ସ୍ବାମୀ ପାଖକୁ ଫେରୁନି ସ୍ତ୍ରୀ, ସ୍ତ୍ରୀର ଶାଢ଼ୀକୁ ଧରି କାନ୍ଦୁଛି ସ୍ବାମୀ ।

ଦିନେ ଆମ ସଂସାର ବେଶ୍ ହସ ଖୁସିରେ ଚାଲିଥିଲା । ମୋ ସ୍ତ୍ରୀ ମୋ ସାଥିରେ ବେଶ୍ ଖୁସିରେ ରହୁଥିଲା । ଆମ ପରିବାରରେ ସୁଖ ଶାନ୍ତି ସବୁ ଥିଲା । ହେଲେ ହଟାତ୍ ମୋ ଶାଶୁ ଶଶୁର ଆମକୁ କଲେ ଆଉ କଲ କରି କହିଲେ ଜ୍ବାଇଁ ଝିଅକୁ ନେଇ ଘରକୁ କେବେ ବୁଲିବାକୁ ଆସ । ଆଉ ତା ପରେ ଯାହା ହେଲା ତାହା ଆମ ସୁନା ସଂସାରକୁ ଚୁନା କରିଦେଲା । ମୋ ହସ ଖୁସିର ସଂସାରରେ ଖେଳି ଗଲା ଦୁଃ-ଖର କଳା ବାଦଲ । ଆଉ ମୋ ସୁଖ ଶାନ୍ତି ସବୁକିଛି ଉଜୁଡ଼ି ଗଲା । ମୋ ସୁନା ସଂସାର ଚୁନା ହୋଇଗଲା । ସବୁକିଛି ଛାରଖାର ହୋଇଗଲା ।

ହଁ ବନ୍ଧୁଗଣ ଏବେ ଏମିତି କହି ଗୁମୁରି ଗୁମୁରି କା-ନ୍ଦୁଛି ସ୍ବାମୀ । ସ୍ବାମୀ ସ୍ତ୍ରୀ ସାଥୀ ହୋଇ ଯାଇଥିଲେ ଶଶୁର ଘରକୁ ବୁଲିବାକୁ ହେଲେ ଶଶୁର ଘରେ ଝିଅ ପହଞ୍ଚିବା ପରେ ଝିଅ ଆଉ ସ୍ବାମୀ ସାଥିରେ ଶାଶୁ ଘରକୁ ଫେରି ନଥିଲା । କାରଣ ଶାଶୁ ଶଶୁର ସ୍ତ୍ରୀ ଆଉ ପିଲାଙ୍କୁ ସ୍ବାମୀଙ୍କ ସାଥିରେ ନ ଛାଡ଼ି ତାଙ୍କ ଘରେ ରଖିଦେଲେ । ସ୍ବାମୀ ଏବେ ପିଲା ମାନଙ୍କୁ ଦେଖି ପାରୁ ନାହାଁନ୍ତି କି ସ୍ତ୍ରୀ ସାଥିରେ କଥା ମଧ୍ୟ ହୋଇ ପାରୁ ନାହାଁନ୍ତି ତେଣୁ ସ୍ବାମୀ ଏବେ କେବଳ ସ୍ତ୍ରୀ ଆଉ ପିଲା ମାନଙ୍କ ଫଟୋ ଦେଖି ମନ ବୁଝାଉଛନ୍ତି ।

ସ୍ବାମୀ ଏବେ ନିଜ ଘରେ ଏକା ରହି ରହି କାନ୍ଦୁଛନ୍ତି । ସ୍ତ୍ରୀଙ୍କ ଶାଢ଼ୀ ଧରି ସ୍ତ୍ରୀଙ୍କୁ ମନେ ପକାଉଛନ୍ତି । କେବଳ ସେତିକି ନୁହେ ସ୍ତ୍ରୀଙ୍କୁ ଝୁରି ହେଇ ହେଇ ସ୍ତ୍ରୀଙ୍କ ଫଟୋ ଦେଖି ଆଖିରୁ ଧାର ଧାର ଲୁ-ହ ଝରାଛନ୍ତି । ସ୍ବାମୀ ବିଦ୍ୟାଧରଙ୍କ କହିବା କଥା ଶାଶୁ ଶଶୁର ବାରମ୍ବାର ଜ୍ବାଇଁଙ୍କୁ କଲ କରି ତାଙ୍କ ଘରକୁ ବୁଲିଯିବା ପାଇଁ କହିଲେ । ଅନେକ ଥର ଶାଶୁ ଶଶୁର ଯେହେତୁ କଲ କରିଥିଲେ ତେଣୁ ମୁଁ ଆଉ ତାଙ୍କ କଥାକୁ କାଟି ପାରିଲି ନାହିଁ ତେଣୁ ମୁଁ ମୋ ସ୍ତ୍ରୀଙ୍କୁ କହିଲି ବାହାର ତୁମ ବାପା ମାଙ୍କର ତୁମକୁ ଦେଖିବାକୁ ଇଚ୍ଛା ହେଉଛି ଯିବା ତୁମ ବାପ ଘରକୁ ।

ଏହା ପରେ ସ୍ତ୍ରୀ ଆଉ ପିଲା ମାନେ ବାହାରି ପଡିଲେ । ବେଶ୍ ହସ ଖୁସିରେ ଆମ ବି ରେଡ୍ଡୀ ହୋଇଗଲୁ ତାଙ୍କ ଘରକୁ ଯିବା ପାଇଁ । ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ତାଙ୍କ ଘରକୁ ଯିବା ପରେ ବିଦ୍ୟାଧରଙ୍କ ଶଶୁର କହିଥିଲେ ତୁମେ ଆଗରେ ଘରକୁ ଯାଅ ମୁଁ ପଛରେ ଘରକୁ ଯିବି । ଶଶୁରଙ୍କ କଥା ମାନି ସ୍ବାମୀ ସ୍ତ୍ରୀଙ୍କୁ ବାପାଙ୍କ ଘରେ ଛାଡ଼ି ନିଜ ଘରକୁ ଚାଲି ଆସିଲେ ।

ହେଲେ ମୁଁ ଘରକୁ ଆସିବାକୁ ଏକ ମାସ ବିତି ଗଲା କିନ୍ତୁ ସ୍ତ୍ରୀ ଫେରିଲା ନାହିଁ । ଏକ ମାସ ଯାଇ ଯେତେବେଳେ ଦୁଇ ମାସ ଆସିଲା ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଶଶୁରଙ୍କ ନିକଟକୁ ବିଦ୍ୟାଧର ଅନେକ ଥର କରିଥିଲେ । ହେଲେ କିନ୍ତୁ କିଛି ଲାଭ ହେଲା ନାହିଁ । ଶଶୁର ଘର ଲୋକେ ଝିଅକୁ ଛାଡ଼ିବା ପରିବର୍ତ୍ତେ ଫୋନ୍ ଅଫ କରି ରଖିଲେ । ଆଉ ଏହା ପରେ ଯେତେବେଳେ ସ୍ତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବିଦ୍ୟାଧର ଗ୍ରାମବାସୀ ମାନଙ୍କୁ ନେଇ ଶଶୁର ଘରକୁ ଗଲେ ସେତେବେଳେ ଶଶୁର ଘର ଲୋକେ କହିଥିଲେ ତୁମର ଜାତି ଛୋଟ ତୁମ ଛୋଟ ଜାତିକୁ ଆମ ଝିଅକୁ ଆଉ ଛାଡ଼ିବୁ ନାହିଁ ।

ହେଲେ ଏହା ପଛର ରହ-ସ୍ୟ ହେଲା ଲକ୍ ଡାଉନରେ ଭଲ ପାଇବା ହୋଇଥିଲା ଆଉ ସଟ ଡାଉନ୍ ରେ ବିବାହ । ହେଲେ ଯେହେତୁ ଦୁହିଁଙ୍କ ଜାତି ଭିନ୍ନ ଥିଲା ତେଣୁ କେହି କାହା ଘରେ ଏ ବାହାଘରକୁ ନେଇ ଖୁସି ନଥିଲେ । କିନ୍ତୁ ଦୁଇ ପରିବାରଙ୍କ ବାରଣ ସତ୍ତ୍ୱେ ଦୁହେଁ ମନ୍ଦିରରେ ପ୍ରେମ ବିବାହ କରି ଖୁସିରେ ସ୍ବାମୀ ସ୍ତ୍ରୀ ଭାବରେ ଚଳି ଆସୁଥିଲେ ।

ଆଉ ସେମାନଙ୍କର ପିଲା ମଧ୍ୟ ହୋଇ ସାରିଥିଲେ । ଏହା ପରେ ଶଶୁର ଘର ଲୋକେ ଯୋଜନା କରି ଝିଅ ଜ୍ବାଇଁଙ୍କୁ ଘରକୁ ଡାକିଥିଲେ । ଆଉ ଶଶୁର ଘର ଲୋକେ ତାଙ୍କ ପ୍ରେମକୁ ସିକୃତି ଦେଇ ତାଙ୍କୁ ଗ୍ରହଣ କରିନେଲେ ଭାବି ସ୍ବାମୀ ସ୍ତ୍ରୀ ଦୁହେଁ ଧାଇଁ ଗଲେ ସ୍ତ୍ରୀର ବାପାଙ୍କ ଘରକୁ । ହେଲେ ସେତେବେଳେ ସବୁକିଛି ଏପଟ ସେପଟ ହୋଇଗଲା ଯେତେବେଳେ ଶଶୁର ଘର ଲୋକେ ଯୋଜନା କରି ଡାକିଥିବା ବିଦ୍ୟାଧର ଜାଣିବାକୁ ପାଇଲେ । ତେବେ ବର୍ତ୍ତମାନ ବିଦ୍ୟାଧର ଚାହାଁନ୍ତି ସ୍ତ୍ରୀ ଆଉ ପିଲା ଘରକୁ ଫେରି ଆସନ୍ତୁ ହେଲେ କଣ ହେବ ଆଗକୁ ତାହା କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *