୧୧ ଯବାନ ଶହୀଦ ହେବା ପଛରେ ରହିଛି ଏହି ବ୍ୟକ୍ତିର ହାତ । ଦୀର୍ଘ ଦୁଇ ବର୍ଷ ଧରି କରିଥିଲା ପ୍ଲାନ ।

ବର୍ତ୍ତମାନ ସମୟରେ ସବୁଠି ଏହି ଚର୍ଚ୍ଚା ହେଉଛି ଯେ ମାଓ ନେତା ହିଡ଼ମା ୧୧ ଜଣ ଯବାନଙ୍କ ଜୀବନ ଯିବାର କାରଣ ଅଟେ । ଯିଏକି ଦନ୍ତେୱାଡ଼ାରେ ଯବାନ ମାନଙ୍କ ପାଇଁ ଚକ୍ରବ୍ୟୁହ ରଚିଥିଲା । ତେବେ କେତେବେଳେ କେଉଁଠି ଆକ୍ର-ମଣ ହେବ ଏବଂ କେତେବେଳେ କାହାକୁ ହ-ତ୍ୟା କରାଯିବ ସେସବୁକି ପ୍ଲାନ କରିଥାଏ । ଯିଏକି ଏବେ ସୁଦ୍ଧା ପୋ-ଲିସ ନଜରକୁ ଆସିନାହିଁ ଏବଂ ଜଙ୍ଗଲକୁ ନିଜ କବଚ କରି ରହିଥାଏ । ତେବେ ସେ କେଉଁଠି ରହେ କେତେବେଳେ କେଉଁଠାକୁ ଆସେ କାହାକୁବି ଖବର ନଥାଏ । ତେବେ ବର୍ତ୍ତମାନ ଏହି ସୂଚନା ରହିଛି ଯେ ସେ ହିଁ ଦନ୍ତେୱାଡ଼ାର ବିସ୍ଫୋ-ରଣ ପ୍ଲାନ ରଚିଥିଲା । ଯେଉଁ କାରଣରୁ ଆମର ୧୧ ଜଣ ଯବାନ ଏକା ସାଥିରେ ଶହୀଦ ହୋଇଗଲେ ।

ଯାହାଙ୍କୁ ମାଓ ନେତା ହିଡ଼ମା କୁହାଯାଉଛି । ଦୀର୍ଘ ୨୦ ବର୍ଷରୁ ଅଧିକ ହେବ ଲାଲ କରିଡରରେ ଆ-ତଙ୍କ ଖେଳାଇ ଚାଲିଛି ଛତିଶଗଡ଼ ବସ୍ତ ସବଡିଭିଜନର ମୁଖ୍ୟ ମାଓ ନେତା ହିଡ଼ମା । କେତେ ଆମ୍ବୁସ ତ କେତେବେଳେ ଏନକାଉଣ୍ଟରରେ ସୁର-କ୍ଷା କର୍ମୀଙ୍କ ଉପରକୁ ଆକ୍ର-ମଣ କରୁଛି ।

ଏମିତି ଅନେକ ମାମ-ଲା ଏବେ ସୁଦ୍ଧା ଶୁଣିବାକୁ ମିଳିଛି ଯେଉଁଥିରେ ନିଜର ପ୍ଲାନକୁ ସେ ସଫଳ କରିଛି । କହିରଖିବୁ ଯେ ମାଓ ନେତା ହିଡ଼ମା ୨୦୨୧ ପରଠାରୁ ସକ୍ରିୟ ନଥିଲା । ଯିଏକି ମାଓ ଦମନ ଅଭିଯାନରେ ପଳା-ୟନ କରିଥିଲା । କିନ୍ତୁ ଦନ୍ତେୱାଡ଼ାରେ ୧୧ ଜଣ ଯବାନଙ୍କ ଜୀବନ ନେଇ ହିଡ଼ମା ପୁଣିଥରେ ପୋଲି-ସକୁ ଚ୍ୟା-ଲେଞ୍ଜ କରିଛି ।

୨୦୧୦ ମସିହାରେ ଦନ୍ତେୱାଡ଼ାରେ ମୁରକାନା ଜଙ୍ଗଲରେ ୭୬ ସିଆରପିଏଫ ଯବାନଙ୍କୁ ଆମ୍ବୁସ ଲଗାଇ ହ-ତ୍ୟା କରିଥିଲା ହିଡ଼ମା । ଏହାପରେ ୨୦୧୩ ମସିହାରେ ଦର୍ଭାଜିରମ ଘାଟିରେ ନିର୍ବାଚନ ସାରି ଫେରୁଥିବା ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର କର୍ମା ଛତିଶଗଡ଼ କଂଗ୍ରେସ କମିଟି ମୁଖ୍ୟ ବିଦ୍ୟା ଚରଣ ଶୁକ୍ଳଙ୍କ ସମେତ ୨୭ ଜଣଙ୍କୁ ହ-ତ୍ୟା କରିଥିଲା ।

ଏହାପରେ ୨୦୧୭ ରେ ଗି-ରଫ ହୋଇ ଜେଲ ଯାଇଥିବା ହିଡ଼ମା କୌଣସିବି ମାମ-ଲାରେ ଦୋ-ଷୀ ସାବ୍ୟସ୍ତ ନହେବା ପରେ ଜେ-ଲରୁ ମୁକୁଳି ପୁଣିଥରେ ତା-ଣ୍ଡବ ରଚିଥିଲା । ୨୦୧୯ ରେ ବିଜେପି ବିଧାୟକଙ୍କୁ ହ-ତ୍ୟା , ୨୦୨୦ ରେ ୧୭ ଯବାନଙ୍କୁ ଆମ୍ବୁସ କରି ହ-ତ୍ୟା କରିଥିବା ହିଡ଼ମା ୨୦୨୧ ରେ ବିଜାପୁର ତରିମରେ ଯବାନଙ୍କ ଉପରେ ଆକ୍ର-ମଣ କରିଥିଲା । ଏହାପରେ ଦୀର୍ଘ ଦିନ ଧରି ବଡ଼ ଘ-ଟଣା ଘଟାଇବାରେ ସଫଳ ହୋଇ ନଥିଲା ହିଡ଼ମା ।

ଆଉ ବର୍ତ୍ତମାନ ଯବାନଙ୍କୁ ଟା-ର୍ଗେଟ କରି ଲ୍ୟାଣ୍ଡମାଇନରେ ବିସ୍ଫୋ-ରଣ କରିଛି । ଯେଉଁଥିରେ ୧୧ ଜଣ ଯବାନ ଶ-ହୀଦ ହୋଇ ଯାଇଛନ୍ତି । ତେବେ ଏଭଳି ଏକ ବଡ଼ ଘ-ଟଣା ଘଟିବା ପରେ ପୋଲି-ସର ସ-ନ୍ଦେହ ସର୍ବପ୍ରଥମେ ଦୁଇ ବର୍ଷ ଧରି ଚୁପ ରହିଥିବା ହିଡ଼ମା ଉପରେ ଯାଇଥିଲା । ଆଉ ବର୍ତ୍ତମାନ ହିଡ଼ମାର କ୍ରାଇମ ହିଷ୍ଟ୍ରି ଦେଖିବା ପରେ ଏହା ଜଣା ପଡ଼ୁଛି ଯେ ଏତେ ବଡ଼ କା-ଣ୍ଡ ଘଟାଇବା ପଛରେ କେବଳ ତାର ମାଷ୍ଟର ମାଇଣ୍ଡ ହିଁ ରହିଛି ।

Leave a Reply

Your email address will not be published. Required fields are marked *