ଶୁଭ ବିବାହରେ ଉଠିଲା କୋକେଇ , ମାଙ୍ଗଳିକ କାର୍ଯ୍ୟରେ ଲାଗିଲା ରକ୍ତଛିଟା :-

କୌଣସି ବି ବିବାହ କାର୍ଯ୍ୟ ଏକ ଶୁଭ ଏବଂ ଆନନ୍ଦର ଉତ୍ସବ ହୋଇଥାଏ । ଯେଉଁଠି ଉଭୟ ପରିବାର ଖୁବ ଖୁସି ହୋଇଥାନ୍ତି । କିନ୍ତୁ ସେହି ଉତ୍ସବରେ ଯଦି କାହାର ଆକସ୍ମିକ ମୃତ୍ୟୁ ହୋଇଯାଏ ତେବେ କଣ ହେବ ? ସବୁ ଖୁସି ଧୂଳିସାତ ହୋଇଯିବ । ଏହିପରି ଏକ ଘଟଣା ଘଟିଛି ପୁରୀରେ ।

ଗୋଟିଏ ପରିବାରରେ ବିବାହକୁ ନେଇ ସମସ୍ତେ ଖୁସି ଆଉ ଏକ ପରିବାରରେ କାନ୍ଦ ବୋବାଳି । ଗୋଟିଏ ଗାଁ ରେ ଦୁଇଟି ପରିବାର । ତେବେ ଘଟଣା ହେଉଛି ବରଯାତ୍ରୀ ଶୋଭାଯାତ୍ରା ସମୟରେ କନିଆ ଘରର ଟେଣ୍ଟରେ ଡିଜେ ବାଜିବା କାରଣରୁ ଚିରି ଯାଇଥିଲା । ଯାହାଦ୍ୱାରା ଉଭୟ ଟେଣ୍ଟ ଏବଂ ଡିଜେ ମାଲିକଙ୍କ ମଧ୍ୟରେ ହତାହାତି ହୋଇଗଲା । ସେହି ସମୟରେ ଅନ୍ୟ ଲୋକେ ବି ଚଢ଼ିଗଲେ ଏବଂ ଗଣ୍ଡଗୋଳରେ ଗୁରୁତର ହେଲେ ଲିପନ ପ୍ରଧାନ ।

ନିମାପଡ଼ା ଗୋପ ଥାନା ଅନ୍ତର୍ଗତ ବେଦପୁରରେ ବାଲିକନ୍ଦଳ ଗାଁକୁ ପୁଅ ବିବାହ ପାଇଁ ଆସିଥିଲା । ସେହି ସମୟରେ ଡିଜେ ଗାଡ଼ିରେ ଟେଣ୍ଟ ଚିରି ଯିବାରୁ ସାଧାରଣ ବଚସା ହୋଇଥିଲା । ତେଣୁ କିଛି ଲୋକ ଟେଣ୍ଟ ବାଲାଙ୍କ ଉପରକୁ ଆକ୍ରମଣ କରିଥିଲେ । ତେଣୁ ଗୁରୁତର ଅବସ୍ଥାରେ ତାଙ୍କୁ ଗୋପ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାଦ୍ୱାରା ତାଙ୍କ ପରିବାରରେ ବର୍ତ୍ତମାନ ଶୋକର ଛାୟା ଖେଳି ଯାଇଛି । ସାଧାରଣ ବଚସା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହେବ ବୋଲି କେହିବି ଆଶା କରି ନଥିଲେ ।

ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ପୋଲିସ ମାମଲାକୁ ଠିକ ଭାବେ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ତେବେ ଏକ ଶୁଭ କାର୍ଯ୍ୟ ସମୟରେ ସାଧାରଣ ବଚସାକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହେବ ବୋଲି କେହିବି ଭାବି ନଥିଲେ ।

Leave a Reply

Your email address will not be published. Required fields are marked *