ସାନ ପୁଅ ମୋତେ ବାଡଉଛି , କା-ନ୍ଦି କା-ନ୍ଦି କହିଲେ ଅସହାୟ ବାପା

ଜଣେ ଅସହାୟ ବାପାର ଏ ହେଉଛି କରୁଣ ଚି-ତ୍କାର । ପାଟି କରି କରୁ କହୁଛି ମୋ ପୁଅ ମୋତେ ବାଡଉଛି ଆଉ ତାହା ପୁଣି ଜାଗା ପାଇଁ । ଏ ମଣିଷ ସମାଜ କେତେ ଯେ ତଳକୁ ଖସି ଯାଇଛି ତାହାର ଏକ ସ୍ପଷ୍ଟ ଉଦାହରଣ ହୋଇ ଛିଡା ହୋଇଛି ଏପରି ଏକ କାହାଣୀ । କିଛି ସମ୍ପତ୍ତି , ଜମି ଆଉ ଜାଗା ପାଇଁ ନିଜ ଜନ୍ମ କରିଥିବା ବାପକୁ ମଧ୍ୟ ଭୁଲି ଯାଉଛି ପୁଅ । ଭୁଲି ଯାଉଛି କେତେ କଷ୍ଟ କରି ତାକୁ ବଡ ମଣିଷ କରିଥିବା ବାପାର ଆତୁର ଚି-ତ୍କାର । ସେଦିନ ନିଜେ ନ ଖାଇ ବାପା ତାକୁ ଖାଇବାକୁ ଦେଇଥିଲା । ସେ ଭୁଲି ଗଲା ସବୁ କଥା ଆଉ ବାପାର ସବୁ ଭଲ ପାଇବା ।

ତେବେ ଏପରି କିଛି କଥା ବଖାଣିଛନ୍ତି ଜଣେ ବାପା । କିଛି ଉପାୟ ନ ପାଇ ଅନେକ ଥର ଥା-ନାକୁ ଧାଇଁଛନ୍ତି କିନ୍ତୁ ତାଙ୍କୁ ଏ ପର୍ଯ୍ୟନ୍ତ କିଛି ନ୍ୟା-ୟ ମିଳି ପାରି ନାହିଁ । ତେବେ ସୂଚନା ଅନୁସାରେ , ବୃଦ୍ଧ ବାପା ଜଣକ ଜଣେ କ୍ଷୀର ବ୍ୟବସାୟୀ ଥିଲେ । କ୍ଷୀର ନେଇ ବିକି ଯାହା ଟଙ୍କା ରୋଜଗାର କରୁଥିଲେ , ସେଥିରେ ପରିବାର ପୋଷି ଆସୁଥିଲେ । ଆଉ ଏଥିରୁ ସଞ୍ଚୟ କରି ରଖିଥିବା ଆଉ ଯାହା କିଛି ସମ୍ପତ୍ତି ତାହା ତାଙ୍କର ଦୁଇ ପୁଅଙ୍କ ନାମରେ ସମାନ ଭାବରେ ବାଣ୍ଟି ଦେଇଥିଲେ । କିନ୍ତୁ ଏହି ବାଣ୍ଟିବା ମନକୁ ପାଇ ନଥିଲା ସାନ ପୁଅର ।

ଆଉ କହିଥିଲା ବାପା ମୋ ନାମରେ ସବୁ କରିଦିଅ । କିନ୍ତୁ ବାପା କିପରି ବା ଜଣଙ୍କ ନାମରେ ସବୁ କରି ପାରିବେ । ଆଉ ଏହାକୁ ମନା କରି ଦେଇଥିଲେ ବାପା । ଯାହା ପର ଠାରୁ ତାଙ୍କ ଉପରେ ଅ-ତ୍ୟାଚା-ର ଆରମ୍ଭ ହୋଇ ଯାଇଥିଲା । ତାଙ୍କୁ ମା-ଡ ମା-ରି ଚାଲିଥିଲେ ସାନ ପୁଅ । ଯେଉଁଠି ଦେଖିବେ ସେଇଠି ହିଁ ତାଙ୍କୁ ବାଡ଼ଉଛନ୍ତୁ ସାନ ପୁଅ । ଏପରିକି ସେ ୨୦ ବର୍ଷ ହେଲାଣି ମାଗି ମାଗି ଖାଉଛନ୍ତି ଆଉ ଚଳି ଆସୁଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ସାନ ପୁଅ ସବୁ ଜମି ପଟ୍ଟା ହାତେଇ ନେଇଛି ।

ଯେତେ ମାଗିଲେ ବି ଦେଉ ନାହିଁ । ଆଉ କହୁଛି ଯଦି ବଡ ଭାଇ ମ-ରିଯାଏ , ତେବେ ସବୁ ଜାଗା ମୋର । ଆହୁରି ମଧ୍ୟ ସେ କହିଛନ୍ତି , କିଛି ଲୋକ ଜାଗା କିଣିବା ପାଇଁ ତାଙ୍କ ଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଇଛନ୍ତି କିନ୍ତୁ ଆଉ ତାଙ୍କୁ ଦେଉ ନାହାଁନ୍ତି କି ଜାଗା ଦେଉ ନାହାଁନ୍ତି । ଏପରି ପରିସ୍ଥିତିରେ ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି ବୃଦ୍ଧ ବାପା ଜଣକ । ସେ କହିଛନ୍ତି , ସାନ ପୁଅ ଜମି ଜାଗା ପାଇଁ ପାଗଳ ହୋଇ ଯାଇଛି ଆଉ ସେ ମୋତେ ସବୁବେଳେ ମା-ଡ଼ ମା-ରି ଚାଲିଛି , କଣ କରିବି କିଛି ଜାଣି ପାରୁ ନାହିଁ ।

Leave a Reply

Your email address will not be published. Required fields are marked *