ସ୍ବାମୀ ସ୍ତ୍ରୀଙ୍କ ଝ-ଗଡ଼ା ଭିତରେ ବ-ଳି ପଡ଼ି ଗଲା ଦେଢ଼ ବର୍ଷର ଶିଶୁ କନ୍ୟା।

ସ୍ବାମୀ-ସ୍ତ୍ରୀର ବନ୍ଧନ ଏକ ପବିତ୍ର ସ-ମ୍ପର୍କ। ଯେଉଁ ସ-ମ୍ପର୍କ କଳି ଝ-ଗଡା, ରା-ଗ ଋଷା, ମାନ ଅଭିମାନ ସବୁ କିଛି ଥାଏ। କିନ୍ତୁ ବେଳେବେଳେ ଛୋଟ ଛୋଟ କଥାରେ ରା-ଗି ମଣିଷ ଏମିତି କିଛି କାମ କରିଦିଅ ଯାହାକୁ ଚାହିଁଲେ ଆଉ କେବେ ସୁଧାରି ହୁଅନି। ବାପାମାଆଙ୍କ ଝ-ଗଡ଼ା ଭିତରେ ବାପାମାଆଙ୍କର ଯେତିକି କ୍ଷ-ତି ନ ହୁଏ ସବୁଠାରୁ ଅଧିକ କ୍ଷ-ତି ପିଲାର ହୁଏ। ଘରର ଝ-ଗଡ଼ା ଗୋଟେ ଛୋଟ ପିଲାର ମାନସିକତା ଉପରେ ଖରାପ୍ ପ୍ର-ଭାବ ପକାଏ। ଏ କଥା ଜାଣି ମଧ୍ୟ ଘର ଲୋକ ଛୋଟ ପିଲାଙ୍କୁ ନେଇ ତାଙ୍କ ଆଗରେ ଝ-ଗଡା କରନ୍ତି।

ଗଞ୍ଜାମ ଜିଲ୍ଲା ବାଲିପଦର ଥା-ନା ଅନ୍ତର୍ଗତ ପୋଛାଲୁଣ୍ଡି ଗାଆଁର କୃଷ୍ଣଚନ୍ଦ୍ର ବିଶେଇ ମଦାର ଗାଆଁର ୨୩ ବର୍ଷୀୟ ଆରତୀ ବିଶେଇଙ୍କୁ ୩ ବର୍ଷ ପୂର୍ବେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ । କୃଷ୍ଣଚନ୍ଦ୍ର କଟକରେ ଗୋଟେ ପାଉରୁଟି କମ୍ପାନୀରେ କାମ କରନ୍ତି।

ସେ କାମରୁ ଛୁଟି ପାଇଲେ ଗାଆଁକୁ ଯାଇ ନିଜ ସ୍ତ୍ରୀ ଏବଂ ବି-ଧବା ମାଆଙ୍କୁ ଦେଖି ଆସନ୍ତି। ଏମିତି କିଛି ଦିନ ଯିବା ପରେ ତାଙ୍କର ଗୋଟେ ଝିଅ ହେଲା ଏବେ ଝିଅର ବୟସ ଦେଢ଼ ବର୍ଷ। ଝିଅ ଆସିବା ପରେ ଲାଗୁଥିଲା ଯେମିତି ତାଙ୍କ ଖୁସି ଦି ଗୁଣ ଅଧିକ ବଢ଼ି ଯାଇଛି କିନ୍ତୁ ସେ କେବେ ଭାବି ନଥିବେ ତାଙ୍କ ଖୁସିରେ କାହାର ନଜର ଲାଗିଯିବ।

ସବୁ ସପ୍ତାହ ପରି କୃଷ୍ଣଚନ୍ଦ୍ର ଏଥର ମଧ୍ୟ ଘରକୁ ଆସିଥିଲେ କିନ୍ତୁ ପାରିବାରିକ କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଗତ କାଲି ରାତିରେ ଝ-ଗଡ଼ା ହେଲା ସେଥିପାଇଁ କୃଷ୍ଣଚନ୍ଦ୍ର ଆଉ ରାତିରେ ଦେଖି ନଥିଲେ ସ୍ତ୍ରୀ କ’ଣ କରୁଛନ୍ତି। ସେଇ ସମୟରେ ଆରତୀ ସ୍ବାମୀଙ୍କ କଥା ସହି ନପାରି ପ୍ରଥମେ ନିଜ ଦେଢ଼ ବର୍ଷର ଶିଶୁ କନ୍ୟାକୁ ମାରି ନିଜେ ଆ-ତ୍ମହ-ତ୍ୟା କରିଦେଲେ।

କୃଷ୍ଣଚନ୍ଦ୍ର ଯେତେବେଳେ ଆରତୀଙ୍କୁ ଦେଖିଲେ ସେ ତାଙ୍କୁ ବଞ୍ଚେଇବା ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଗଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁ-ତର ହେବାର ଦେଖି ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ପଠେଇଲେ। ଚିକିତ୍ସା ପାଇଁ ସେ ବ୍ରହ୍ମପୁର ଯିବା ବାଟରେ ତାଙ୍କର ମୃ-ତୁ ହେଇଗଲା। ଏପଟେ ଆରତୀଙ୍କୁ ବାପାମାଆ ଦେଢ ବର୍ଷର ଶିଶୁ କନ୍ୟାଙ୍କୁ ଖଟରୁ ଉଠେଇବା ବେଳକୁ ସେ ମଧ୍ୟ ଏ ଦୁନିଆଁ ଛାଡ଼ି ନିଜ ମାଆ ସହ ଚାଲିଯାଇଥିଲା।

Leave a Reply

Your email address will not be published. Required fields are marked *