ଶାଶୁ ଘରେ ବହୁ ଖୁସିରେ ଅଛି , ଶାଶୁ ରୋଷେଇ ଘର ମାଡ଼ିବାକୁ ଦେଉ ନାହାଁନ୍ତି

ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଥିଲା ଦୀପାଞ୍ଜଳୀ ଏବଂ ରାଜେନ୍ଦ୍ରଙ୍କ ବିବାହ । ଏପଟେ ବିବାହ ଆଉ ସେପଟେ ପରିବାର ଲୋକ କରି ଦେଇଥିଲେ ଝିଅର ଶୁଦ୍ଧି-କ୍ରିୟା । ସାରା ଓଡ଼ିଶାକୁ ହଇଚଇ କରି ରଖି ଦେଇଥିଲା ଏପରି ଘ-ଟଣା । ଆଉ ସାଙ୍ଗେ ସାଙ୍ଗେ ଗଣମାଧ୍ୟମ ଆଗରେ ବଖାଣି ଦେଇଥିଲେ ଦୀପାଞ୍ଜଳୀ ନିଜ ମନର କଥା ।କାହିଁକି ପରିବାର ଲୋକ ଏପରି କଲେ , ତା ବିଷୟରେ ମଧ୍ୟ ସେ କହିଥିଲେ ଆଉ ଯାହା ପରେ ସତ କଣ ତାହା ସାମ୍ନାକୁ ଆସିଥିଲା । ଜଣେ ଝିଅ ବଞ୍ଚି ଥାଉ ଥାଉ ବାପା ମାଆ କିପରି ତାର ଶୁଦ୍ଧି-କ୍ରିୟା କରି ଦେଲେ , ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

ତେବେ ହଁ ଆଜ୍ଞା ଆମେ କହୁଛୁ , କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୁଆବଜାର ଅଞ୍ଚଳରେ ଘଟି ଯାଇଥିବା ଏପରି ଚାଞ୍ଚଲ୍ୟକର ଘ-ଟଣା ବିଷୟରେ । ସୂଚନା ଅନୁଯାୟୀ , ଗଡପାଟଣା ଅଞ୍ଚଳର ରାଜେନ୍ଦ୍ର ଏବଂ ଦୀପାଞ୍ଜଳୀ ପରସ୍ପରକୁ ଗୋଟିଏ ବର୍ଷ ହେଲା ପ୍ରେମ କରି ଆସୁଥିଲେ । କିନ୍ତୁ ଏହାକୁ ବାରଣ କରିଥିଲେ ପରିବାର ଲୋକ । ବିଶେଷ କରି ଦୀପାଞ୍ଜଳୀଙ୍କ ଦାଦା । ଏହା ପୂର୍ବରୁ ଥରେ ନିଜ ପ୍ରେମିକ ସହିତ ପଳାଇ ଯାଇଥିଲେ କିନ୍ତୁ ପରିବାର ଲୋକ ତାଙ୍କୁ ନେଇ ଆସିଥିଲେ । ଦୁହିଁଙ୍କ ଘର ମାତ୍ର ୨୦୦ ମିଟର ଦୂରରେ । କିନ୍ତୁ ପୁଣିଥରେ ଏବେ ଦୁହେଁ ପଳାଇ ଯାଇଥିଲେ ।

ଆଉ ଦୀପାଞ୍ଜଳୀଙ୍କ ଘରର ଅନିଚ୍ଛା ସତ୍ତ୍ବେ ମନ୍ଦିରରେ ପୁଅ ଘର ଲୋକ ଦୁହିଁଙ୍କ ବିବାହ କରାଇ ଦେଇଥିଲେ । ଆଉ ଏପଟେ ଦୁହିଁଙ୍କ ବିବାହ ହେଉଥିବା ବେଳେ ସେପଟେ ବାପ ଘରେ ଝିଅର ଶୁଦ୍ଧି-କ୍ରୀୟା ହେଉଥିବାର ଦେଖା ଯାଇଥିଲା । ରାସ୍ତା ଉପରେ ଝିଅର ବ୍ୟାନର ଲଗାଇ ଥିଲେ ପରିବାର ଆଉ ଅନେକ ଲୋକଙ୍କୁ ମଧ୍ୟ ଖାଇବାକୁ ଡକା ଯାଇଥିଲା । ଝିଅର ବିବାହ ସହିତ ହୋଇ ଯାଇଥିଲେ ବାପ ଘର ଲୋକ ଶୁ-ଦ୍ଧି । ତେବେ ଏ ବିଷୟରେ ଦୀପାଞ୍ଜଳୀ କହିଥିଲେ କି , ବାପା ମାଆ ବାଧ୍ୟ ହୋଇ ଦାଦାଙ୍କ ଚାପରେ ଏପରି କରିଛନ୍ତି ।

ଅନ୍ୟ ପକ୍ଷରେ ଶାଶୁ ଘର ବିଷୟରେ କହିଛନ୍ତି କି , ଶାଶୁ ଘରେ ସମସ୍ତେ ବହୁତ ଭଲ ଆଉ ତାଙ୍କୁ ମଧ୍ୟ ସମସ୍ତେ ବହୁତ ଭଲ ପାଉଛନ୍ତି । ଏପରିକି ତାଙ୍କୁ କିଛି କାମ ମଧ୍ୟ କରିବାକୁ ଦିଆ ଯାଉ ନାହିଁ । ସମସ୍ତେ କହୁଛନ୍ତି ତୁ ଏବେ ଆସୁଛି , ତେଣୁ ପରେ କାମ କରିବୁ । ତେଣୁ ଦୀପାଞ୍ଜଳୀ ଗଣମାଧ୍ୟମ ଆଗରେ ନିଜ ବାପା ମାଆଙ୍କୁ କହିଛନ୍ତି କି , ବାପା ମାଆ ଏପରି ପରିବାର ଭାଗ୍ୟରେ ଥିଲେ ମିଳେ । ଆଉ ଆଜି ମୁଁ ବହୁତ ଖୁସି । ବୋଧ ହୁଏ ଆଉ କେଉଁଠି ମୁଁ ଏତେ ଖୁସିରେ ରହି ପାରି ନଥାନ୍ତି । ତେଣୁ ରାଗ ଋଷ ଛାଡି ଦିଅ ।

Leave a Reply

Your email address will not be published. Required fields are marked *