ଭୀଷଣ ବାତ୍ୟାର ରୂପ ଧରିବ ତେଜ । ବୁଧବାର ଲ୍ୟାଣ୍ଡଫଲ ଆଶଙ୍କା…..

ବଦଳୁଥିବା ପାଣିପାଗ ଏବଂ ମନୁଷ୍ୟକୃତ ସମସ୍ୟା କାରଣରୁ ବର୍ତ୍ତମାନ ସମୟରେ ଲଘୁଚାପ ଅବପାତ ଏବଂ ବାତ୍ୟାର ପରିମାଣ ବଢ଼ି ଯାଇଛି । ଆଉ ପ୍ରତ୍ୟେକ ବର୍ଷ ହିଁ ବାତ୍ୟା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଆରବ ସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହୋଇଥିବା ନେଇ ସୂଚନା ରହିଛି । ଆରବ ସାଗରରେ ସୃଷ୍ଟି ହୋଇଛି ଭୀଷଣ ବାତ୍ୟା । ଯାହାକି ବୁଧବାର ଦିନ ଲ୍ୟାଣ୍ଡଫଲ କରିବ । ଯାହାକୁ ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ସୃଷ୍ଟି ହୋଇଥିବା ଚାପ ଯୋଗୁଁ ଲଘୁଚାପ ସୃଷ୍ଟି ହୋଇଛି । ଏହାବ୍ୟତୀତ ଏହା ଅଧିକ ଘନୀଭୂତ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେଏହା ଭୀଷଣ ବାତ୍ୟାର ରୂପ ନେବ ଏବଂ ଆସନ୍ତା ରବିବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି ଗମ୍ଭୀର ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ୟେମେନ ଏବଂ ଓମନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁଯାୟୀ ବର୍ତ୍ତମାନ ବାତ୍ୟା ସକଟ୍ରା ଠାରୁ ୬୭୦ କିଲୋମିଟର ଦୂରରେ ରହିଛି ବୋଲି ସୂଚନା ମିଳିଛି । ୨୫ ତାରିଖ ସକାଳେ ଏହା ୟେମେନ ଏବଂ ଓମନ ନେଇ ଗତି କରିବ । ମୁମ୍ବାଇ କିମ୍ବା ଗୁଜୁରାଟର କୌଣସି ଅଞ୍ଚଳରେ ଏହି ମାତ୍ର ମାଡ଼ ହେବା ନେଇ ଅନୁମାନ କରାଯାଇଛି । ବାତ୍ୟା କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *