ପରୀକ୍ଷା ହଲରେ ପ୍ରେମିକା ବେଶରେ ପ୍ରେମିକ । ଚୁଡ଼ି ଚୁଡ଼ିଦାର ପିନ୍ଧି ପ୍ରେମିକା ଭଳି ଦେଲା ପରୀକ୍ଷା ।

ପରୀକ୍ଷା ହୋଲରେ ପ୍ରେମିକା ବେଶରେ ପ୍ରେମିକା । ଚୁଡ଼ି ଏବଂ ଚୁଡ଼ି ଦାର ପିନ୍ଧି ସମ୍ପୂର୍ଣ୍ଣ ଝିଅ ବେଶରେ ପରୀକ୍ଷା ଦେଲେ ପ୍ରେମିକ । ଯାହା ଦେଖି ଅଧ୍ୟାପକ ବେହୋସ ହୋଇଗଲେ । ” ପ୍ୟାର ପାଇଁ କୁଛ ଭି କରେଗା ” ଏହି ଲାଇନକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ପ୍ରେମିକ । ଆଉ ଏଭଳି କିଛି କରି ଦେଖାଇଛନ୍ତି ଯାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜ୍ଞା ହଁ ! ଜଣେ ପ୍ରେମିକ ନିଜ ପ୍ରେମିକାର ରୂପ ନେଇ ପ୍ରମିକାକୁ ପାସ କରାଇବା ଚକ୍କରରେ ପରୀକ୍ଷା ହୋଲରେ ଯାଇ ପରୀକ୍ଷା ଦେଇଛି । କିନ୍ତୁ ସବୁ ମିଛ ଧରା ପଡ଼ି ଯାଇଛି । ପ୍ରେମିକାଙ୍କ ପୁଅ ବେଶ ବେଶ ଧରା ପଡ଼ିଗଲା । ଏଭଳି କିଛି ମଜାଦାର ଘଟଣା ପଞ୍ଜାବ ଫରିଦ୍ କୋର୍ଟରେ ଦେଖିବାକୁ ମିଳିଛି । ଆପଣ ମାନେ ଏକ ଭାଇରଲ ଫୋଟ ଯେଉଁଥିରେ ଏକ ଭୋଟର କାର୍ଡ଼ ଏବଂ ଜଣେ ମହିଳାଙ୍କ ଫୋଟ ନଜର ଆସୁଛି , ତାହା ବାସ୍ତବରେ ଜଣେ ମହିଳାଙ୍କ ଫୋଟ ନୁହେଁ ।

ହୁଏତ ଫୋଟରେ ପୁରାପୁରି ମହିଳା ଦେଖାଯାଇ ପାରନ୍ତି । କିନ୍ତୁ ତାହା ସତ ନୁହେଁ । ଭୋଟର କାର୍ଡ଼ ଠାରୁ ଆଇ କାର୍ଡ଼ ସବୁକିଛି ଫେକ ଅଟେ । ପ୍ରେମିକାର ଫୋଟ ସ୍ଥାନରେ ନିଜର ଅର୍ଦ୍ଧାଙ୍ଗିନୀ ବେଶର ଫୋଟ ରହିଛି । ପ୍ରେମିକାଙ୍କୁ ପରୀକ୍ଷାରେ ପାସ କରାଇ ଦେବା ପାଇଁ ପ୍ରେମିକ ଜଣକ ପରୀକ୍ଷା ଖାତାରେ ଲେଖିବାକୁ ଆସିଥିଲା । ଯାହାକି ପ୍ରେମିକ ପାଇଁ ମହଙ୍ଗା ପ୍ରମାଣିତ ହୋଇଛି ।

ସୂଚନା ଅନୁଯାୟୀ ପ୍ରେମିକର ନାମ ହେଉଛି ଅଂଗ୍ରେଜ ସିଂହ ଏବଂ ପ୍ରେମିକାର ନାମ ହେଉଛି ପରମଜିତ କୌର । ଗତ ଜାନୁଆରୀ ୭ ତାରିଖରେ କୋଟପୁରା DAV ପବ୍ଲିକ ସ୍କୁଲରେ ବାବା ଫରିଦ୍ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଲ୍ଟି ପରପୋଜ୍ ହେଲଥ ୱାର୍କରସ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା ।

ଏହି ପରୀକ୍ଷାରେ ଅଂଗ୍ରେଜ ସିଂହ ନିଜ ପ୍ରେମିକା ପରମଜିତ କୌରଙ୍କ ବେଶରେ ସଜେଇ ହୋଇ ପହଞ୍ଚି ଯାଇଥିଲେ । ଏମିତିକି ଅଂଗ୍ରେଜ ନିଜକୁ ପରମଜିତ କୌର ପ୍ରମାଣିତ କରିବା ପାଇଁ ନକଲି ଭୋଟର ପରିଚୟ ପତ୍ର ସହିତ ନକଲି ଆଧାର କାର୍ଡ଼ ମଧ୍ୟ ତିଆରି କରିଥିଲେ । କିନ୍ତୁ ସବୁ ଖେଳ ବାୟୋମ୍ୟାଟ୍ରିକରେ ଧରା ପଡ଼ିଗଲା । ଏକ ଘଣ୍ଟା ପରୀକ୍ଷା ଦେବା ପରେ ଯେତେବେଳେ ଘରକୁ ଯିବାକୁ ବାହାରି ଥିଲେ ସେତେବେଳେ ଅଂଗ୍ରେଜଙ୍କ ହାବଭାବ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଠିକ ଲାଗି ନଥିଲା ।

ଯାହାପରେ ବାୟୋମ୍ୟାଟ୍ରିକରେ ଯାଞ୍ଚ କରିବା ପରେ ସବୁ ସତ ଧରା ପଡ଼ି ଯାଇଥିଲା । ସେପଟେ ଅଂଗ୍ରେଜ ସିଂହଙ୍କୁ ପୋଲିସ ହାତରେ ଦିଆଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବାବା ଫରିଦ୍ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଅଂଗ୍ରେଜ ସିଂହଙ୍କ ପ୍ରେମିକା ପରମଜିତ କୌରଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି ।

Leave a Reply

Your email address will not be published. Required fields are marked *