ଅବୁଝା ଶିକ୍ଷକ , ଶିକ୍ଷୟିତ୍ରୀଙ୍କୁ ବାରମ୍ବାର କରୁଛନ୍ତି ପ୍ରେମ ନିବେଦନ

ରସିକିଆ ମାଷ୍ଟର । ବିଦ୍ୟାଳୟକୁ ପାଠ ପଢ଼ାଇବା ପାଇଁ ଆସୁ ନାହାଁନ୍ତି ବରଂ ଆସୁଛନ୍ତି ପ୍ରେମ ନିବେଦନ କରିବାକୁ । ତାଙ୍କ ନାମରେ ସମସ୍ତେ ଆଣିଛନ୍ତି ଅଭି-ଯୋଗ । ଏହା ପରେ ବି ସେ କାହା କଥା ଶୁଣିବାକୁ ନାରାଜ । ସେ ନିଜ ଜିଦରେ ଅଟଳ ଆଉ ନିଜ କାମରେ ସେ ବ୍ୟସ୍ତ । ସ୍କୁଲରେ ତାଙ୍କ ସପକ୍ଷରେ କେହି ନାହିଁ । ତାଙ୍କ ଖରାପ କାମ ପାଇଁ କେହି ତାଙ୍କୁ ପସନ୍ଦ କରନ୍ତି ନାହିଁ । ପ୍ରଥମେ ସ୍କୁଲର ଶିକ୍ଷୟିତ୍ରୀ ତାଙ୍କ ନାମରେ ଆଣିଥିଲେ ଅଭି-ଯୋଗ କି ସେ ତାଙ୍କୁ ପ୍ରେମ ନିବେଦନ କରିବା ସହିତ ତାଙ୍କୁ ଅନେକ ଖରାପ ଭାଷାରେ ଗା-ଳି ଗୁ-ଳଜ କରିବାରେ ଲାଗିଛନ୍ତି ।

ଆଉ ଏବେ ଛାତ୍ର ଛାତ୍ରୀ ସହିତ ରୋଷେୟା ମଧ୍ୟ ଆଣିଛନ୍ତି ଅଭି-ଯୋଗ । ତେବେ ଏପରି ଏକ ଅଦ୍ଭୂ-ତ ଘ-ଟଣା ଦେଖିବାକୁ ମିଳିଛି , ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି ଶାନ୍ତନୁ କୁମାର ସାହୁ । ଆଉ ବିଦ୍ୟାଳୟରେ ତାଙ୍କ ଖରାପ ନଜର ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ରହିଥାଏ । ସେ ଶିକ୍ଷୟତ୍ରୀ ଜଣଙ୍କୁ ଫୋନ୍ ମଧ୍ୟ କରନ୍ତି ।

ଆଉ ତାଙ୍କୁ ଖରାପ ଭାଷା ନେଇ ଗା-ଳି କରିବା ସହିତ ଅନେକ ଥର ପ୍ରେମ ନିବେଦନ ମଧ୍ୟ କରିଥାନ୍ତି । କିନ୍ତୁ ଏହାକୁ ଶିକ୍ଷୟିତ୍ରୀ ଜଣକ ବାରଣ କରିବା ସତ୍ତ୍ୱେ ମଧ୍ୟ ସେ ତାଙ୍କ ପଛ ଛାଡନ୍ତି ନାହିଁ । ବିଦ୍ୟାଳୟରେ ତାଙ୍କୁ ହାତ ଦେଖାଇ ଖରାପ ଇ-ଙ୍ଗିତ କରିଥାନ୍ତି । ତେବେ ଏ ବାବ-ଦରେ ଅଭି-ଯୋଗ ବିଓଙ୍କ ପାଖକୁ ଯାଇଥିଲା । ବିଓଙ୍କ ପାଖରେ ଶିକ୍ଷକ ଶାନ୍ତନ୍ତୁ ସାହୁ ଶିକ୍ଷୟିତ୍ରୀଙ୍କ ଗୋଡ ଧରି ଭୁଲ ମାଗିଥିଲେ । ଏହା ପରେ ମଧ୍ୟ ତାଙ୍କ ହରକତ ଅଟକି ନାହିଁ।

ଶିକ୍ଷୟିତ୍ରୀ ଜଣକ ବର୍ତ୍ତମାନ କହିଛନ୍ତି ଯେ , ସେ ଏପରି ଜଣେ ଶିକ୍ଷକ ଯାହାର କାହାକୁ ବି ଭ-ୟ ନାହିଁ । ଅନେକ ଥର ବିଓଙ୍କ ନିକଟରେ ଅଭି-ଯୋଗ ପରେ ମଧ୍ୟ ବର୍ତ୍ତମାନ ବିଓ କିଛି ଶୁଣିବାକୁ ରାଜି ନାହାଁନ୍ତି । ଆଉ ସେଥିପାଇଁ ସେ ବର୍ତ୍ତମାନ ନି-ରାଶ ହୋଇ ଯାଇଛନ୍ତି । ବିଦ୍ୟାଳୟରେ ସେ ରହିବାକୁ ପସନ୍ଦ କରୁ ନାହାଁନ୍ତି । ଅନ୍ୟ ପକ୍ଷରେ ଜଣେ ଛାତ୍ର ଅଭି-ଯୋଗ କରିଛନ୍ତି ଯେ , ସାର୍ ପାଠ ପଢ଼ାଇବା ବେଳେ ଖରାପ ଭାଷା ବ୍ୟବହାର କରୁଛନ୍ତି । କେବଳ ଏତିକି ନୁହେଁ , ରୋଷେୟା କହିଛନ୍ତି କି , ସାର ତାଙ୍କୁ ମଧ୍ୟ ଗା-ଳି କରୁଛନ୍ତି ।

Leave a Reply

Your email address will not be published. Required fields are marked *