ବାହାରେ ରୋଗୀ କବାଟ ବାଡ଼ଉଛି , କିନ୍ତୁ ଭିତରେ ଡାକ୍ତର ଏବଂ ନର୍ସ ଦିଦି ଶୋଇଛନ୍ତି । ଯାହାକୁ ନେଇ ଭାଇରଲ ହେଲା ଭିଡ଼ିଓ ।

ଡାକ୍ତର ମାନଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ ଏବଂ ଡାକ୍ତର ଏବଂ ନର୍ସ ମାନେ ସବୁବେଳେ ରୋଗୀ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥାନ୍ତି । ଏହାବ୍ୟତୀତ ରାଜ୍ୟରେ ଡାକ୍ତର ଏବଂ ନର୍ସଙ୍କ ଡ୍ୟୁଟିକୁ ନେଇ କିଛି ନିୟମ ମଧ୍ୟ ରହିଛି । ଯାହାକୁ ସବୁ ଡାକ୍ତର ଏବଂ ନର୍ସ ମାନିବା ମଧ୍ୟ ଉଚିତ । କିନ୍ତୁ ଅନେକ ସମୟରେ ଭିଡ଼ିଓ ଏମିତି ଭାଇରଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ।

ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଏବଂ ନର୍ସ କାର୍ଯ୍ୟରତ ଥିବା ସମୟରେ ହିଁ ଉଭୟେ କବାଟ ବନ୍ଦ କରି ଭିତରେ ଶୋଇଥିଲେ । ଆଉ ଏପଟେ ବାହାରେ ରୋଗୀ ଯେତେ କବାଟ ବାଡ଼େଇଲେ ମଧ୍ୟ ଭିତରୁ କିଛିବି ଉତ୍ତର ଆସି ନଥିଲା ।

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟି ଯାଇଛି । ଏଠାରେ ଡାକ୍ତରଖାନା ଭିତରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ରୋଗୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାକୁ ବିରୋଧ କରିବାରୁ ରୋଗୀଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି ନର୍ସ ଦିଦି । ତେବେ ସେହି ସମୟରେ ଭିଡ଼ିଓ ଉତ୍ତୋଳନ କରିଥିବା ଜଣେ ଯୁବକ ମିଡ଼ିଆ ସାମ୍ନାରେ କହିଛନ୍ତି ଯେ , ଗତ ୧୫ ତାରିଖ ଦିନେ ଯୁବକ ଜଣକ ରୋଗୀ ନେଇ ଡାକ୍ତରଖାନାକୁ ଯାଇଥିଲେ । ଆଉ ହସ୍ପିଟାଲ ଯାଇ ଯେତେବେଳେ ଦେଖିଲେ ଡାକ୍ତରଖାନାରେ ଉଭୟ ଡାକ୍ତର ଏବଂ ନର୍ସ ନିଜ କବାଟ ବନ୍ଦ କରି ଶୋଇଥିଲେ ।

ଡାକ୍ତରଙ୍କୁ ଡାକିବା ପରେ ଡାକ୍ତର ଉଠିଥିଲେ ମାତ୍ର ନର୍ସ ଉଠି ନଥିଲେ । ଯେଉଁ କାରଣରୁ ଯୁବକ ଜଣକ ଏକ ଭିଡ଼ିଓ ବନାଇ ଥିଲେ । ତେବେ ନର୍ସ ଜଣକ ଉତ୍ୟକ୍ତ ହୋଇ ଯୁବକଙ୍କୁ ଏଣୁତେଣୁ ମଧ୍ୟ କହିବାରେ ଲାଗିଥିଲେ । ଭିଡ଼ିଓ କରିବାର ଆଗାମୀ ଦିନ ନର୍ସଙ୍କ ପରିବାର ଲୋକେ ଯୁବକ ଜଣଙ୍କୁ ଧମକ ଦେଇଥିଲେ ଯେ ଭିଡ଼ିଓ ଭାଇରଲ କଲେ ଯୁବକଙ୍କ ସହିତ ଗଣ୍ଡଗୋଳ ହେବ ।

ଗୋପବନ୍ଧୁ ସେବା ସଂଘର ଦିଲ୍ଲୀପ ରଞ୍ଜନ ପାଳ , ଆଶିଷ ମଲ୍ଲିକ ଏବଂ ଅନ୍ୟ ସଦସ୍ୟ ମାନେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଚିକିତ୍ସା ପାଇଁ ଆସିଥିଲେ । ମାତ୍ର ଡ୍ୟୁଟିରେ ଥିବା ନର୍ସ ଦିଦି ଡ୍ୟୁଟି ସମୟରେ ଭିତରୁ କବାଟ ଦେଇ ଶୋଇଥିଲେ । ଏହାବ୍ୟତୀତ ୩୦ ତାରିଖରେ ଡାକ୍ତର ନର୍ସ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଧାରଣାରେ ବସିଥିଲେ ଏବଂ ପରେ ରାଜନଗର ବିଦ୍ଯାୟକଙ୍କ ବୁଝା ସୁଝା ପରେ ଧାରଣାରୁ ହଟିଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *