ଖୁଦୁରୁକୁଣୀ ଓଷା ସାଜିଲା କାଳ , ସାପ କାମୁ-ଡ଼ାରେ ଚାଲିଗଲା କୁନି ଝିଅର ଜୀବନ

କିଏ ଜାଣିଥିଲା ଏମିତି ହେବ । ହଠାତ୍ ଗାଆଁରେ ଏତେ ବଡ ଅଘ-ଟଣ ଘଟିଯିବ । ଗାଁରେ ଖୁସିର ମୁହୂର୍ତ୍ତ ଥିବା ବେଳେ ହଠାତ୍ ଯେମିତି କେହି ନଜର ପକାଇ ଦେଲା ଆଉ ଖୁସି ଉଭାଇ ଯାଇ ସାଙ୍ଗେ ସାଙ୍ଗେ ଦୁଃ-ଖ ଆସି ପହଞ୍ଚି ଗଲା । ତେବେ ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏପରି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରେ ମଧ୍ୟ ଆଣିଦେବ ଲୁହ । କୁନି ଝିଅଟିଏ ଯାହାକୁ ପୁରା ଗାଆଁ ଭଲ ପାଉଥିଲା , ସେ ସମସ୍ତଙ୍କୁ ଛାଡି ଆର ପାରୀକୁ ଚାଲିଗଲା ଆଉ ତାକୁ କେହି ପାଇବେ ନାହିଁ । ଆଉ ସେ ସମସ୍ତଙ୍କ ଆଖିରେ ଆଣି ଦେଲା ଲୁହ ।

ତେବେ ସୂଚନା ଅନୁସାରେ , ଗୋଟିଏ ୧୭ ବର୍ଷର ଝିଅର ମୃ-ତ୍ୟୁ ପରେ ପୁରା ଗାଆଁ ଭାଙ୍ଗି ପଡ଼ିଛି । ସମସ୍ତଙ୍କ ଆଖିରେ ଲୁ-ହ ଭରି ଯାଇଛି । କହିରଖୁଛୁ ଯେ , ନିଆଳି ଥାନା ଅନ୍ତର୍ଗତ ଅଁଳ ପଞ୍ଚାୟତ ସୁଜନଗର ପାଟଣା ଗାଆଁର ଛବିନ୍ଦ୍ର ସାହୁଙ୍କ ଝିଅ ସୁମିତ୍ରା ସାହୁ । ବୟସ ମାତ୍ର ୧୭ ବର୍ଷ । ଗାଆଁର ସମସ୍ତଙ୍କ ପ୍ରିୟ ସେ । ସମସ୍ତଙ୍କ ସହିତ ତାର ବେଶ୍ ପଡ଼ିଥାଏ । ନାଚ ଗୀତରେ ସେ ବେଶ୍ ଆଗୁଆ ଆଉ ସୋସିଆଲ ମିଡିଆରେ ମଧ୍ୟ ଅନେକ ଭିଡିଓ କରିଥାଏ । କିନ୍ତୁ ହଠାତ୍ ତାର ଏମିତି ହୋଇଯିବ ବୋଲି କିଏ ବା ଜାଣିଥିଲା । ନିମିଷକ ମଧ୍ୟରେ ସବୁକିଛି ବଦଳି ଯାଇଥିଲା ।

ତେବେ ସେଦିନ ଥିଲା ରବିବାର ଆଉ ଖୁଦୁରୁକୁଣୀ ଓଷା । ସମସ୍ତେ ଓଷା କରିବା ପାଇଁ ରାତିରୁ ଉଠି ବୁଦା ମଧ୍ୟରେ ପଶି ଫୁଲ ତୋଳିବା ପାଇଁ ଲାଗିଥିଲେ । ଆଉ ଏହା ସହିତ ସୁମିତ୍ରା ମଧ୍ୟ ଯାଇଥିଲା ଫୁଲ ତୋଳିବା ପାଇଁ । ତେବେ ସବୁ ଠିକ୍ ଠାକ୍ ରେ ହୋଇଥିଲା । ସୁମିତ୍ରା ଫୁଲ ତୋଳି ଘରକୁ ଫେରିଥିଲା ଆଉ ଓଷା ମଧ୍ୟ କରିଥିଲା । ସାଙ୍ଗ ସାଥି ମାନଙ୍କ ମିଶି ଖାଇ ପିଇ ସାରି ଘରକୁ ଫେରିଥିଲା । କିନ୍ତୁ ସେଦିନ ରାତିରେ ସେ ଜମା ବି ଶୋଇ ପାରି ନଥିଲା । ତାର ଦେହ ମୁଣ୍ଡ ବୁଲାଇ ଦେଇଥିଲା ଆଉ ତାଙ୍କୁ ବାନ୍ତି ଲାଗୁଥିଲା ।

ଏପରିକି ତାଙ୍କ ଦେହ ଧୀରେ ଧୀରେ ନୀଳ ପଡ଼ି ଯାଉଥିଲା । ଆଉ ଝିଅର ଏପରି ଅବସ୍ଥା ଦେଖି ପରିବାର ଲୋକ ସକାଳକୁ ଅପେକ୍ଷା ନ କରି ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାରେ ଯାଇ ପହଞ୍ଚି ଥିଲେ । ଆଉ ଡାକ୍ତର ଝିଅକୁ ସାପ କା-ମୁଡି ଥିବା କଥା କହିଥିଲେ । ତେବେ କେଇଟା ମୁହୂର୍ତ୍ତ ମଧ୍ୟରେ ଚାଲି ଯାଇଥିଲା ଝିଅର ଜୀବନ । ଯାହା ପୁରା ଗାଆଁରେ ଶୋ-କର ଛାୟା ଖେଳି ଯାଇଥିଲା । ଗାଆଁ ଯାକ ଲୋକ ଭା-ଙ୍ଗି ପଡିଥିଲେ ଆଉ ସମସ୍ତଙ୍କ ଆଖିରେ ଥିଲା ଲୁ-ହ । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସୁମିତ୍ରାଙ୍କ ବାପା ଝିଅର ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଆଉ ମୁଣ୍ଡ ବାଡେଇ କାନ୍ଦି-ବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *