ସିନେ ତାରକା ସିଦ୍ଧାନ୍ତ ଅରିନ୍ଦମ ଓ ଆକାଶଙ୍କୁ କାହିଁକି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କଲାନି ବିଜେପି?

ଷ୍ଟାର ପ୍ରଚାରକ ତାଲିକାରେ ରହିଲେନି ଷ୍ଟାର। ବାଦ ପଡିଲେ ସିଦ୍ଧାନ୍ତ ଅରିନ୍ଦମ ଓ ଆକାଶ। ଷ୍ଟାର ପ୍ରଚାରକ ଭାବରେ ଦଳ ସ୍ଥାନ ଦେଲାନାହିଁ। ୩ ଜଣ ଓଲିଉଡ ଷ୍ଟାର ତାଲିକାରୁ ବାଦ ପଡିଲେ।ହଁ ଆଜ୍ଞା ବନ୍ଧୁଗଣ ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେପି। ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରକାଶ ପାଇଛି ଏହି ଷ୍ଟାର ପ୍ରଚାରକବିତାଲିକା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମୋଟ ୪୦ ଜଣଙ୍କର ନାମ ରହିଛି। ଓଡିଶା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନୋଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ସାହା, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଏବଂ ସ୍ମୃତି ଇରାନିଙ୍କ ଭଳି ହେଭିୱେଟ ମାନେ ଅଛନ୍ତି।

ଏହା ସହ ଅନ୍ୟ ୪ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ତାଲିକାରେ ଅଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁପ୍ରିୟା ସାଇ ମଧ୍ୟ ପ୍ରଚାର ପାଇଁ ଓଡିଶାକୁ ଆସିବେ।ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଅଶ୍ୱନି ବୈଷ୍ଣବ, ଜ୍ୟୋତି ଆଦିତ୍ୟ ସିଦ୍ଧିଆ, ଧର୍ମେନ୍ଦ୍ର ପ୍ରଧାନ ଓ ସୁନୀଲ ଵଂଶଲ ଷ୍ଟାର ପ୍ରଚାରକ ଭାବେ ତାଲିକାରେ ରହିଥିବ ବେଳେ ଦଳର ରାଷ୍ଟ୍ରୀୟ ଉପାଧେକ୍ଷ ବୈଜନ୍ତ ପଣ୍ଡା ବିଜେପିର ରାଜ୍ୟର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ନିର୍ବାଚନ ପ୍ରଚାର କରିବେ।

ଏହା ସହିତ ଶାନ୍ତନୁ ଠାକୁର ବିଶ୍ଵସର ଟୁଡୁ ଜୟନାରାୟଣ ମିଶ୍ର ଜ୍ଵଏଲ ଓରାମ ପ୍ରତାପ ଷଡ଼ଙ୍ଗୀ କେଦାରନାଥ କଶ୍ୟପ ଅପରାଜିତା ଷଡ଼ଙ୍ଗୀ ସମ୍ବିଦ ପାତ୍ର ବସନ୍ତ କୁମାର ପଣ୍ଡା ସୁରେଶ ପୂଜାରୀ କନକବର୍ଦ୍ଧନ ସିଂ ଦେଓ ସମୀର ମହାନ୍ତି ମାନସ କୁମାର ମହାନ୍ତି ଗୋଲକ ମହାପାତ୍ର ପୂର୍ଣ୍ଣିମା କେର୍କେଟା ସାରଦା ପ୍ରସାଦ ଶତପଥୀ ଏବଂ ରମେଶ ସାହୁ ମଧ୍ୟ ପ୍ରଚାର ମୈଦାନକୁ ଓଲ୍ହାଇବେ।ତେବେ ଓଡ଼ିଆ ସିନେ ତାରକାଙ୍କ ମଧ୍ୟରୁ ଅନୁଭବ ମହାନ୍ତି ଶ୍ରିତମ ଦାସ ପିଙ୍କି ପ୍ରଧାନ ଏବଂ ହରିହର ମହାପାତ୍ରଙ୍କୁ ବି ମଧ୍ୟ ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି।ହେଲେ ଆଶ୍ଚର୍ଯ୍ୟର କଥା ହେଉଛି କି ସିଦ୍ଧାନ୍ତ ମହାପାତ୍ର ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକଙ୍କ ଭଳି ଓଲିଉଡ ଷ୍ଟାର ବିଜେପିରେ ଥିଲେ ମଧ୍ୟ ଦଳ ସେମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇନାହିଁ।

ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଏହି ଓଲିଉଡ ଷ୍ଟାର ମାନଙ୍କୁ ଦଳ ଷ୍ଟାର ପ୍ରଚାରକ ଭାବେ ସାମିଲ କରିନି। ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ସୁପରଷ୍ଟାର ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଷ୍ଟାରଙ୍କୁ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ନଥିବାରୁ ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚା ଆରମ୍ଭ ହୋଇଯାଇଛି।

।ତେବେ ବିଜେପିରେ ସାମିଲ ହେବା ପରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ଆକାଶ ଦାସ ନାୟକଙ୍କୁ କୋରେଇ ଆସନରୁ ପ୍ରାର୍ଥୀ କରିଛି। ପୂର୍ବରୁ ସିଦ୍ଧାନ୍ତ ବିଜେଡି ଟିକେଟରେ ୨ ଥର ସାଂସଦ ହୋଇଥିବା ବେଳେ ଆକାଶ ମଧ୍ୟ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି। ହେଲେ ନେତା ହୋଇଥିବା ଏହି ଦୁଇ ଅଭିନେତା ନିକଟରେ ବିଜେଡିରୁ ଇସ୍ତଫା ଦେଇ ପଦ୍ମ ସିମୀରରେ ସାମିଲ ହୋଇଥିଲେ। ଆଉ ଦଳ ତାଙ୍କୁ ନିର୍ବାଚନ ପାଇଁ ମଧ୍ୟ ଟିକେଟ ବି ଦେଇଥିଲା। ହେଲେ ଏହା ପରେ ବି ବିଜେପି ଏମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନାହିଁ।

ସେହିପରି ଓଡ଼ିଆ ସିନେ ତାରକା ଅରିନ୍ଦମ ରାୟଙ୍କୁ ମଧ୍ୟ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି। ଖାଲି ସେତିକି ନୁହେଁ ଅରିନ୍ଦମ କୌଣସି ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମଧ୍ୟ ଦେଇନାହିଁ ବିଜେପି। ତେବେ ଏବେବି ଅରିନ୍ଦମ ବିଜେପିରେ ପ୍ରାର୍ଥୀ ହେବା ଆଶା ଏବଂ ଆଶଙ୍କା ଭିତରେ ରହିଥିବା ବେଳେ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।ଦଳ ଅନୁଭବ ମହାନ୍ତିଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଥିବା ବେଳେ ଅନ୍ୟ ତିନିଜଣ ଲୋକପ୍ରିୟ ସିନେ ତାରକାଙ୍କୁ କାହିଁକି ସ୍ଥାନ ଦେଲାନି ତାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *