ୟୁଟ୍ୟୁବରେ କମାଲ କରୁଛନ୍ତି ଶାଶୁ ବୋହୂ , ବୋହୂ କହିଲେ କେମିତି ହୋଇଥିଲା ଆରମ୍ଭ

ବର୍ତ୍ତମାନ ସମୟରେ ଘରେ ଘରେ ସମସ୍ତଙ୍କର ୟୁଟ୍ୟୁବ ଚ୍ୟାନେଲ ରହିଛି । ସମସ୍ତେ ପ୍ରାୟତଃ ବ୍ଲଗ୍ କରିବାରେ ଲାଗିଛନ୍ତି ଆଉ ସମସ୍ତେ ନିଜର କିଛି ନା କିଛି ଟ୍ୟାଲେଣ୍ଟ ୟୁଟ୍ୟୁବରେ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଦୁଇ ଜଣଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କୁ ବର୍ତ୍ତମାନ ସମୟରେ ଘରେ ଘରେ ସମସ୍ତେ ଜାଣି ସାରିଥିବେ । ତେବେ ଗଣମାଧ୍ୟମ ଆଗରେ ସେ ନିଜ ମନର କଥା କହିବା ସହିତ ନିଜ ଶାଶୁଙ୍କର ମଧ୍ୟ ପ୍ରଶଂସା କରିବାରେ ଲାଗିଛନ୍ତି ।

ତେବେ ଆପଣଙ୍କୁ କହିରଖୁଛୁ ଯେ , ସେ ହେଉଛନ୍ତି ଦୀପାଞ୍ଜଳୀ । ୟୁଟ୍ୟୁବରେ ଆପଣ ଦୀପାଞ୍ଜଳି ବ୍ଲଗ୍ ଜାଣିଥିବେ । ନିଜ ଶାଶୁ ସହିତ ଅନେକ ଭିଡିଓ କରି ସେ ପରିଚିତ ହୋଇଛନ୍ତି । ଅନେକ ସମୟରେ ୟୁଟ୍ୟୁବରେ ଶାଶୁ ବୋହୂଙ୍କ ମଜାଦାର ଭିଡିଓ ଆସିଥାଏ । ଯାହାକୁ ଦେଖିବା ପରେ ଦର୍ଶକ ମାନେ ପେଟ ଧରି ହସିଥାନ୍ତି । କିନ୍ତୁ ଏଥର ଦୀପାଞ୍ଜଳୀଙ୍କ ସହିତ ତାଙ୍କ ଶାଶୁଙ୍କୁ ନୁହେଁ , ସ୍ବାମୀଙ୍କୁ ଦେଖିବାକୁ ମିଳିଛି । ଯାହାଙ୍କର ମଧ୍ୟ ଏକ କମେଡି ଚ୍ୟାନେଲ ଦିବ୍ୟ କମେଡି ରହିଛି । ସ୍ଵାମୀ ସ୍ତ୍ରୀ ଉଭୟ ବେଶ୍ ପରିଚିତ । ଅନେକ ଆଲବମ୍ ଭିଡିଓ ମଧ୍ୟ ସେମାନେ କରି ସାରିଛନ୍ତି ।

ଆଉ ଦର୍ଶକ ମାନଙ୍କ ଭଲ ପାଇବା ସେମାନେ ସାଉଁଟି ଚାଲିଛନ୍ତି । ତେବେ ଆଲବମ୍ ସୁଟିଂ ସମୟର କିଛି ମଜାଦାର ମୁହୂର୍ତ୍ତ ବିଷୟରେ ଦିବ୍ୟ କହିଛନ୍ତି କି , ସେ ଟିକିଏ ଲାଜକୁଳା ଯେଉଁଥି ପାଇଁ ସେ ଭିଡିଓ କରିବା ସମୟରେ ନିଜ ସ୍ତ୍ରୀଙ୍କ କାନ୍ଧରେ ହାତ ପକାଉ ନଥିଲେ । ଯାହା ପରେ ଡାଇରେକ୍ଟର କହିଥିଲେ ଆରେ ଦିବ୍ୟ ଇଏ ତ ନିଜ ସ୍ତ୍ରୀ ନା ନାହିଁ । ଏହାପରେ ସେ ବହୁତ ହସିଥିଲେ । ତେବେ ଖାଲି ଏତିକି ନୁହେଁ , ବିବାହ ପରର କିଛି ମଜାଳିଆ କଥା ସେ କହିଛନ୍ତି । ଚତୁର୍ଥୀ ପୂର୍ବରୁ ସ୍ଵାମୀ ସ୍ତ୍ରୀ ଅଲଗା ଶୋଇଥାନ୍ତି ।

ସେମାନେ ମଧ୍ୟ ଅଲଗା ରହୁଥିବା ସମୟରେ ନିଜ ସାନ ଭାଇ ହାତରେ ଗୋଟିଏ ଛୋଟ ଫୋନ୍ ଦୀପାଞ୍ଜଳୀଙ୍କୁ ପଠାଇ ଥିଲେ ସେ ଆଉ ତା ମାଧ୍ୟମରେ କଥାବାର୍ତ୍ତା କରୁଥିଲେ। ଶେଷରେ ନିଜ ୟୁଟ୍ୟୁବ ବିଷୟରେ ସେମାନେ କହିଛନ୍ତି କି , ସେମାନଙ୍କୁ ଅଶେଷ ଭଲ ପାଇବା ଦେଉଥିବାରୁ ସେମାନେ ରୁଣୀ ହୋଇ ରହିବେ । ଆଗକୁ ଏପରି ଭଲ ପାଇବା ବଜାୟ ରଖନ୍ତୁ । ଅନ୍ୟ ପକ୍ଷରେ ଦୀପାଞ୍ଜଳୀ କହିଛନ୍ତି କି , ଆଗକୁ ସେ ଶାଶୁଙ୍କ ସହିତ ନିଶ୍ଚିତ ଭାବରେ କ୍ୟାମେରା ଆଗକୁ ଆସିବେ ।

Leave a Reply

Your email address will not be published. Required fields are marked *