ପୋଷ୍ଟ ଅଫିସର ଧମାକାଦାର ସ୍କିମ, ଅଳ୍ପ ଟଙ୍କା ଜମା କରି ପାଆନ୍ତୁ ୨ ଲକ୍ଷ ସୁଧ।

ଗ୍ରାହକଙ୍କ ପାଇଁ ଗୁଡ଼୍ ନ୍ୟୁଜ୍। ପୋଷ୍ଟ ଅଫିସ ଆଣିଲା ଗ୍ରାହକଙ୍କ ପାଇଁ ନୂଆ ପାୱାର ଫୁଲ୍ ସ୍କିମ୍। ଯେଉଁଥିରେ ଆପଣଙ୍କୁ ୨,୨୫,୦୦୦ ଟଙ୍କା କେବଳ ସୁଧ ମିଳିବ। ହଁ ଆଜ୍ଞା ଆମେ ଆପଣଙ୍କୁ ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଥରେ ଜମା କଲେ ଆପଣଙ୍କୁ ମିଳିବ ୨,୨୫,୦୦୦ ଟଙ୍କା ସୁଧ। ଏହା ଆପଣଙ୍କୁ ସାମାନ୍ୟ ଆଶ୍ଚର୍ୟ୍ଯ ଲାଗୁଥାଇ ପାରେ। କିନ୍ତୁ ବାସ୍ତବରେ ଆପଣ ଏହି ଯୋଜନାରେ ବେଶ୍ ଲାଭ ଉଠେଇ ପାରିବେ। ହଁ ଦର୍ଶକ ବନ୍ଧୁ ସମସ୍ତେ ନିଜ କଷ୍ଟ ଉପାର୍ଜିତ ଅର୍ଥରୁ କିଛି ଟଙ୍କା ସଞ୍ଚୟ କରିବାକୁ ଚାହାଁନ୍ତି। ଆଉ ଯେତେବେଳେ ବି ଆମେ ପୁଞ୍ଜି ବିନିଯୋଗ ବିଷୟରେ ଭାବୁ ପ୍ରଥମେ ମନକୁ ଆସିଥାଏ ପୋଷ୍ଟ ଅଫିସ କଥା। ଯେଉଁଥିରେ ଜମା ହୋଇଥିବା ଟଙ୍କା ସହିତ ସରକାର ସିଧାସଳଖ ଜଡ଼ିତ ଅଛନ୍ତି।

ତେଣୁ ବିନା କୌଣସି ଦ୍ୱନ୍ଦ ଏବଂ ସନ୍ଦେହରେ ପୋଷ୍ଟ ଅଫିସରେ ବିନିଯୋଗ କରି ହେବ। ଅନେକ ଛୋଟ ସଞ୍ଚୟ ଯୋଜନା ଡାକଘର ଦ୍ଵାରା ପରିଚାଳିତ ହୁଏ। ଡାକ ବିଭାଗର ଏଭଳି ଏକ ଯୋଜନା ସାମ୍ନାକୁ ଆସିଛି। ଯେଉଁଥିରେ ଆପଣ ଲାଭ ଉଠେଇ ପାରିବେ। ଆଉ ପୁଞ୍ଜି ନିବେଶ କଲେ ମୋଟା ଅଙ୍କର ସୁଧ ପାଇ ପାରିବେ। ପୋଷ୍ଟ ଅଫିସର ଏହି ସ୍କିମ ମାତ୍ର ପାଞ୍ଚ ଲକ୍ଷ ଟଙ୍କା ବିନିଯୋଗରେ ପ୍ରାୟ ୨,୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧ ପାଇ ପାରିବେ। ଆଉ ସବୁଠୁ ବଡ଼ କଥା ହେଉଛି ଆପଣ ମୂଳ ଜମାରାଶି ବି ଫେରି ପାଇବେ। କେବଳ ସେତିକି ନୁହେଁ ଏହି ଯୋଜନା ବିନିଯୋଗ କଲେ ଆପଣ ଆୟକର ଧାରା ଅଶୀସି ଅନୁଯାୟୀ ଟିକସ ଛାଡ଼ ମଧ୍ୟ ପାଇବେ। ଅର୍ଥାତ ଏହି ସ୍କିମ୍ ଆୟକର ପଇସାର ଭୁକ୍ତ ହେବ ନାହିଁ।

ପୋଷ୍ଟ ଅଫିସରେ ଏହି ସ୍କିମର ନାଁ ହେଉଛି ପୋଷ୍ଟ ଅଫିସ ଟାଇମ୍ ଡିପୋଜିଟ୍ ଆକାଉଣ୍ଟ୍। ଏଥିରେ ବର୍ଷେ,ଦୁଇ ବର୍ଷ,ତିନି ବର୍ଷ ଓ ପାଞ୍ଚ ବର୍ଷ ବିନିଯୋଗ କରିବାର ସୁବିଧା ମିଳୁଛି। ଏହି ଯୋଜନାରେ ୨୦୨୪ ଜାନୁଆରୀ ୧ ତାରିଖରୁ ବର୍ଷେ ପାଇଁ ଜମା ଉପରେ ୬.୯ ପ୍ରତିଶତ , ଦୁଇ ବର୍ଷ ପାଇଁ ଜମା ଉପରେ ୭ ପ୍ରତିଶତ, ତିନି ବର୍ଷ ଜମା ଉପରେ ୭.୧ ପ୍ରତିଶତ ଓ ପାଞ୍ଚ ବର୍ଷ ଜମା ଉପରେ ୭.୫ ପ୍ରତିଶତ ସୁଧ ମିଳୁଛି। ବର୍ତ୍ତମାନ ଏହି ସୁଧହାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ଏହି ଯୋଜନାରେ ତ୍ରୈମାସିକ ଆଧାରରେ ସୁଧହାର ହିସାବ କରାଯାଏ ଏବଂ ବାର୍ଷିକ ଭିତ୍ତିରେ ଦେୟ ପ୍ରଦାନ କରାଯାଏ। ଏଥିରୁ ନିବେଶକ ଅଧିକ ଲାଭ ପାଆନ୍ତି।

ଏଭଳି ପରିସ୍ଥିତିରେ ଯଦି ଆପଣ ପାଞ୍ଚ ବର୍ଷ ପାଇଁ ପାଞ୍ଚ ଲକ୍ଷ ଟଙ୍କା ବିନିଯୋଗ କରନ୍ତି ତେବେ ୭.୫ ପ୍ରତିଶତ ସୁଧହାରରେ ଏହା ୭,୨୫,୦୦୦ ଟଙ୍କା ଫେରସ୍ତ ପାଇବେ। ଅର୍ଥାତ୍ ମୂଳ ଟଙ୍କାରୁ ୨,୨୫,୦୦୦ ଟଙ୍କା ଅଧିକ ପାଇବେ। ପାଞ୍ଚ ବର୍ଷ ମେଚୁରିଟି ପରେ ଆପଣ ଆପଣଙ୍କ ମୂଳରାଶି ପ୍ରତ୍ୟାହାର କରି ପାରିବେ। ଏବଂ ସୁଧ ଉପରେ ନୂଆ ସ୍କିମ୍ ଆରମ୍ଭ କରି ପାରିବେ। ସରକାରଙ୍କ ଏହି ଯୋଜନା ହେଉଛି ଲୋକଙ୍କୁ ନିବେଶ କରିବାକୁ ଉତ୍ସାହିତ କରିବା। ଏଭଳି ପରିସ୍ଥିତିରେ ସୁଧ ପରିମାଣ ଭଲ ରଖା ଯାଇଛି। ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ଆକାଉଣ୍ଟରେ ଅତି କମରେ ଏକ ହାଜର ଟଙ୍କା ସହିତ ବିନିଯୋଗ ଆରମ୍ଭ କରି ପାରିବେ।

Leave a Reply

Your email address will not be published. Required fields are marked *