ବିବାହର ୧୭ ଦିନ ପରେ ଜ୍ୱାଇଁ ମୁଣ୍ଡରେ ବ-ନ୍ଧୁକ ଲଗାଇ ଝିଅକୁ ଉଠାଇ ନେଲା ଶ୍ବଶୁର । ଆଉ ତାପରେ …..

ବିବାହ ପରେ ସ୍ବାମୀ ସ୍ତ୍ରୀର ପରସ୍ପର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଥାଏ । ଆଉ ଯଦି ପରିବାରର ବିନା ସମ୍ମତିରେ ବିବାହ କରନ୍ତି ତେବେ ଉଭୟେ ପରିଣତ ବୟସର ହୋଇଥିବା ଆବଶ୍ୟକ । କିନ୍ତୁ ତଥାପି ଅନେକ ସମୟରେ ଏଭଳି ଘ-ଟଣା ଦେଖିବାକୁ ମିଳେ ଯେ ପରିବାର ସଦସ୍ୟ ସମସ୍ୟା ସୃଷ୍ଟି କରନ୍ତି । ଆଉ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃ-ଖଦ ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଯେଉଁଠି ଶ୍ୱଶୁର ଜ୍ୱାଇଁଙ୍କ ମୁଣ୍ଡରେ ବ-ନ୍ଧୁକ ଦେଖାଇ ନିଜ ଝିଅକୁ ଉଠାଇ ନେଇ ଯାଇଛି । ଯେଉଁ କାରଣରୁ ଜ୍ୱାଇଁ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ନିଜ ଶ୍ୱଶୁର ଏବଂ ପରିବାର ଲୋକ ବିରୋ-ଧରେ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ।

କହିରଖିବୁ ଯେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟେ ପରସ୍ପରକୁ ଗତ ଦୁଇବ ବର୍ଷ ହେବ ଭଲ ପାଉଥିଲେ । ଆଉ ନିଜ ପ୍ରେମ ବିଷୟରେ ଘରେ ମଧ୍ୟ ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଉଭୟ ପରିବାର ଲୋକେ ପ୍ରସ୍ତାବରେ ରାଜି ହୋଇ ନଥିଲେ । ଯେଉଁ କାରଣରୁ ସେମାନେ ଘରୁ ପଳାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଯୁବକ ଏବଂ ଯୁବତୀ ସାଲେପୁର ଜୁଡିସିଆଲ କୋର୍ଟରେ ଗତ ନଭେମ୍ବର ୯ ତାରିଖରେ ବିବାହ କରିଥିଲେ । ଖାଲି ସେତିକି ନୁହେଁ , ଉଭୟେ କୁଳିଆ ମଠ ଟ୍ରଷ୍ଟରେ ମଧ୍ୟ ବିବାହ କରିଥିବା କହିଛନ୍ତି । ଯୁବତୀଙ୍କ ଘର ମଞ୍ଚେଶ୍ୱର ଥା-ନା ଅଧୀନରେ ଯାଉଥିବା ବେଳେ , ଯୁବକଙ୍କ ଗାଁ ଡେରାଭିସ ଥା-ନା ଅଧୀନରେ ଯାଏ । ତେବେ ଉଭୟେ ବିବାହ କରି ଅଲଗା ରହୁଥିଲେ ।

କିନ୍ତୁ ଉଭୟ ପରିବାର ଲୋକେ ଥାନାରେ ମିଶିଙ୍ଗ କମ୍ପ୍ଲେନ ଦେବାରୁ ଦୁହେଁ ଗତ ନଭେମ୍ବର ୨୨ ତାରିଖରେ ସରେଣ୍ଡର କରିଥିଲେ । ମାତ୍ର ଗତ ୨୩ ତାରିଖ ଦିନ ତାଙ୍କ ଶ୍ୱଶୁର କିଛି ଗୁଣ୍ଡାଙ୍କୁ ସାଥିରେ ଆଣି ଜ୍ୱାଇଁ ମୁଣ୍ଡରେ ବ-ନ୍ଧୁକ ଦେଖାଇ ଏବଂ ଅନ୍ୟ ମାର-ଣାସ୍ତ୍ର ଦେଖାଇ ଧ-ମକ ଦେବା ସହିତ ଝିଅକୁ ଜୋର ଜବ-ରଦସ୍ତ ଉଠାଇ ନେଇ ଯାଇଥିବା କହିଛନ୍ତି ଜ୍ୱାଇଁ । ଏହାବ୍ୟତୀତ ସେ କହିଛନ୍ତି ଯେ ଯୁବତୀଙ୍କ ମଥାରୁ ସିନ୍ଦୁର ପୋଛିବା ସହିତ ହାତରୁ ଶଙ୍ଖା ମଧ୍ୟ ଭାଙ୍ଗି ଦେଇଥିଲେ । ତେବେ ବର୍ତ୍ତମାନ ଯୁବକ ଜଣକ ଥା-ନାରେ ଲିଖିତ ଅଭି-ଯୋଗ କରିବା ସତ୍ତ୍ୱେ ଥା-ନା ଅଧିକାରୀ କୌଣସି କାର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁ ନଥିବା କହିଛନ୍ତି ଏବଂ ନ୍ୟା-ୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *