ମହିଳା ଜଣଙ୍କ ନିଆଁରେ ଜଳାଇ ଦେଲେ ଅନେକ ଗୁଡ଼ିଏ ମୋବାଇଲ ଫୋନ: ଦେଖନ୍ତୁ ଭିଡିଓ

ଗୋଟିଏ ଭାଇରାଲ ଭିଡିଓ ମାଧ୍ୟମରେ ଦାବି କରାଯାଉଛି କି ସ୍କୁଲକୁ ଅନେକ ଷ୍ଟୁଡେଣ୍ଟ ଲୁଚାଇ ମୋବାଇଲ ଆଣୁଥିଲେ।ଏହା ମଧ୍ୟରେ ଯେତେବେଳେ ଷ୍ଟୁଡେଣ୍ଟ ମାନଙ୍କର ଚୋରି ଧରା ପଡି ଯାଇଥିଲା ତ ଶିକ୍ଷକ ରାଗି ଯାଇଥିଲେ। ରାଗରେ ଶିକ୍ଷକ ଏମିତି ପଦକ୍ଷେପ ନେଇଥିଲେ,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ସୋସିଆଲ ମିଡିଆରେ ଗୋଟିଏ ସ୍କୁଲର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଭାଇରାଲ ଭିଡିଓରେ ଜଣେ ମହିଳା ଶିକ୍ଷୟିତ୍ରୀ ନିଆଁକୁ ମୋବାଇଲ ଫୋପାଡୁ ଥିବାର ଦେଖା ଯାଇଛନ୍ତି। ଦାବି କରାଯାଉଛି କି ଏହି ମୋବାଇଲ ଫୋନ ଷ୍ଟୁଡେଣ୍ଟ ମାନଙ୍କର ଅଟେ।

କିଛି ମିଡ଼ିଆ ରିପୋର୍ଟରେ କୁହାଯାଇଛି କି ଏହି ଭିଡିଓ ମାଲେସିଆ କିମ୍ବା ଇଣ୍ଡୋନେସିଆର ହୋଇପାରେ, ହେଲେ,ଏହାର ଉଲ୍ଲେଖ କରାଯାଇ ନାହିଁ। ଭିଡ଼ିଓ ମୁତାବକ, ସ୍କୁଲକୁ ଅନେକ ଛାତ୍ର ଲୁଚି ମୋବାଇଲ ଆଣୁଥିଲେ।ଏହା ନିୟମର ଉଲଂଘନ ଥିଲା।ଏହା ମଧ୍ୟରେ ଯେତେବେଳେ ଷ୍ଟୁଡେଣ୍ଟଙ୍କର ଚୋରି ଧରା ପଡି ଯାଇଥିଲା ତ ଶିକ୍ଷକ ରାଗି ଯାଇଥିଲେ। ରାଗରେ ଶିକ୍ଷକ ଏମିତି ପଦକ୍ଷେପ ଉଠାଇଥିଲେ,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଶିକ୍ଷକ ନିଆଁରେ ଜଳାଇ ଦେଲେ ମୋବାଇଲ!

ବାସ୍ତବରେ, ଶିକ୍ଷୟିତ୍ରୀ ଛାତ୍ର ମାନଙ୍କ ମୋବାଇଲ ଜବତ କରି ନେଇଛନ୍ତି ଏବଂ ଗୋଟିଏ ଗୋଟିଏ କରି ତାକୁ ନିଆଁରେ ପକାଇ ଦେଇଛନ୍ତି। ଶିକ୍ଷୟତ୍ରୀ ଆଇଫୋନ ସମେତ ଅନ୍ୟ ମୋବାଇଲ ଉପକରଣକୁ ନିଆଁରେ ଡ୍ରମକୁ ଫିଙ୍ଗି ଜଳାଇ ଦେଇଛନ୍ତି।ଭାଇରାଲ ଭିଡିଓରେ ଶିକ୍ଷୟତ୍ରୀଙ୍କୁ ଗୋଟିଏ ଦୁଇଟି ନୁହେଁ, ବରଂ ଅନେକ ଗୁଡ଼ିଏ ସ୍ମାର୍ଟଫୋନ ନିଆଁକୁ ଫୋପାଡୁ ଥିବାର ଦେଖାଯାଇଛି।

କାନ୍ଦିବାକୁ ଲାଗିଲେ ଛାତ୍ର!

ଏହି VIDEOକୁ Instagramରେ mstaronlineofficial ନାମକ ପେଜରେ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୪ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଛି। ଭିଡ଼ିଓରେ ଦେଖା ଯାଉଛି କି କେମିତି ଯେତେବେଳେ ଛାତ୍ରଙ୍କ ମୋବାଇଲ ଫୋନ ଜଳା ଯାଇଥିଲା ତ ସେ କାନ୍ଦିବାକୁ ଲାଗିଥିଲେ। ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ଛାତ୍ରମାନଙ୍କ ଆବାଜ ଶୁଣାଯାଉଛି। ଛାତ୍ରମାନେ ଶିକ୍ଷୟିତ୍ରୀଙ୍କୁ ମୋବାଇଲକୁ ନିଆଁରେ ନପକେଇବା ପାଇଁ ଗୁହାରି କରୁଛନ୍ତି, କିନ୍ତୁ ଶିକ୍ଷୟିତ୍ରୀ ମାନି ନାହାନ୍ତି। ଶିକ୍ଷୟତ୍ରୀଙ୍କ ଦ୍ବାରା ନିଆଁକୁ ଫୋପୋଡା ହୋଇଥିବା ଅନେକ ମୋବାଇଲ IPhone ଥିଲା।

ୟୁଜର୍ସ କରିଛନ୍ତି ରିଏକ୍ଟ

ଭିଡ଼ିଓକୁ ଦେଖିବା ପରେ ୟୁଜର୍ସ ଏହା ଉପରେ ରିଏକ୍ଟ କରିଛନ୍ତି।କେହି ଶିକ୍ଷକଙ୍କୁ ଆବଶ୍ୟକତା ଠାରୁ ଅଧିକ କଠୋର ବୋଲି କହିଛନ୍ତି ତ କେହି ମୋବାଇଲ ଦେଇ ଛାତ୍ରମାନଙ୍କୁ ସ୍କୁଲ ପଠାଇବାରୁ ଅଭିଭାବକଙ୍କୁ ଅନେକ କଥା ଶୁଣାଇଛନ୍ତି। ସେଠାରେ ଅନେକ ଲୋକ ଶିକ୍ଷକଙ୍କ ଏହି ହରକତର ଆଲୋଚନା କରିବା ସମୟରେ କହିଛନ୍ତି କି ତାଙ୍କୁ ମୋବାଇଲ ଜଳାଇବା ପରିବର୍ତ୍ତେ ଅଭିଭାବକଙ୍କୁ ଫେରାଇ ଦେବାର ଥିଲା। ପାଖାପାଖି ମିଶି ଭାଇରାଲ ଭିଡିଓ ଉପରେ ୟୁଜର୍ସଙ୍କର ମୋଟାମୋଟି ପ୍ରତିକ୍ରିୟା ଦେଖିବା ପାଇଁ ମିଳିଛି।

Leave a Reply

Your email address will not be published. Required fields are marked *