ସିନ୍ଦୁର ବିନ୍ଦୁ ଅଭିନେତ୍ରୀ ନିଲୁଙ୍କୁ ଏଭଳି ମିଳିଥିଲା ସିରିଏଲ ଅଫର । ଟିଭିରେ ବାହାରିବା ପାଇଁ ଚୁଟି କାଟିବାକୁ ମଧ୍ୟ ହୋଇଥିଲେ ରାଜି ।

ଓଡ଼ିଶାର ପ୍ରାୟ ଘରେ ଘରେ ଲୋକେ ସିନ୍ଦୁର ବିନ୍ଦୁ ସିରିଏଲ ଏବଂ ସେହି ସିରିଏଲରେ ନିଲୁ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ ଲୋକେ ଆଜିବି ମନେ ରଖିଛନ୍ତି । ସେ ବର୍ତ୍ତମାନ ଯେଉଁ ସିରିଏଲ କିମ୍ବା ଯେଉଁ ଶୋରେ ଅଭିନୟ କରନ୍ତୁ ନା କାହିଁକି , ଲୋକେ ତାଙ୍କୁ ନିଲୁ ନାମରେ ହିଁ ମନେ ପକାନ୍ତି ଏବଂ ସେତିକି ଭଲ ପାଇବା ଏବଂ ପ୍ରଶଂସା ମଧ୍ୟ କରନ୍ତି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମୟରେ ଯେତେବେଳେ ନିଲୁଙ୍କୁ ତାଙ୍କ ଅଭିନୟ କ୍ୟାରିଅର ସଂଘର୍ଷ ବିଷୟରେ ପଚରା ଯାଇଛି ସେତେବେଳେ ସେ ଖୁବ ମଜଳିଆ ହୋଇ ଉତ୍ତର ଦେଇଛନ୍ତି । ତାଙ୍କ ବୟାନରୁ ଏହା ଭଲ ଭାବରେ ଜଣା ପଡ଼ୁଛି ଯେ ସିରିଏଲରେ ସେ ଯେଉଁଭଳି , ବାସ୍ତବ ଜୀବନରେ ମଧ୍ୟ ଖୁବ ଖୁସି ମିଜାଜର ଅଟନ୍ତି ।

ସେ ବିବାହିତା , ତଥାପି ସେ ଅଭିନୟ ଜଗତରେ ଆକ୍ଟିଭ ଅଛନ୍ତି ଏବଂ କାମ କରିବାକୁ ଖୁବ ଆଗ୍ରହୀ । ତାଙ୍କର ପ୍ରଥମ ସିରିଏଲ ଥିଲା ସିନ୍ଦୁର ବିନ୍ଦୁ । ଯେଉଁଥିରେ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା । ଲୋକେ ତାଙ୍କୁ ଧୀରେ ଧୀରେ ଜାଣିଲେ । ଆଉ ସେହି ସିରିଏଲ ଅଫର ତାଙ୍କୁ କେମିତି ମିଳିଥିଲା ସେ ବିଷୟରେ ମଧ୍ୟ ସେ ଗଣମାଧ୍ୟମରେ କହିଛନ୍ତି । ତାଙ୍କୁ ଛୋଟ ବେଳୁ ହିଁ ଅଭିନୟରେ ଖୁବ ଆଗ୍ରହ ଥିଲା । ମନରେ ଭାବିବା ସହିତ ଭଗବାନଙ୍କୁ ମଧ୍ୟ ଖୁବ ପ୍ରାର୍ଥନା କରିଥାନ୍ତି ଯେ , କୌଣସି ଛୋଟ ଚରିତ୍ର ହେଲେ ବି ସେ ଅଭିନୟ କରିବାକୁ ପ୍ରସ୍ତୁତ କିନ୍ତୁ ସେ ଟିଭିରୀ ବାହାରିବାକୁ ଚାହୁଁଛନ୍ତି ।

ଏମିତି ମନରେ ଭାବୁ ଭାବୁ ଭଦ୍ରକ ଆଗରପଡ଼ାର ଝିଅକୁ ଅଫର ଆସିଥିଲା । ଭଦ୍ରକରୁ ଅନେକ ସ୍ୱପ୍ନ ନେଇ ଯାଇଥିଲେ ଭୁବନେଶ୍ୱର । ସେତେବେଳେ ସେ ଭାବି ନଥିଲେ ଯେ ତାଙ୍କ ଭାଗ୍ୟରେ ଏକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ଅଛି । କିନ୍ତୁ ସେଥିପାଇଁ ତାଙ୍କୁ ଚୁଟି କାଟିବାକୁ ପଡ଼ିଥିଲା । ଆଉ ସେ କହନ୍ତି ଯେ ତାଙ୍କୁ ଏଥିପାଇଁ ଆଦୋୖ କଷ୍ଟ ହୋଇ ନଥିଲା ।

ନିଲୁ ଭୂମିକାରେ ଏକ ଟମ ବୟ ଭାବରେ ସେ ବେଶ ଲୋକଙ୍କ ହୃଦୟ ଜିତିଥିଲେ । ସେ କହିଛନ୍ତି ଯେ ତାଙ୍କ ବାପା ଘର ପରିବାର ଏବଂ ଶାଶୁ ଘର ପରିବାରର ସମସ୍ତେ ତାଙ୍କୁ ଏହି ଅଭିନୟ କ୍ୟାରିଅର ପାଇଁ ଖୁବ ସପୋର୍ଟ କରନ୍ତି । ଆଉ ଯେଉଁ କାରଣରୁ ସେ ଏବେବି କାମ କରୁଛନ୍ତି । ଆଉ ଯଦି ତାଙ୍କୁ ଆଉ ଭଲ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳେ ତେବେ ସେ ଲୋକଙ୍କ ମନରଞ୍ଜନ କରାଇବା ପାଇଁ ଅଭିନୟ ନିଶ୍ଚୟ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *