ପାଟିକୁ ଯାଇ ନାହିଁ ଭାତ ଡାଲି , ମାଆ କ୍ଷୀର ଛାଡି ଜନ୍ମରୁ ଖାଇ ଚାଲିଛି ମୁଢ଼ି

ଆପଣ ଅନେକ ଅଜବ କଥା ଶୁଣିଥିବେ ।ସମସ୍ତଙ୍କ ଅଲଗା ଅଲଗା ପସନ୍ଦ ରହିଥାଏ । ସେ ଖାଇବା କ୍ଷେତ୍ରରେ ହେଉ କି ନିଜ ଜୀବନକୁ ନେଇ ହେଉ । କାହାକୁ ଏକୁଟିଆ ରହିବା ପାଇଁ ଭଲ ଲାଗିଥାଏ ତ ଆଉ କାହାକୁ ସମସ୍ତଙ୍କ ସହିତ । ଠିକ୍ ସେହିଭଳି ଖାଦ୍ୟ ଖାଇବାରେ ପସନ୍ଦ ମଧ୍ୟ ସମସ୍ତଙ୍କର ଅଲଗା ହୋଇଥାଏ । କାହାକୁ ଫାଷ୍ଟଫୁଡ୍ ଖାଇବା ପାଇଁ ପସନ୍ଦ ଲାଗିଥାଏ ତ ଆଉ କାହାକୁ ଘରୋଇ ଖାଦ୍ୟ । ଆଉ ପୁଣି ଆପଣ କେବେ କେବେ ଶୁଣିଥିବେ କି , କିଛି ଲୋକ ସାବୁନ , ମାଟି , ବାଲି ଆଦି ଖାଇବା ପାଇଁ ପସନ୍ଦ କରିଥାନ୍ତି ।

କିନ୍ତୁ ଏମିତି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଆପଣ କେବେ ଜୀବନରେ ଶୁଣି ନଥିବେ । ଜଣେ ଝିଅ , ଯାହାକୁ ଭାତ ଡାଲି ଛାଡି ଦେଇ କେବଳ ମୁଢ଼ି ହିଁ ଖାଇବା ପାଇଁ ଭଲ ଲାଗୁଛି । ଜନ୍ମ ପାଖରୁ କେବେ ମଧ୍ୟ ଭାତ ଡାଲି ତାର ପାଟିରେ ବାଜି ନାହିଁ କି ଅନ୍ୟ କିଛି ମଧ୍ୟ ପାଟିରେ ବାଜି ନାହିଁ । ବାସ୍ ଝିଅଟିକୁ କେବଳ ମୁଢ଼ି ଖାଇବାକୁ ଭଲ ଲାଗୁଛି । ଏହାକୁ ଦେଖି ତାର ବାପା ମାଆ ମଧ୍ୟ ଅତ୍ୟନ୍ତ ଚିନ୍ତିତ ହୋଇ ଯାଇଛନ୍ତି । ଆଉ ଝିଅକୁ ଡାକ୍ତର ପାଖକୁ ଦେଖାଇବା ପାଇଁ ଅନେକ ଥର ନେଇ ଯାଇଛନ୍ତି କିନ୍ତୁ କିଛି ଫଳ ମିଳି ନାହିଁ ।

ତେବେ ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି , ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ବ୍ଲକ ଅନ୍ତର୍ଗତ ଚତୁର୍ଭୁଜପୁର ଗାଆଁରେ । ତେବେ ଏହି ଗାଁର ମକରା ମାଝୀ ଆଉ କମଳିନୀ ମାଝୀଙ୍କ ୧୦ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା । ପଢ଼ୁଛୁ ଚତୁର୍ଥ ଶ୍ରେଣୀରେ । ଜନ୍ମ ହେବାରେ କେବଳ ଛଅ ମାସ ପର୍ଯ୍ୟନ୍ତ ମାଆ କ୍ଷୀର ପିଇଥିଲା ଆଉ କ୍ଷୀର ଛାଡ଼ିବା ପର ଠାରୁ ସେ କେବଳ ମୁଢ଼ି ହିଁ ଖାଉଛି । ଦିନ ରାତି ମିଶି କରି ସେ ଚାରି ଥର ମୁଢ଼ି ଖାଉଛି । ଆଜି ଯାଏଁ କେବେ ଭାତ , ଡାଲି କି ଆଉ କିଛି ଖାଦ୍ୟ ତାର ପାଟିରେ ବାଜି ନାହିଁ । ତେବେ ଡାକ୍ତର ଏ ବାବଦରେ କହିଥିଲେ କି , ଲକ୍ଷ୍ମୀପ୍ରିୟା ପୁରାପୁରି ସୁସ୍ଥ ଅଛନ୍ତି ।

ଏଥିପାଇଁ କେବଳ ତାଙ୍କ ମାଆଙ୍କ ଦେଖାଶୁଣା ହିଁ ନିର୍ଭର କରେ । ମାଆ ଯାହା ପିଲାକୁ ଖାଇବାକୁ ଦେବେ , ସେ ତାହା ଖାଇବ । ତେବେ ଏହା ପରେ ଅନେକ ଥର ମାଆଙ୍କ ଚେଷ୍ଟା ପରେ ମଧ୍ୟ ଝିଅ ମୁଢ଼ି ଛଡ଼ା ଆଉ କିଛି ଖାଉ ନାହିଁ । ଏହା ବ୍ୟତୀତ ସ୍କୁଲରେ ପଢୁଥିବା ଲକ୍ଷ୍ମୀପ୍ରିୟାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଭାତ ଖୁଆଇବା ପାଇଁ ମଧ୍ୟ ଅନେକ ଚେଷ୍ଟା କରିଛନ୍ତି କିନ୍ତୁ ସେଥିରେ ବିଫଳ ହୋଇଛନ୍ତି । କାହିଁକି ନା ଶରୀରର ବିକାଶ ପାଇଁ ଭାତ ଅତ୍ୟନ୍ତ ଆବଶ୍ୟକ ଅଟେ । ତେଣୁ ତା ପାଇଁ ସ୍କୁଲରେ ମୁଢ଼ି ଆଉ ବିସ୍କୁଟ ମଧ୍ୟ ରଖାଯାଇଛି ବୋଲି ଶିକ୍ଷୟିତ୍ରୀ ଜଣକ କହିଛନ୍ତି ।

Leave a Reply

Your email address will not be published. Required fields are marked *