ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଛି ଏଭଳି କାର-ନାମା । ଛାତ୍ରୀଙ୍କୁ ଏହି କାମ କରିବାକୁ କରାଯାଉଛି ବାଧ୍ୟ ।

ରମାଦେବୀ ମହିଳା ଜୁନିୟର କେଲେଜର ଜଣେ ଛାତ୍ରୀ ରମାଦେବୀ କଲେଜ ହଷ୍ଟେଲରେ କଣ ହେଉଛି ସେ ନେଇ ଅନେକ ଖୁଲାସା କରିଛନ୍ତି । ରାତିରେ ତାଙ୍କ ସହିତ କଣ କରାଯାଉଥିଲା ସେ ବିଷୟରେ ସେ କହିଛନ୍ତି । ସେ କହିଛନ୍ତି ଯେ ରାତିରେ ତାଙ୍କୁ ସର୍ଟସ ପିନ୍ଧିବାକୁ ବାଧ୍ୟ କରାଯାଉଥିବା ସହିତ ଅ-ଶ୍ଳୀଳ ଭିଡ଼ିଓ ଦେଖିବାକୁ ବାଧ୍ୟ କରାଯାଉଥିଲା । ଏହି ବିଷୟରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ସେ ଗଣଶିକ୍ଷା ବିଭାଗକୁ ଲିଖିତ ଭାବରେ ଜଣାଇଛନ୍ତି । ଏହାପରେ ତଦନ୍ତ କରି ସୂଚନା ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୁ ରି-ପୋର୍ଟ ଦେବାକୁ କୁହାଯାଇଥିଲା ।

କହିରଖିବୁ ଯେ ପୂର୍ବରୁ ହଷ୍ଟେଲରେ ରହୁଥିବା ଏହି ଜୁନିୟର କଲେଜ ଅର୍ଥାତ ଯୁକ୍ତ ୨ ଛାତ୍ରୀଙ୍କ ଉପରେ ଜାତୀୟାନା ମନ୍ତବ୍ୟ ଦିଆଯାଇଥିଲା । ତାଙ୍କ ଇଚ୍ଛା ବିରୋ-ଧରେ ତାଙ୍କୁ କୁଆଡ଼େ ଜୋର ଜବ-ରଦସ୍ତ ଅ-ଶ୍ଳୀଳ ଭିଡ଼ିଓ ଦେଖିବାକୁ ବାଧ୍ୟ କରାଯାଉଥିଲା । ରାତିରେ ତାଙ୍କୁ ସର୍ଟସ ମଧ୍ୟ ପିନ୍ଧିବାକୁ ବାଧ୍ୟ କରାଯାଉଥିବା ।

ଯାହାକୁ ନେଇ ଛାତ୍ରୀ ଜଣକ ସଙ୍ଗିନ ଅଭି-ଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କର ଘର ମୟୁରଭଞ୍ଜ ଜିଲ୍ଲାରେ ଏବଂ ସେ ରମାଦେବୀ କଲେଜର ଯୁକ୍ତ ଦୁଇର ଛାତ୍ରୀ ଭାବରେ ପାଠ ପଢୁଛନ୍ତି । ସେ କହିବା ଅନୁଯାୟୀ ସେ ରମାଦେବୀ ଜୁନିୟର କେଲଜର ହଷ୍ଟେଲର ଏକ ନମ୍ବର ରୁମରେ ରହୁଥିଲେ ।

ସେହିଠାରେ ହିଁ ତାଙ୍କୁ ମାନସିକ ନିର୍ଯା-ତନା ଦିଆଯାଉଥିଲା । ଏମିତିକି ତାଙ୍କୁ ଏକ ଘରିକିଆ କରି ରଖା ଯାଇଥିଲା ବୋଲି ସେ ଅଭି-ଯୋଗ ଆଣିଛନ୍ତି । ତାଙ୍କୁ ଅଲଗା ରଖିବା ସହିତ ତାଙ୍କର ଡ୍ରେସ ଜୋତା ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଅଲଗା ରଖାଯାଉଥିଲା । ସେ ଓଡ଼ିଆ ମିଡିୟମ ଛାତ୍ରୀ ହୋଇଥିବା ବେଳେ ତାଙ୍କ ସାଙ୍ଗ ମାନେ ଇଂରାଜୀ ମିଡିୟମ ଛାତ୍ରୀ ହୋଇଥିଲେ ।

ତେଣୁ ସେମାନେ ଏହାକୁ ନେଇ ପାତର ଅନ୍ତର କରୁଥିବା ଛାତ୍ରୀ ଜଣକ ଅଭି-ଯୋଗ ଆଣିଛନ୍ତି । ତେବେ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଏଭଳି ଅଭି-ଯୋଗକୁ ଖଣ୍ଡନ କରାଯାଇଥିବା ଜଣା ପଡ଼ିଛି । ତେବେ କିନ୍ତୁ ଶିକ୍ଷା ପରିଷଦ ତରଫରୁ ଏହାକୁ ନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *