ସିରିଏଲ୍ ପାଇଁ ମୁଁ ନୁହେଁ , ୟୁଟ୍ୟୁବରେ ନିଜର ଏକ ଭିନ୍ନ ପରିଚୟ ତିଆରି କରିଛି , ଏପରି କହିଲେ ମନ୍ମୟ ଦେ

ବର୍ତ୍ତମାନର ଓଡ଼ିଆ ଇଣ୍ଡଷ୍ଟ୍ରି ଆଗ ଅପେକ୍ଷା ପୁରାପୁରି ବଦଳି ଗଲାଣି । ଆଗରୁ ଯେଉଁ ବାସ୍ତବିକତା ଥିଲା ଆଉ ଏବେ ତାହା ନାହିଁ । ଏବେ ଅଭିନେତାର ଅଭିନୟକୁ ନିର୍ଦ୍ଦେଶକ ମାନେ ଚିହ୍ନିବା ଛାଡି ଦେଇଛନ୍ତି ଆଉ ଯେଉଁଟା ନିଜକୁ ଠିକ୍ ଲାଗୁଛି ସେମାନଙ୍କୁ ହିଁ ଚୟନ କରି ଦେଉଛନ୍ତି । ତେବେ ଏହା ଅନେକ କ୍ଷେତ୍ରରେ ଦେଖା ଯାଇଛି ଯେ ଭଲ ଭଲ ଅଭିନେତା ମାନଙ୍କୁ ସିରିଏଲ କିମ୍ବା ଚଳଚ୍ଚିତ୍ରରେ ନ ନେଇ ପୂର୍ବ ଧାର୍ଯ୍ୟ ଲୋକଙ୍କୁ ନିଆ ଯାଉଛି । ତେବେ ଏହା ଆମେ କହୁ ନାହୁଁ , ନିଜେ ଏହାକୁ ଅନୁଭବ କରିଥିବା ଜଣେ ଅଭିନେତା କହିଛନ୍ତି ।

ତେବେ ଆପଣ ସମସ୍ତେ ୟୁଟ୍ୟୁବରେ ପରିଚିତ ଜଣେ ବ୍ୟକ୍ତି ମନ୍ମୟ ଦେଙ୍କୁ ଭଲ ଭାବରେ ଜାଣିଥିବେ । ଯାହାଙ୍କ ଅଭିନୟ ଆଉ କମେଡି ପାଇଁ ସମସ୍ତେ ପାଗଳ । ସମସ୍ତେ ତାଙ୍କ ଗ୍ରୁପ୍ କୁ ବହୁତ ଭଲ ପାଇଥାନ୍ତି ଆଉ ତାଙ୍କ କମେଡି ଭିଡିଓ ଗୁଡ଼ିକୁ ବହୁତ ପସନ୍ଦ କରିଥାନ୍ତି । କେବଳ ଏତିକି ନୁହେଁ , ତାଙ୍କର ଲକ୍ଷ ଲକ୍ଷ ଫୋଲୋଅର ମଧ୍ୟ ଅଛନ୍ତି , ଯେଉଁ ମାନେ ତାଙ୍କ ଭିଡିଓ ଗୁଡ଼ିକୁ ଦେଖିବା ପାଇଁ ଅନାଇ ବସିଥାନ୍ତି । ତେବେ ଏକ ରିଆଲିଟି ଶୋ ରୁ ସେ ବିଜେତା ହୋଇ ଫେରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ କିଛି ସିରିଏଲରେ ସୁଯୋଗ ମିଳି ନାହିଁ ।

ଆଉ ଯେଉଁଠି ବି ସେ ଅଡିସନ ଦେବା ପାଇଁ ଯାଇଛନ୍ତି , ସେଠାରୁ ସେ ଲଜ୍ଜିତ ହୋଇ ଫେରିଛନ୍ତି । ତେବେ ନିଜ ଜୀବନର ସବୁଠାରୁ ଦୁଃଖଦ ମୁହୂର୍ତ୍ତ ବିଷୟରେ ସେ କହିଛନ୍ତି କି , ଏକଦା ଗୋଟିଏ ସିରିଏଲ୍ ପାଇଁ ଅଡିସନ ଦେବାକୁ ସେ ଯାଇଥିଲେ । ଆଉ ନିର୍ଦ୍ଦେଶକ ଯେପରି ଭାବରେ ତାଙ୍କୁ ଅଭିନୟ କରିବାକୁ କହିଥିଲେ ସେ କରିଥିଲେ । କିନ୍ତୁ ତାଙ୍କ ଅଭିନୟ କାହାକୁ ବି ପସନ୍ଦ ଆସି ନଥିଲା । ଆଉ ଜଣେ ଇଣ୍ଡଷ୍ଟ୍ରିରେ ଆଗରୁ ହିରୋ ଥିବା ଜଣେ ଭାଇଙ୍କୁ ନେଇ ଯାଇଥିଲେ । ତେବେ ଏହି କଥାରେ ସେ କହିଛନ୍ତି କି , ଇଣ୍ଡଷ୍ଟ୍ରିରେ ସବୁକିଛି ପୂର୍ବରୁ ନିର୍ଦ୍ଧାରିତ ହୋଇ ସାରିଥାଏ।

ତେବେ ସେଦିନ ତାଙ୍କୁ ଅନେକ ସମୟ ବସାଇ ଶେଷରେ ବାହାର କରି ଦିଆ ଯାଇଥିଲା । ଆଉ ସେଦିନ ସେ ବହୁତ କାନ୍ଦି ଥିଲେ । ତେବେ ସେହି ସମୟରେ ତାଙ୍କ ଭାଇ ତାଙ୍କୁ ଧୋର୍ୟ୍ଯ ଆଉ ସାହସ ଦେଇ କହିଥିଲେ କି , ତୋ ପାଇଁ ସେହି ଜାଗା ଠିକ୍ ନୁହେଁ । ତୁ ୟୁଟ୍ୟୁବରେ ନିଜର ଏକ ଭିନ୍ନ ପରିଚୟ ତିଆରି କରିବୁ । ଯେଉଁଠି ଲୋକେ ତୋତେ ପଚାରୁ ନାହାଁନ୍ତି , ସେଠାକୁ ଯିବା ଠିକ୍ ନୁହେଁ । ଆଉ ସେହିଦିନ ଠାରୁ ମନ୍ମୟ ମଧ୍ୟ ୟୁଟ୍ୟୁବ ଦୁନିଆଁରେ ଆଗକୁ ବଢ଼ି ଚାଲିଛନ୍ତି । କେବେ ସେ ସିରିଏଲ ଦୁନିଆଁ କଥା ଆଉ ଭାବି ନାହାଁନ୍ତି ।

Leave a Reply

Your email address will not be published. Required fields are marked *