ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣଙ୍କୁ ବିବାହ କଲା ସ୍ଵାମୀ , ପ୍ରଥମ ସ୍ତ୍ରୀ କା-ନ୍ଦି କା-ନ୍ଦି ବାପ ଘରକୁ ଫେରାଇ ନେଲା ସବୁ ଯୌ-ତୁକ

ବାହା ହୋଇଥିଲେ ଆଉ ଶାଶୁ ଘରକୁ ଆସିଥିଲେ । ଆଖିରେ ନେଇ ଆସିଥିଲେ ଆଖିଏ ସ୍ବପ୍ନ । ବିବାହ କରି ସାରା ଜୀବନ ଖୁସିରେ ରହିବେ ବୋଲି ଭାବି ନେଇଥିଲେ ଆଉ ସେଥିପାଇଁ ତ ନିଜ ଶାଶୁ ଘର ଲୋକଙ୍କୁ ନିଜର କରି ନେଇଥିଲେ । ସେମାନଙ୍କ ସବୁ ପସନ୍ଦ ଆଉ ନା ପସନ୍ଦ ବୁଝି ନେଇଥିଲେ । ସେମାନଙ୍କ ସବୁ ସୁଖ ଦୁଃ-ଖରେ ଦେଉଥିଲେ ସାଥ । କିନ୍ତୁ କଣ ହେଲା ଶେଷରେ ସବୁକିଛି ଓଲଟା ପାଲଟା ହୋଇଗଲା । ଆଖିରେ ନେଇ ଆସିଥିବା ଆଖିଏ ସ୍ବପ୍ନ ଅଧାରେ ରହିଗଲା । ଆଉ ଶେଷରେ ସ୍ଵାମୀ ଠାରୁ ଧୋ-କା ପାଇ ନିଜ ବାପ ଘରକୁ ଫେରି ଚାଲି ଗଲେ ସ୍ତ୍ରୀ ।

କେବଳ ଏତିକି ନୁହେଁ , ସେ ନିଜେ ଫେରିବା ସହିତ ନିଜ ସହିତ ନେଇ ଗଲେ ବାପାଙ୍କ ଦେଇଥିବା ଲକ୍ଷ ଲକ୍ଷ ଟଙ୍କାର ଯୌ-ତୁକ । ତେବେ ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲା ଥା-ନା ଅଞ୍ଚଳରେ । ଏହି ଅଞ୍ଚଳର ରଞ୍ଜିତା ପ୍ରଧାନ ସାତ ବର୍ଷ ପୂର୍ବରୁ ସେହି ଅଞ୍ଚଳର ସୂର୍ଯ୍ୟ ନାରାୟଣ ପ୍ରଧାନଙ୍କୁ ବିବାହ କରିଥିଲେ । ଭଲ ପୁଅ ଦେଖି ବାପା ବିବାହ କରାଇ ଦେଇଥିଲେ । ଝିଅ ଖୁସିରେ ରହିବ , ସେଥିପାଇଁ ବାପା ଝିଅକୁ ଲକ୍ଷ ଲକ୍ଷ ଟଙ୍କାର ଯୌ-ତୁକ ଦେଇ ପଠାଇ ଥିଲେ ।

ତେବେ ବିବାହର ଗୋଟିଏ ବର୍ଷ ପୂର୍ବରୁ ରଞ୍ଜିତା ଆଉ ସୂର୍ଯ୍ୟଙ୍କର ଗୋଟିଏ ପୁଅ ମଧ୍ୟ ହୋଇଥିଲା । କିନ୍ତୁ ହଠାତ୍ ସବୁକିଛି ବଦଳି ଯାଇଥିଲା । କଣ ଏମିତି ହୋଇଥିଲା କେଜାଣି ସୂର୍ଯ୍ୟ ବଦଳି ଯାଇଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ଝ-ଗଡା ହେବା ଆରମ୍ଭ ହୋଇଥିଲା । ତେବେ ଏହା ପରେ ରଞ୍ଜିତା ରା-ଗି ଯାଇ ନିଜ ବାପ ଘରକୁ ପଳାଇ ଯାଇଥିଲେ । ସେଠାରେ ନିଜ ପରିବାର ଲୋକଙ୍କ ସହିତ ରହିଥିଲେ । କିନ୍ତୁ ମଝିରେ ଥରେ ଶୁଣିବାକୁ ପାଇଥିଲେ କି , ତାଙ୍କ ସ୍ଵାମୀ ଆଉ ଜଣଙ୍କୁ ବିବାହ କରି ନେଇଛନ୍ତି ।

ଏହାପରେ ଶାଶୁ ଘର ଫେରି ଦେଖିଲା ବେଳକୁ ସ୍ଵାମୀ ଆଉ ଜଣଙ୍କୁ ବିବାହ କରି ଖୁସିରେ ଅଛନ୍ତି । ଏହାପରେ ସେ କାନ୍ଦି କାନ୍ଦି ନିଜ ସ୍ଵାମୀଙ୍କ ଠାରୁ ଦୂରେଇ ଯାଇଥିଲେ । ଆଉ ବାପ ଘରକୁ ଫେରିବା ସହିତ ସେ ସାଥିରେ ନେଇ ଯାଇଥିଲେ ନିଜ ଆଣିଥିବା ସବୁ ଯୌତୁକ । ସ୍ବାମୀଙ୍କୁ ଛାଡିବାର ଇଚ୍ଛା ତାଙ୍କ ମନରେ ନଥିଲା ଆଉ ସେଥିପାଇଁ ସେ ଦୁଇ ଆଖିରୁ ବୁହାଇ ଚାଲିଥିଲେ ଧାର ଧାର ଲୁହ । ଯେଉଁଟା ତାଙ୍କ ଲୁ-ହ କହି ଦେଉଥିଲା କି ତାଙ୍କୁ ତାଙ୍କ ସ୍ବାମୀଙ୍କୁ ଛାଡିବାର ଆଦୌ ଇଚ୍ଛା ନାହିଁ ।

Leave a Reply

Your email address will not be published. Required fields are marked *