

କରୋନା କାରଣରୁ ଦେଶରେ ଅର୍ଥନୈତିକ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ଅର୍ଥନୀତିରେ ପରିବର୍ତ୍ତନ ଆସିଛି। ତେଣୁ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ଅଧୀନରେ ଗରିବ ଲୋକଙ୍କୁ ମାଗଣା ରାସନ କେବଳ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଣ୍ଟନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏଥିରେ ପରିବର୍ତ୍ତନ ଅଣାଯାଇଛି ବୋଲି ଏ ନେଇ ପ୍ରଧାନମନ୍ତ୍ରୀ ଶନିବାର ସନ୍ଧ୍ୟା ଟ୍ୱିଟ୍‌ କରି ଜଣେଇଛନ୍ତି।

ତେବେ ଏହି ଯୋଜନାକୁ ଆହୁରି ୬ ମାସ ପର୍ଯ୍ୟନ୍ତ ଅଭିବୃଦ୍ଧି କରାଯାଇଛି। ଅର୍ଥାତ ରାସନ କାର୍ଡ ହିତାଧିକାରୀ ମାନଙ୍କୁ ଆହୁରି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମାଗଣାରେ ରାସନ ବଣ୍ଟନ କରାଯିବ। ତେବେ ପ୍ରଧାନମନ୍ତ୍ରୀ ଶନିବାର ସନ୍ଧ୍ୟା ଟ୍ୱିଟ୍‌ କରି ଜଣେଇଛନ୍ତି। ତେବେ ଏହି ଯୋଜନା ଅଧୀନରେ ପ୍ରାୟ ୮୦ କୋଟି ହିତାଧିକାରୀ ଉପକୃତ ହେବେ।

କଳ୍ପନା ଜଳ୍ପନା

ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷରେ ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିଲା। ଯେଉଁ କାରଣରୁ ମାଗଣା ରାସନ ଅବଦ୍ଧି ମାର୍ଚ୍ଚକୁ ବୃଦ୍ଧି କରାଯାଇଥିଲା। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପୁଣି ହେବା ପରେ ଏହାର ମାଗଣା ରାସନ ଅବଦ୍ଧି ଆହୁରି ୬ ମାସ ଅର୍ଥାତ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହି ଯୋଜନାରେ ସମୁଦାୟ ୫୩ ହଜାର ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ସମ୍ପ୍ରସାରଣ ସହିତ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ମୋଟ୍ ମୂଲ୍ୟ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚି।

Leave a Reply

Your email address will not be published. Required fields are marked *