ଇଂଜିନିୟରିଂ ଛାତ୍ରୀଙ୍କର ସନ୍ଦେ-ହଜନକ ମୃ-ତ୍ୟୁ , ବାପା ମାଆ କହିଲେ ଭୁବନେଶ୍ୱର ପଠାଇ ଝିଅକୁ ଭୁଲ କରିଦେଲି

ଅନେକ ସମୟରେ ରାଜଧାନୀରୁ ଛାତ୍ର ଛାତ୍ରୀ ମାନଙ୍କର ସନ୍ଦେହ ଜନକ ମୃ-ତ୍ୟୁ ଖବର ଆସିଥାଏ । କାହାକୁ ହ-ତ୍ୟା କରାଯାଇଥିବା କୁହା ଯାଇଥାଏ ତ ଆଉ ପୁଣି କିଏ ଆ-ତ୍ମହ-ତ୍ୟା କରିଥାଏ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ସ-ନ୍ଦେହ ଜନକ ମୃ-ତ୍ୟୁ ସାମ୍ନାକୁ ଆସିଛି । ଆଉ ତାହା ପୁଣି ଏକ ଇଞ୍ଜନିୟରିଂ କଲେଜରୁ । ଯାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇ ଯାଇଛି । ଜଣେ ଇଞ୍ଜିିନିୟରିଂ ଛାତ୍ରୀଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ , ଖୋର୍ଦ୍ଧା ଜିଲ୍ଲା ତରାପୋଇ ଅଞ୍ଚଳର ଏକ ଇଞ୍ଜନିୟରିଂ କଲେଜର ଛାତ୍ରୀଙ୍କର ମୃ-ତ୍ୟୁ ହୋଇ ଯାଇଛି । ଆଉ ଯାହାକୁ ନେଇ ବର୍ତ୍ତମାନ ସ-ନ୍ଦେହ ବଢିବାରେ ଲାଗିଛି । ତେବେ ଇଞ୍ଜିନିୟରିଂ ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ ସମ୍ପୂର୍ଣ୍ଣା । ପାଠ ପଢାରେ ବେଶ୍ ଭଲ ଥିଲେ ସେ । ଆଉ ବାପା ମାଆ ଦେଖିଥିଲେ ଅନେକ ସ୍ବପ୍ନ । ତାଙ୍କ ଝିଅ ଜଣେ ଭଲ ଇଞ୍ଜିନିୟର ହେବ ଆଉ ତାଙ୍କ ନାମ ରଖିବ । ନିଜ ଗୋଡ଼ରେ ନିଜେ ଛିଡା ହେବ ଆଉ ଦୁନିଆଁ ପାଇଁ କିଛି କରି ଦେଖାଇବ ।

କିନ୍ତୁ ବାପା ମାଆଙ୍କ ସ୍ବପ୍ନ ସବୁ ଅଧାରେ ରହିଗଲା । କାହିଁକି ନା ଏ ଦୁନିଆଁରେ ଆଉ ନାହାଁନ୍ତି ସମ୍ପୂର୍ଣ୍ଣା । ସୂଚନା ଅନୁସାରେ , ଗତକାଲି ରୁମ୍ ମଧ୍ୟରୁ ସମ୍ପୂର୍ଣ୍ଣାଙ୍କ ମୃ-ତଦେ-ହ ଉ-ଦ୍ଧାର କରାଯାଇଛି । ଆଉ ଜଟଣୀ ପୋ-ଲିସ ମୃ-ତଦେ-ହକୁ ଉ-ଦ୍ଧାର କରିଛି ଏବଂ ବ୍ୟବ-ଛେଦ କରିବା ପାଇଁ ପଠାଇ ଦେଇଛି । ଅନ୍ୟ ପକ୍ଷରେ ପରିବାର ଲୋକ ଝିଅର ମୃ-ତ୍ୟୁକୁ ବିଶ୍ୱାସ କରି ପାରି ନାହାଁନ୍ତି । କାହିଁକି ନା ଝିଅ ତାଙ୍କର ବହୁତ ଭଲ ବୋଲି ବାପା କହିଛନ୍ତି ସେ କେବେ ଏମିତି କରିପାରିବ ନାହିଁ ।

ଝିଅର ମୃ-ତ୍ୟୁ ହେବାର ଅଧା ଘଣ୍ଟା ପୂର୍ବରୁ ପରିବାର ଲୋକ ତାଙ୍କ ସହିତ କଥା ହୋଇଥିଲେ ଆଉ ସେ ହସି ହସି ମଧ୍ୟ କଥା ହୋଇଥିଲେ । କିନ୍ତୁ ହଠାତ୍ କିଛି ସମୟ ପରେ କଲେଜରୁ ଫୋନ୍ ଆସିଥିଲା ଯେ ଝିଅର ଦେହ ଖରାପ ଅଛି ଶୀଘ୍ର ଆସନ୍ତୁ । ଆଉ ଆସି ଦେଖିଲା ବେଳକୁ ଝିଅ ବେକରେ ଗୋଟିଏ ମୋଟା ଦାଗ ପଡ଼ିବା ସହିତ ଆହୁରି ଛୋଟ ଛୋଟ ଦାଗ ମଧ୍ୟ ରହିଛି । ତେବେ ସମ୍ପୂର୍ଣ୍ଣାଙ୍କ ବାପା କହିଛନ୍ତି ଯେ ଝିଅକୁ ଭୁବନେଶ୍ୱର ପଠାଇ ଭୁଲ କରିଦେଲି ।

Leave a Reply

Your email address will not be published. Required fields are marked *