ଭଉଣୀ ମୋ ଜୀବନ , ତା ପାଇଁ କିଛି ବି କରିପାରେ , ଏପରି କହିଲେ ଏହି ପ୍ରସିଦ୍ଧ ୟୁଟ୍ୟୁବର

ସାରା ଓଡ଼ିଶା ତଥା ବିଶ୍ୱରେ କହିବାକୁ ଗଲେ ଏବେ ବ୍ଲଗିଂ ବହୁତ ଚାହିଦାରେ ଅଛି । ୟୁଟ୍ୟୁବ ଖୋଲି ଦେବା ମାତ୍ରେ ଶହ ଶହ ବ୍ଲଗିଂ ଚ୍ୟାନେଲ ଆସି ଯାଉଛି । ଆଉ ଏହି ବ୍ଲଗ୍ ଗୁଡ଼ିକୁ ଛୋଟରୁ ବଡ ଲୋକ କରିବା ଆରମ୍ଭ କରି ଦେଉଛନ୍ତି । ଆଉ କେବଳ ଏତିକି ନୁହେଁ , ଏହା ସେମାନଙ୍କୁ ଏକ ଭିନ୍ନ ପରିଚୟ ଦେବା ସହିତ ଏଥିରୁ ସେମାନେ ଭଲ ଟଙ୍କା ମଧ୍ୟ ରୋଜଗାର କରି ନେଉଛନ୍ତି । ତେବେ ଆମ ଓଡ଼ିଶାରେ ମଧ୍ୟ ଏପରି ଦୁଇ ଜଣ ୟୁଟ୍ୟୁବର ରହିଛନ୍ତି ଯେଉଁ ମାନେ ବେଶ୍ ପ୍ରସିଦ୍ଧ ।

ତେବେ ଏପରି ଦୁଇ ଜଣ ୟୁଟ୍ୟୁବର ହେଉଛନ୍ତି ମାନସ ଏବଂ ମଧୁ । ସେମାନଙ୍କର ଏକ ବ୍ଲଗ୍ ଚ୍ୟାନେଲ ରହିଛି ଯାହାର ନାମ ମାନସମଧୁବ୍ଲଗସ୍। ତେବେ ଆପଣ ଜାଣିଛନ୍ତି କି , ଏ ଦୁଇ ଜଣ ହେଉଛନ୍ତି ଭାଇ ଭଉଣୀ । ଜଣେ ଭାଇ ନିଜ ଭଉଣୀକୁ କେତେ ଯେ ଭଲ ପାଇ ପାରେ , ତାହା ଏଥିରୁ ସ୍ପଷ୍ଟ ଭାବରେ ଜାଣି ପାରିବେ । ତେବେ ନିଜର ବାସ୍ତବିକ ଜୀବନ ବିଷୟରେ ଏମାନେ କିଛି ଖୋଲା ଖୋଲି ଭାବରେ କହିଛନ୍ତି । ତାଙ୍କ ମାନସଙ୍କ କହିବା ଅନୁଯାୟୀ ଭଉଣୀ ତାଙ୍କର ଶରୀରର ଗୋଟିଏ ଅଂଶ । ଯାହାଙ୍କ ବିନା ସେ ରହିପାରିବେ ନାହିଁ ।

ସେ ତାଙ୍କ ପାଇଁ କିଛି ବି କରି ପାରନ୍ତି । ତାଙ୍କୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ସେ ରହିପାରନ୍ତି ନାହିଁ । ଆଉ ତାଙ୍କ ସହିତ ଲାଗିବା ପାଇଁ ତାଙ୍କୁ ବହୁତ ଭଲ ଲାଗିଥାଏ । ଠିକ୍ ସେହିପରି ନିଜ ଭାଇର କିଛି ଅକୁହା କଥା ବିଷୟରେ କହିଛନ୍ତି ମଧୁ । ଭାଇ ତାଙ୍କର ଖାଲି ଝିଅ ପଛରେ ଗୋଡାଇବାରେ ବ୍ୟସ୍ତ । ରାତି ରାତି ସେ ଝିଅଙ୍କ ସହିତ ଗପିଥାଆନ୍ତି । ତେବେ ଭାଇ ଭଉଣୀଙ୍କ ନୋକ ଝୋକ ଆଜି ବି ରହିଛି , ଯେତେବେଳେ କି ମଧୁଙ୍କ ବିବାହ ହୋଇ ସାରିଛି । ଆଉ ଯେତେବେଳେ ମଧୁଙ୍କ ବିବାହ ହୋଇଥିଲା , ସେତେବେଳେ ମାନସ ବହୁତ କାନ୍ଦିଥିଲେ ବୋଲି କହିଛନ୍ତି । ନିଜର ଅଂଶକୁ ନିଜ ଠାରୁ ଦୂରେଇ ସେ କିପରି ବା ବଂଚିବେ ।

ତେବେ ଏହି କଥାରେ ମଧୁ କହିଛନ୍ତି କି , ସେହି ଭଲ ପାଇବା ଆଉ ନାହିଁ । କାହିଁକି ନା ଏବେ ତାଙ୍କର ଝିଅ ହେବା ପରେ ସେ ଖାଲି ଝିଅକୁ ଦେଖିବା ପାଇଁ ତାଙ୍କ ଘରକୁ ଆସି ଯାଉଛନ୍ତି । ଆଉ ରାତି ୧୨ ଟା ୧ ବେଳେ ସେ ତାଙ୍କୁ ଭିଡିଓ କଲ୍ କରିବାରେ ଲାଗିଛନ୍ତି । ଅନ୍ୟ ପକ୍ଷରେ ୟୁଟ୍ୟୁବରେ ଯାତ୍ରା ବିଷୟରେ କହିଛନ୍ତି କି , ଯାହା ବି ସେମାନେ ୟୁଟ୍ୟୁବରେ ଭିଡିଓ କରିଥାନ୍ତି ସବୁ ପ୍ରାକୃତିକ ଅଟେ । ଆଉ ସେହି ସବୁ ଭିଡ଼ିଓ ମଧୁଙ୍କ ଅଜାଣତରେ ହୋଇଥାଏ । ଅନେକ ଭିଡିଓ ଭାଇରାଲ ହୋଇଛି ତାଙ୍କର । ଆଉ ଲୋକେ ତାଙ୍କୁ ସ୍ଵାମୀ ସ୍ତ୍ରୀ ମଧ୍ୟ କହିଥାନ୍ତି । କିନ୍ତୁ ସେମାନେ ପ୍ରକୃତରେ ଦୁଇ ଭାଇ ଭଉଣୀ ବୋଲି ସୋସିଆଲ ମିଡିଆରେ ସ୍ପଷ୍ଟ ଭାବରେ କହିଛନ୍ତି ।

Leave a Reply

Your email address will not be published. Required fields are marked *