ନିମ୍ବ ଗଛ ତଳୁ ସୁନା ଇଟା ବାହାର କଲେ ଗୁଣିଆ, ଶୁଦ୍ଧି ପାଇଁ ନେଇଥିଲେ ୬ ଲକ୍ଷ ଟଙ୍କା।

ଆଜିକାଲି ଦିନକୁ ଦିନ ଗୁଣି ଗାରେଡ଼ିର ପ୍ରଭାବ ବଢିବାରେ ଲାଗିଛି। କେତେବେଳେ କିଏ ରୋଗରୁ ଭଲ ହେବାପାଇଁ ଡ଼ାକ୍ତର ପାଖକୁ ନ ଯାଇ ଗୁଣିଆ ପାଖକୁ ଯାଉଛି ତ କେତେବେଳେ କିଏ କିଛି କାମ ଭଲରେ ଭଲରେ ହେବାପାଇଁ ଗୁଣିଆ ପାଖକୁ ଯାଇ ତା-ନ୍ତ୍ରିକ ବିଦ୍ୟାର ସାହାଯ୍ୟ ନେଉଛି। ସେଥିପାଇଁ ଏବେ ସମସ୍ତେ ତା-ନ୍ତ୍ରିକ ବିଦ୍ୟା ହାସଲ କରି ଲୋକଙ୍କୁ ଠ-କି ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। କଟକ ସହରରେ ଏବେ ଏମିତି ଏକ ଠ-କ ମୈଲାନାଙ୍କ କଥା ଚର୍ଚ୍ଚାର ବିଷୟ ପାଲଟିଛି।

ମୈଲାନା କଫି ଖାନ୍ ନାମକ ଜଣେ ଗୁଣିଆ କଟକର ଜଣେ ମହିଳାଙ୍କ ଠାରୁ ଗୁଣି ଗାରେଡ଼ି ଏବଂ ଭୂତ ପ୍ରେତ ଛଡେଇବା ୬୨ ଲକ୍ଷ ଟଙ୍କା ନେଇ କୁଆଡେ ଫେ-ରାର ହେଇଗଲେ। ତାପରେ ମହିଳା ଜଣଙ୍କ ମୈଲାନାଙ୍କୁ ନ ପାଇ ଗତ କାଲି କଟକ ମଙ୍ଗଳବାଗ୍ ଥା-ନା ରେ ଅଭି-ଯୋଗ କଲେ। ମହିଳାଙ୍କ ଅଭି-ଯୋଗ ପରେ ପୋ-ଲିସ୍ ମୈଲାନାଙ୍କୁ ଖୋଜି ଗି-ରଫ କରି କୋର୍ଟ ଚା-ଲାଣ କଲେ।

କିନ୍ତୁ ମୈଲାନାଙ୍କ କ୍ରୀତି କଳାପ କେବଳ କଟକ ଭିତରେ ସୀମିତ ନଥିଲା ସେ ସୁଦୂର ଭଦ୍ରକରେ ମଧ୍ୟ ଏମିତି କେତେ ଲୋକଙ୍କୁ ଠ-କି ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଣି କଟକ ପଳେଇ ଆସିଥିଲେ। ମହିଳାଙ୍କ ଅଭି-ଯୋଗ ପରେ ଯେତେବେଳେ ଘ-ଟଣା ଗଣ ମାଧ୍ୟମ ସାମ୍ନାକୁ ଆସିଲା ସେତେବେଳେ ଭଦ୍ରକ ଏବଂ କଟକର ଆଉ କିଛି ଲୋକ ମଙ୍ଗଳବାଗ୍ ଥା-ନାରେ ପହଞ୍ଚି ମୈଲାନାଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିଛନ୍ତି।

ଭଦ୍ରକର ଜଣେ ବ୍ୟକ୍ତି ମିଡ଼ିଆ ଆଗରେ କହିଛନ୍ତି କିଛି ଦିନ ତଳେ ଆମ ଘରେ ବହୁତ୍ ଅସୁବିଧା ଦେଖାଦେଲା। ଅଜବ ଅଜବ ଶବ୍ଦ ଶୁଣିବାକୁ ମିଳିଲା। ଘର ଭିତରେ କିଛି ଭଲ କାମ ହେଇ ପାରିଲାନି ସେଥିପାଇଁ ମୁଁ ମୈଲାନା କଫି ଖାନଙ୍କ ପାଖକୁ କିଛି ସମାଧାନ ପାଇଁ ଯାଇଥିଲି। ସେ କହିଲେ ଗୋଟେ ପୂଜା ହବ ତାପରେ ସବୁଠିକ୍ ହେଇଯିବ ଆଉ ପୂଜା ପାଇଁ ୫୦ ହାଜର ଟଙ୍କା ଲାଗିବ। ମୁଁ ଟଙ୍କା ଦେବାପାଇଁ ରାଜି ହେଲି। ସେ ରାତିରେ ଆସି ପୂଜା କଲେ ଏବଂ କହିଲେ ତମ ଘର ପଛପଟେ ଯେଉଁ ନିମ୍ବ ଗଛ ତା ତଳେ ଗୋଟେ ସୁନା ଇଟା।

ତାପରେ ସେ ନିଜେ ଘରର ସବୁ ଲାଇଟ ବନ୍ଦ କରି ପୂଜା ସାମଗ୍ରୀ ଧରି ଗଛ ପାଖକୁ ଯାଇ ୩ ଫୁଟ ଖୋଳିବାକୁ କହିଲେ। ୩ ଫୁଟ ଖୋଲିବା ପରେ ସୁନା ଇଟା ବାହାରିଲା ସେ କହିଲେ ଏ ଇଟା ବାହାରେ ଗୋଟେ କୋଟି ଟଙ୍କାରେ ବିକ୍ରି ହେବ କିନ୍ତୁ ବିକିବା ପୂର୍ବରୁ ଆଗ ଇଟାକୁ ଶୁଦ୍ଧି କରିବାକୁ ପଡ଼ିବ ସେଥିପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଗୋଟେ କୋଟି ପାଇବା ଲୋଭରେ ମୁଁ ଧାର କରଜ କରି ୬ ଲକ୍ଷ ଟଙ୍କା ଦେଲି ସେ କହିଲେ ଯଦି ଇଟା ବିକ୍ରି ନ ହେଲା ସେ ମୋ ଟଙ୍କା ଫେରେଇ ଦେବେ।

ମୁଁ ଯେତେବେଳେ ଇଟାକୁ ବାହାରେ ପରୀକ୍ଷା କଲି ସେତେବେଳେ ଜାଣିବାକୁ ପାଇଲି ଯେ ସେଇଟା ସୁନା ଇଟା ନୁହେଁ କପରର ଇଟା। ତାପରେ ମୁଁ ମୈଲାନା କଫି ଖାନ୍ କୁ ସବୁ ଆଡେ ଖୋଜିଲି କିନ୍ତୁ କୋଉଠି ପାଇଲିନି ଏବେ ମୁଁ ଚାହୁଁଛି ସେ କେମିତି ମୋ ସବୁ ଟଙ୍କା ଫେରେଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *