ଶୁଖୁଆକୁ ହୋଇଛନ୍ତି ବାହା , ଅର୍ଦ୍ଧାଙ୍ଗିନୀ ଭଳି ନେଉଛନ୍ତି ଯତ୍ନ

ଏ ଦୁନିଆଁରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ରହୁଛନ୍ତି । ଆଉ ସମସ୍ତେ ସମସ୍ତଙ୍କ ଠାରୁ ଅଲଗା । କାହାକୁ କଣ ପସନ୍ଦ ହୋଇଥାଏ । କିଏ କୁକୁରକୁ ଭଲ ପାଇଥାଏ ତ ଆଉ କିଏ ବିଲେଇ ଆଉ ପୁଣି କିଏ କେଉଁ ପକ୍ଷୀକୁ ଭଲ ପାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ପସନ୍ଦ ବିଷୟରେ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଆଉ ନିଜର ସେହି ପସନ୍ଦ ଜିନିଷକୁ ସେ ନିଜ ସ୍ତ୍ରୀ ଭାବରେ ଗ୍ରହଣ କରିଛନ୍ତି । ଆଉ ଯାହା ସମସ୍ତଙ୍କୁ ଚକିତ କରି ଦେଇଛି ।

ତେବେ ହଁ ଆଜ୍ଞା ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହାଙ୍କ ପସନ୍ଦ କେହି ମଣିଷ କିମ୍ବା ପଶୁ ପକ୍ଷୀ ନୁହେଁ , ଯାହାଙ୍କ ପସନ୍ଦ ହେଉଛି ଶୁଖୁଆ । ତେବେ ନିଜ ଦୋକାନରେ ଗୋଟିଏ ବଡ ଶୁଖୁଆକୁ ସେ ରଖିଛନ୍ତି । ଯାହାଙ୍କୁ ସେ ନିଜ ସ୍ତ୍ରୀ ଭାବରେ ବିବେଚନା କରିଛନ୍ତି । ତାକୁ ଫୁଲର ଦୋଳିରେ ସଜାଇବା ସହିତ ତାକୁ ଫୁଲରେ ସଜେଇ ଦେଇଛନ୍ତି । ଆଉ ଯିଏ ପଚାରିବାରୁ କହୁଛନ୍ତି ସେ ଶୁଖୁଆକୁ ବାହା ହୋଇଛନ୍ତି ଆଉ ଶୁଖୁଆ ତାଙ୍କ ସ୍ତ୍ରୀ । ସେ ମରିଯିବେ ପଛକେ ଶୁଖୁଆକୁ ଛାଡ଼ିବେ ନାହିଁ ।

ତେବେ ହଁ ଆଜ୍ଞା ଏପରି ଏକ ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ସୂଚନା ଅନୁସାରେ , ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଶୁଖୁଆ ବିକ୍ରି କରୁଛନ୍ତି ବାଲିଗାଁର ନୃସିଂହ ଦାସ । ତାଙ୍କ ଦୋକାନରେ ୫୨ ପ୍ରକାରର ଶୁଖୁଆ ରହିଛି । ଯାହା ମଧ୍ୟରୁ ସେ ଦୋକାନରେ ଗୋଟିଏ ବଡ ଶୁଖୁଆ ରଖିଛନ୍ତି , ଯାହା ତାଙ୍କର ସ୍ତ୍ରୀ ଅଟେ ବୋଲି ସେ କହିଛନ୍ତି । ସେ ରାତିରେ ସେହି ଶୁଖୁଆକୁ ନେଇ ସୋଇଥାନ୍ତି । ଦେହ ଖରାପ ହେଲେ ଔଷଧ ଖାଇବାକୁ ଦେଇଥାନ୍ତି । ଯାହା ବି ଖାଆନ୍ତି ଅଧା ଅଧା କରି ଖାଇଥାନ୍ତି ।

ଏପରିକି ଶୁଖୁଆକୁ ରାତିରେ ମଶାରୀ ମଧ୍ୟରେ ଶୋଇ ଦିଅନ୍ତି । ଏ କଥା ଶୁଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ , ନିଜ ସ୍ତ୍ରୀ ଆରପାରିକୁ ଯିବା ପର ଠାରୁ ସେ ସେହି ଶୁଖୁଆକୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କରିଛନ୍ତି । ଏପରିକି ଏକଦା ଜଣେ ବ୍ୟକ୍ତି ଅନେକ ଟଙ୍କା ମୂଲ୍ୟ ଦେଇ ସେହି ଶୁଖୁଆ କିଣିବାକୁ ଚାହୁଁଥିଲେ କିନ୍ତୁ ସେ ତାକୁ ବିକ୍ରି କରି ନଥିବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *